ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ସମନ୍ୱୟ ସଭା

ଜିଲ୍ଲା ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ସମନ୍ୱୟ ସଭା 

ନବରଙ୍ଗପୁର:(ତା୨୦.୦୮.୧୦୨୫)(ରବି ନାରାୟଣ ମହାନ୍ତି)– ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନଙ୍କ ଅଧୀନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ସମନ୍ୱୟ ସଭା ମିଶନ ଶକ୍ତି କନଫରେନ୍ସେ ହଲ ରେ ଆୟୋଜିତ ହୋଇଥିଲା । ଏହି ସଭାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାପାଳ ଡ଼.ମହେଶ୍ୱର ସ୍ୱାଇଁ ଙ୍କୁ ଆନୁଷ୍ଠାନିକ ଭାବେ ସଭା ଉଦ୍ଘାଟନ କରିବାକୁ ଅନୁରୋଧ କରିଥିଲେ I ସଭାର ମୂଳ କେନ୍ଦ୍ରବିନ୍ଦୁ ଥିଲା – ବାଲ୍ୟ ବିବାହ ନିଷେଧ ଆଇନ, 2006, “ଶିଶୁମାନଙ୍କୁ ଯୌନ ଶୋଷଣ ରୁ ସୁରକ୍ଷା ଆଇନ, 2012” (POCSO), କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଆଇନ, 2015 ଏବଂ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଅଧିନସ୍ଥ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଏବଂ ବାଲ୍ୟ ବିବାହ ସୂଚନା ଅଧିକାରୀଙ୍କ ଦାୟିତ୍ୱ ର ସଫଳ ପ୍ରୟୋଗ । ଏହି ଚାରୋଟି ଆଇନ ଭାରତର ଶିଶୁ ସୁରକ୍ଷା ବ୍ୟବସ୍ଥାର ମୂଳ ଭିତ୍ତି, ଯାହାକୁ ଜିଲ୍ଲା ସ୍ତରରେ ଆହୁରି ଶକ୍ତିଶାଳୀ କରିବାକୁ ସଭାରେ ସମ୍ମତି ହୋଇଛି ।ଜିଲ୍ଲାପାଳ ନିଜର ମୁଖ୍ୟ ଉଦ୍ବୋଧନରେ କହିଥିଲେ – “ବାଲ୍ୟ ବିବାହ, ଶିଶୁ ଶ୍ରମ, ଯୌନ ଅପମାନ, ବିଦ୍ୟାଳୟ ଛାଡ଼ିଦେବା ଏବଂ ଅସୁରକ୍ଷିତ ପ୍ରବାସ ସମସ୍ତେ ଶିଶୁଙ୍କ ମୂଳ ଅଧିକାର ର ଉଲ୍ଲଙ୍ଘନ କରିଥାଏ । ଆମେ କୌଣସି ଶିଶୁଙ୍କୁ ଏପରି ପରିସ୍ଥିତିରେ ଯିବାକୁ ଦେବୁନାହିଁ । ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷା, ଶିକ୍ଷା ଓ ସମ୍ମାନ ଦିଆଯିବା ଆବଶ୍ୟକ।”ସେ ଆହୁରି ଉଲ୍ଲେଖ କଲେ – “ଶିଶୁ ସୁରକ୍ଷା କୌଣସି ଗୋଟିଏ ବିଭାଗର କାମ ନୁହେଁ । ପ୍ରତ୍ୟେକ ଅଧିକାରୀ, ସମୁଦାୟ ନେତା, ଶିକ୍ଷକ ଓ ଅଭିଭାବକଙ୍କର ଏହି କର୍ତ୍ତବ୍ୟ ଏବଂ ଏହା ତୃଣ ମୂଳରୁ ଆରମ୍ଭ ହେବା ଉଚିତ । ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଭୟ ଓ ଶୋଷଣମୁକ୍ତ ପରିବେଶ ଶିଶୁଙ୍କ ପାଇଁ ଗଢ଼ି ପାରିବୁ ।” ଏହା ସହ ଶ୍ରୀ ଅଜୟ ମିଶ୍ର, ଆଇନ ଦିଗ ଉପରେ ଆଲୋକ କରିବା ବେଳେ ସି.ଏଚ.ଶାନ୍ତକରମ ଶିଶୁ ମାନକ ମନସ୍ତତ୍ଵ ଏବଂ ଆମେ କିପରି ଏହା ଉପରେ କାମ କରିବା ଦରକାର ତାହା ବିଷୟରେ କହିଥିଲେ ତତ ପରେ ପ୍ରଭାସିନୀ ପଟନାୟକ, ଆଂଗନ ଟ୍ରଷ୍ଟ ରୁ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଅଧିନସ୍ଥ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଏବଂ ବାଲ୍ୟ ବିବାହ ସୂଚନା ଅଧିକାରୀଙ୍କ ଦାୟିତ୍ୱ ର ସଫଳ ପ୍ରୟୋଗ ବିଷୟରେ ଆଲୋକପାତ କରିଥିଲେ Iସଭାରେ ବିଭିନ୍ନ ଅଧିକାରୀମାନେ ଆଇନର ପ୍ରମୁଖ ଦିଗ ଉପରେ ଆଲୋଚନା କରିଥିଲେ ।CDPOମାନେ କ୍ଷେତ୍ରସ୍ତରର ସମସ୍ୟା ଏବଂ ସର୍ବୋତମ ଅଭ୍ୟାସ କଣ ସବୁ ରହିଛି ତାହା କହିଥିଲେ । 

