ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଖାଇ , ୨– ରାସ୍ତା ପାର୍ଶ୍ଵରେ ଗାର୍ଡ ୱାଲ ନଥିବାରୁ ମାଟି ଖାଇ ହୋଇ ପିଛୁ ରାସ୍ତା ଖରାପ ହୋଉଛି 

ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଖାଇ 

ବନ୍ଧୁଗାଁ ତା, ୮/୯/୨୫,କୋରାପୁଟ ରୁ ଆରମ୍ଭ କରି ଲଷ୍ମୀପୁର, ନାରାୟଣ ପାଟଣା, ବନ୍ଧୁଗାଁ ଓ ଆଲମଣ୍ଡା ଦେଇ ଆନ୍ଦ୍ରର ପାର୍ବତି ପୁରମକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତା ପାଲିଟିଛି ମରଣ ଜନ୍ତା I ବହୁ ସ୍ଥାନରେ ପିଚୁ ବାହାରି ବୋଜୁରୀ ମଧ୍ୟ ବାହାରି ରାସ୍ତାର ଅବସ୍ଥା ସଙ୍କଟ ପନ୍ନ ହୋଇଯାଇଅଛି I ଏମିତିକି ଷ୍ଟାଏନ ସ୍ତାନେ ରାସ୍ତାର ଅବସ୍ଥା ପୁରା ଖରାପ ବଡ଼ ସରପଲି ଗାଁ ପାର ହେବା ପରେ ଏଲେଗା ବାଲଶା ଗାଁ ନିକଟରେ ଏକ ଜଙ୍ଗଲ ଓ ମଡାନୀରେ ରାସ୍ତା ମଝିରେ ୨ ପୁଟ ଗାତ ହୋଇଥିଅଛି I ଏହି ଗାତ ହୋଇଥିବା ସ୍ଥାନ ଦୁଇ ଆଡୁ ପଟେ ମଧ୍ୟ ହୋଇ ଥିବାରୁ ବିପଦ ସାଜିଛି ରାସ୍ତା ମଝିର ଗାତ I କିଛି ଲୋକେ ଗାତରେ ଗଛର ଡ଼ାଳ ରଖି ଡାଳରେ ଶ୍ରୀ ରାମଙ୍କ ଫୋଟ ଚିତ୍ର ଥିବା ଜଣ୍ଡା ଟିଏ ଲଗେଇ ଲୋକଙ୍କୁ ଦୁର୍ଘଟଣା ଗ୍ରସ୍ତରୁ ଏଡାଇବା ପାଇଁ ଏକ ସତର୍କ କୋରାଯାଇଥିବାର ଦେଖିବାକୁ ମିଳିଛି I ଉକ୍ତ ରାସ୍ତା ମଝିରେ ଗାତ ହୋଇଥିବା ବିଷୟ ପୂର୍ତ୍ତ ବିଭାଗର ଅଧିକାରୀ ଜାଣିନଥିବାର ବିଷୟ ଜଣା ପଡିଛି I ଏଣୁ୍କରି ଅଞ୍ଚଳ ବାସିଙ୍କ ଦାବିକି ରାସ୍ତା ପାର୍ଶ୍ଵରେ ଗଛ ଡ଼ାଳ ବୁଦା ଗୁଡିକ ବହୁ ମାତ୍ରାରେ ବଡ଼ି ଯାଇ ରାସ୍ତା ଉପରକୁ ଆସିଥିବା ଡ଼ାଳ ଗୁଡିକ ସଫା କୋରାଯାଇ ରାସ୍ତା ମାନଙ୍କରେ ହୋଇଥିବା ଛୋଟ ବଡ଼ ଗାତ ଓ ଗାତ ମାନଙ୍କରେ ପାଣି ଜମି ରହିଥିବା ସ୍ଥାନ ମାନଙ୍କରେ ସଫା କୋରାଯାଇ ରାସ୍ତାରେ ଚଲାବୁଲା କରୁଥିବା ଲୋକଙ୍କ ଜୀବନକୁ ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ସରକାର ପଦକ୍ଷେପ ନିୟନ୍ତୁ ବୋଲି ଅଞ୍ଚଳବାସୀଙ୍କ ସାଧାରଣ ଭାବରେ ଦାବି ହୋଇଛି I 

