ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟବିବାହ ରୋକିଲା ତେନ୍ତୁଳିଖୁଣ୍ଟି ପୋଲିସ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ

ତେନ୍ତୁଳିଖୁଣ୍ଟି – ୨୨/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମରେ୧୫ବର୍ଷ ବାଳିକା କୁ ପରିବାର ବର୍ଗ ବିବାହ କରୁଥିବା ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ କର୍ମକର୍ତ୍ତା ପହଁଚି ବିବାହ ବନ୍ଦ କରିବା ସହ ନାବାଳିକା କୁ କାଉଁସିଲିଙ୍ଗ ଓ ଥଇଥାନ ବ୍ୟବସ୍ଥା କରିଛନ୍ତି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁରମା ମହାପାତ୍ର,ମିଶନ ଶକ୍ତି ସଂଯୋଜକ ସବିତା ମଲିକ, ସୁପର ଭାଇଜର ସବିତା ଉପାଶୀ, ଓ ଅରୁଣୀ ତଥା ପୋଲିସ ବିଭାଗର ସୋମନାଥ ନାୟକ ଓ ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଛନ୍ତି । ଉକ୍ତ ନାବାଳିକା କୁ ତା ମାମୁଁ ପୁଅସହ ବାହା କରା ଯାଉଥିଲା ,କୌଣସି ସୂତ୍ର ରୁ ଖବର ପାଇ ବାଲ୍ୟ ବିବାହ ରୋକିବା ପ୍ରଶଂସନୀୟ କାର୍ଯ୍ୟ ବୋଲି ମତ ପ୍ରକାଶ ପାଉଛି। ଏତେ ସବୁ ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ବାଲ୍ୟ ବିବାହ ତଥା ଅନୁବଂଶୀୟ ରୋଗ ସମ୍ଭାବନା ଯୋଗୁଁ ନିକଟ ସମ୍ପର୍କୀୟ ରେ ବିବାହ ବନ୍ଦ ନ ହେବା ଚିନ୍ତାର ବିଷୟ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଅଗ୍ନିରେ ଦଗ୍ଧ ହୋଇଗଲା ଗୁହାଳ ସହ ବାଛୁରୀ, ଦୁଇଟି ଗାଈ ଅର୍ଦ୍ଧଦଗ୍ଧ

Sunil Chandra Nayak

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ଋତୁସ୍ରାବ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!