ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଆହତ, କୋକସରା ଡାକ୍ତରଖାନାରେ ଭର୍ତ୍ତି

କୋକସରା,୧୪/୦୭ // ଜାତୀୟ ରାଜପଥ ୨୬ କୋକସରା ବ୍ଲକ ସୀମାନ୍ତ ଆମପାଣି ଘାଟିରେ ଯାତ୍ରୀବାହୀ ବସ ଓ କଣ୍ଟେନର ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଆହତଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଜାତୀୟ ରାଜପଥ ୨୬ ଆମପାଣି ଘାଟିରେ ସକାଳ ୬ ଘଣ୍ଟା ସମୟରେ ହାଇଦ୍ରାବାଦରୁ କଲମପୁର ଆସୁଥିବା ସଂଗୀତା ବସ ଓ ବିପରୀତ ଦିଗରୁ ଆସୁଥିବା କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବସର କଣ୍ଡକ୍ଟର ସମେତ କଣ୍ଟେନରର ଡ୍ରାଇଭର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଯାଇଥିବା ଜଣାପଡିଛି।

ମସିହା ନିୟୁଜ ସର୍ଭିସ୍ 

Related posts

ଶିଳ୍ପ ନଗରୀ ରାଉରକେଲାରେ ଘୂର୍ଣ୍ଣିଝଡ଼ର ତାଣ୍ଡବ : ଗଛ ଉପୁଡି ସ୍ଥାନୀୟ ବାସିନ୍ଦା ଆହତ ସହ ୨୪ ଘଣ୍ଟା ଧରି ବିଦ୍ୟୁତ ପ୍ରଭାବିତ

ହାଟବାଦଡାରେ ଦୁଗ୍ଧ ଶୀତଳୀ କରଣ ଉଦଘାଟିତ

masiha

ରାଇରଙ୍ଗପୁର ଲ୍ଯାମ୍ପ ପରିସରରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!