ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗୋଲାଙ୍ଗବନ୍ଧଠାରେ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯୋଗଦେଲେ ବିଧାୟକ ପ୍ରତିନିଧି

ଲାଞ୍ଜିଗଡ଼,୨୨/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋଲାଙ୍ଗବନ୍ଧ ଖେଳପଡ଼ିଆଠାରେ ଆଜି ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସମାଜସେବୀ ମନୋରଞ୍ଜନ ବିଶି, ଶିକ୍ଷକ ରତ୍ନାକର ଦୋରା ପ୍ରମୁଖ ଯୋଗଦେଇଥିଲେ ! ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍ ରେ ଅମ୍ପାୟାର ଭାବେ ମଧୁସୂଦନ ବାଗ, ମୋହନ ସୁନା ଦାୟିତ୍ବ ତୁଲାଇଥିବାବେଳେ ଶଙ୍କର ଦଣ୍ଡସେନା ଓ ବୈଦ୍ୟନାଥ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ ! ମାଁ ଭୈରବୀ କ୍ରିକେଟ୍ କ୍ଲବ ତରଫରୁ ଅନନ୍ତ ଦୋରା, ଭୀମ ଦୋରା, ନାରାୟଣ ଦୋରା, ଭୂବନ ଦୋରା, ଗୋପୀନାଥ ଦୋରା, କମଲ ଦୋରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ପ୍ରମୁଖ ଭୂମିକା ତୁଲାଉଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାକୁ 11 ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନୀ ଟ୍ରଫି

masiha

ଧର୍ମଗଡ଼ ଠାରେ ଆୟୋଜିତ ଅଟଳ ପ୍ରିମିୟର କ୍ରିକେଟ ଲିଗ ଉଦଯାପିତ ବଲାଙ୍ଗୀର କୁ ହରାଇ ନବରଙ୍ଗପୁର ଚମ୍ପିୟାନ….

masiha

ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ମାଷ୍ଟର୍ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଜୁନାଗଡର ସମୀର ସାହୁ ଚାମ୍ପିଅନ୍

masiha

Leave a Comment

error: Content is protected !!