ରାସ୍ତା ପାର୍ଶ୍ଵରେ ଗାର୍ଡ ୱାଲ ନଥିବାରୁ ମାଟି ଖାଇ ହୋଇ ପିଛୁ ରାସ୍ତା ଖରାପ ହୋଉଛି 

ବନ୍ଧୁଗାଁ ତା, ୮/୯/୨୫, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସୋଦର ଠାରୁ ମାତ୍ରକ ୧୨ କିଲୋମିଟର ଦୂରରେ ଅବସ୍ଥିତ ଆଲମଣ୍ଡା I ଏହି ଆଲମଣ୍ଡା ନିକଟ ଦେଇ ବୋହିଯାଉଥିବା ଝୋଞ୍ଜାବତୀ ନଦୀ ପାର ହୋଇଯିବା ପାଇଁ ଗତ ୬ ବର୍ଷ ପୂର୍ବେ ଟେଣ୍ଡୋର ହୋଇଥିଲା ୬ କୋଟି ବିଶିଷ୍ଟ ଖର୍ଚ୍ଚରେ ୫ ପୁଲିଆ ର ଏକ ବ୍ରିଜ କାମ ପାଇଁ ଟଙ୍କା I ଏହି ବ୍ରିଜର କାମ ପ୍ରଥମେ ଜଣେ ଠିକାଦାର ଟେଣ୍ଡୋର ପାଇ କିଛି କାମକରି କୌଣସି ଅସୁବିଧା ହେତୁ ଅନ୍ୟ ଠିକାଦାରୋଙ୍କୁ ବ୍ରିଜର ସବୁ କାମକୁ କରିବା ପାଇଁ ଦାୟୀତ୍ୱ ଦେଇଥିଲେ I ଅନ୍ୟ ଠିକାଦାର ବ୍ଲକା କାମକୁ କଳେ ବଳେ ବ୍ରିଜର ୯୮% ଭାଗ କାମ ସାରି ଥିବାବେଳେ ରାସ୍ତା ଉପରେ ପିଚୁ କାମ ମଧ୍ୟ ସରି ଯାଇଥିଲା I ଭାଗ୍ୟ ବସ୍ତ୍ର ରେ ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନେଜ କରାହୋଇନି ଓ ଅଳ୍ପ ଦିନ ପରେ ରାସ୍ତା ର ଦୁଇ ପାର୍ଶ୍ଵରେ ଗାର୍ଡ ୱାଲ କରିବା ପାଇଁ ଥିଲା ଭାଗ୍ୟ ବସତ ଜେ ଲଗାତର ଅଗଷ୍ଟ ମାସରେ ପ୍ରବଳ ବର୍ଷା ଲାଗି ରହିଥିବା ହେତୁ ଗାର୍ଡ ୱାଲ କାମ ଆରମ୍ଭ ପୂର୍ବରୁ ବର୍ଷା ବାଧା ଯୋଗୁଁ କାମ ହୋଇ ପାରିଲା ନାହିଁ I ରାସ୍ତାର ଦୁଇ ପାର୍ଶ୍ଵ ରେ ଗାର୍ଡ ୱାଲ ନ ଥିବାରୁ ରାସ୍ତା ପାଶ୍ୱର ମାଟି ବର୍ଷା ପାଣିରେ ଧଇ ହୋଇଯାଇ ରାସ୍ତାର ପିଚୁ ବି ଧୋଇହୋଇ ରାସ୍ତା ପାର୍ଶ୍ଵ ନଷ୍ଟ ହୋଇ ଥିବାର ଦେଖିବାକୁ ମିଳିଛି I ଠିକା ଦାରଙ୍କ କହିବା ବୟାନ କି ଏକ ମାସ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ଓ ଟିକିରିର ମାଇଁନିଙ୍ଗ ଠାରୁ ଅନେକ ପ୍ରକାରର ଓଜନିଆ ଟ୍ରକ ଗୁଡିକ ଉକ୍ତ ରାସ୍ତା ଦେଇ ଚୋଳ ପ୍ରଚଳ ଓ ଆନ୍ଦ୍ରକୁ ବନ୍ଧୁଗାଁ ବ୍ଲକ ଦେଇ ଅନେକ ଧାନ ଓ ଲୁହା ବୋଝେଇ ଟ୍ରକ ଓ ଅନ୍ୟାନ୍ୟ ଓଜନିଆ ଗାଡି ଉପ ରାସ୍ତା ଦେଇ ଚଲାଚଲ ଯୋଗୁଁ ରାସ୍ତାର ଦୁଇ ପଟେ ଗାର୍ଡ ୱାଲ କାମ ହୋଇନଥିବା ଯୋଗୁଁ ଏହାର ପ୍ରଭାବରେ ରାସ୍ତା ଦୋବିବା ସହ ବର୍ଷା ପାଣିରେ ମାଟି ଖାଇ ନଷ୍ଟ ହୋଉଛି I ବର୍ତମାନ ସବୁ ଜିନିଷ କେମ୍ଫ ରେ ପଡି ରହିଛି ଯେତେ ଶୀଘ୍ର ବର୍ଷା କମିବ ଦୁଇ ପାର୍ଶ୍ଵ ରେ ଗାର୍ଡ ୱାଲ କାମ କୋରାଯାଇ ନଷ୍ଟ ହୋଇ ବର୍ଷା ପାଣିରେ ଧଇ ହୋଇଥିବା ପିଚୁ ଆଉ ଥରେ ପକାଯିବ ବୋଲି କହିଥିଲେ I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

 

Related posts

ଡାବୁଗାଁ ବ୍ଲକରେ +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନଙ୍କ ସଫଳତା 

masiha

41st ‘Surtarang’ Audition Concludes Successfully in Rourkela

Sunil Chandra Nayak

ଦ୍ଵିତୀୟ ସର୍ବ ଭାରତୀୟ ଓଡ଼ିଶା ପର୍ଵତାରୋହଣ ଶିବିର ଉଦ୍ ଘାଟିତ

masiha

Leave a Comment

error: Content is protected !!