ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଓଢଣୀ ବାନ୍ଧି ନାବାଳିକାର ଆତ୍ମହତ୍ୟା

ଡାବୁଗାଁ, ୨୨/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ନୂଆଗୁଡା ଗ୍ରାମରେ ବେକରେ ଓଢଣୀ ବାନ୍ଧି ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ନୂଆଗୁଡା ଗ୍ରାମର ଜଳଧର ହରିଜନ ଆଜି ସକାଳୁ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ | ପୂର୍ବାହ୍ନ ୧୦ ଘ. ସମୟରେ ଘରକୁ ଫେରି ଦେଖିଥିଲେ ଯେ ଘର କବାଟ ଭିତରୁ ବନ୍ଦ ରହିଛି | ଝିଅକୁ କୁ ଡ଼ାକିଥିଲେ କିନ୍ତୁ ଝିଅ ଭିତରୁ କବାଟ ଖୋଲି ନଥିଲା | ପରେ କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିଥିଲେ ଯେ ଝିଅ ଖୁସୁବୁ ହରିଜନ (୧୪) ଘର ଦୁଲମରେ ନିଜ ଓଢଣୀ ବେକରେ ବାନ୍ଧି ଝୁଲୁଛି | ସଙ୍ଗେ ସଙ୍ଗେ ଝିଅକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ | ପରେ ଏନେଇ ଜଳଧର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ମୃତ୍ୟୁର କାରଣ ଜଣାପଡିନାହିଁ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି | ଏନେଇ ଥାନା କେସ ନଂ ୩୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

masiha

ଦିନ ଦି ପହରେ କଳା କନା ବୁଲେଇ ସଫା କରିଦେଲେ ଦୃର୍ବୁତ୍ତ

masiha

ଜୁନାଗଡ଼ ଟାଟା ପାୱାର କର୍ମଚାରୀଙ୍କ ଦବଙ୍ଗଗିରି 

Sunil Chandra Nayak

Leave a Comment

error: Content is protected !!