ଡାବୁଗାଁ, ୨୨/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ନୂଆଗୁଡା ଗ୍ରାମରେ ବେକରେ ଓଢଣୀ ବାନ୍ଧି ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ନୂଆଗୁଡା ଗ୍ରାମର ଜଳଧର ହରିଜନ ଆଜି ସକାଳୁ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ | ପୂର୍ବାହ୍ନ ୧୦ ଘ. ସମୟରେ ଘରକୁ ଫେରି ଦେଖିଥିଲେ ଯେ ଘର କବାଟ ଭିତରୁ ବନ୍ଦ ରହିଛି | ଝିଅକୁ କୁ ଡ଼ାକିଥିଲେ କିନ୍ତୁ ଝିଅ ଭିତରୁ କବାଟ ଖୋଲି ନଥିଲା | ପରେ କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିଥିଲେ ଯେ ଝିଅ ଖୁସୁବୁ ହରିଜନ (୧୪) ଘର ଦୁଲମରେ ନିଜ ଓଢଣୀ ବେକରେ ବାନ୍ଧି ଝୁଲୁଛି | ସଙ୍ଗେ ସଙ୍ଗେ ଝିଅକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ | ପରେ ଏନେଇ ଜଳଧର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ମୃତ୍ୟୁର କାରଣ ଜଣାପଡିନାହିଁ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି | ଏନେଇ ଥାନା କେସ ନଂ ୩୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