 ଜିଲ୍ଲାପାଳ ସଭାର ଶେଷରେ କହିଥିଲେ – “ନବରଙ୍ଗପୁରର ପ୍ରତ୍ୟେକ ଶିଶୁ ଆମର ଦାୟିତ୍ୱ । ଶିଶୁ ସୁରକ୍ଷା କୌଣସି ସମ୍ମୋହନର ବିଷୟ ନୁହେଁ ଏହା ଆମର ସର୍ବୋଚ୍ଚ ପ୍ରାଥମିକତା ।”ଏହି ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଶ୍ରୀମତୀ ଦ୍ରୌପଦୀ କହ୍ନର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀ ମଳୟ ମିଶ୍ର, ଏ.ଡି.ଏମ.ଓ., ସମସ୍ତ ବ୍ଲକର CDPOs (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ), ସୁପରଭାଇସର, ଜିଲ୍ଲା ଶ୍ରମ ଅଧିକାରୀ, ଶିଶୁ ମଙ୍ଗଳ କମିଟି ର ଉପଦକ୍ଷ ଏବଂ ସଦସ୍ୟ, ଡି.ଏସ.ପି, ପୁଲିସ, ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ,ଶିକ୍ଷା ବିଭାଗ, ଚାଇଲଡ ହେଲ୍ପ ଲାଇନ, ବିଭିର୍ନ ସ୍ଵେଛା ସେବି ସଂଗଠନ ର କର୍ମକର୍ତା, ସଖି ସେଣ୍ଟର ର କର୍ମକର୍ତା, ଡି.ସି.ପି.ୟୁ ରୁ ପ୍ରୋବେସନ ଅଫିସର, କିଶୋର ମାର୍ଥା, ସମରେନ୍ଦ୍ର ପରିଡା, କିଷାନ ପଟନାୟକ, ଏବଂ ଅନ୍ୟାନ୍ୟ ସଂଲଗ୍ନ ଵିଭାଗ ସକ୍ରିୟ ଭାବରେ ଯୋଗଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାଇବର ସୁରକ୍ଷା ସଚେତନ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

masiha

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି,ରାଇରଙ୍ଗପୁର ବ୍ଳକ ଶାଖା ତରଫରୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ‌ସମ୍ମୁଖରେ ୬ ଦଫା ଦାବିନେଇ ବିକ୍ଷୋଭ ଏବଂ ଦାବିପତ୍ର‌ ପ୍ରଦାନ

Sunil Chandra Nayak

ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

masiha

Leave a Comment

error: Content is protected !!