ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଶୋଇ ଅଂଚଳରେ ଟ୍ରାନ୍ସଫର୍ମର ତାର ଚୋରୀ ମାମଲାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

ମୟୂରଭଞ୍ଜ -୧୦/୫ (ମସିହା) ରାଜ୍ୟରେ ଦିନକୁ ଦିନ ଅତ୍ୟଧିକ ବିଜୁଳି କାଟ, ସହିତ ବିଭିନ୍ନ ପ୍ରକାର ଘଟଣାକୁ ନେଇ ବିଜୁଳି ବିଭାଗ ବିରୁଦ୍ଧରେ ଗୁରୁତର ଅଭିଯୋଗ ହେଉଛି । କିନ୍ତୁ ଏଥିରେ ଯେ ବିଦ୍ୟୁତ ବିଭାଗର ଠିକାଦାର ଓ ସଂପୃକ୍ତ କର୍ମଚାରୀ ଏଥିରେ ମୁଖ୍ୟ କାର୍ପଟଦାର ବୋଲି ପ୍ରମାଣିତ ହୋଇଛି । ଦିନରେ ବିଦ୍ୟୁତ ଠିକା କାମ କରନ୍ତି ଏବଂ ରାତିରେ ତାର ଓ ବିଦ୍ୟୁତ ସାମଗ୍ରୀ ଚୋରୀ କରନ୍ତି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଇଲେକ୍ଟ୍ରି ଟ୍ରାନ୍ସଫର୍ମର ଚୋରି ହୋଇଥିବାର ବିଦ୍ୟୁତ ବିଭାଗର ସମିର ଆଚାର୍ଯ୍ୟ ଏକ ଲିଖିତ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀଣି ମିନି ଭୋଇ, ବିଭିନ୍ନ ସ୍ଥାନରେ ଚଢାଉ କରି ୯ ଜଣ ଆନ୍ତ୍ଃ ଜିଲ୍ଲା ଚୋର ଗୋଷ୍ଠୀକୁ ଧରିବା ସହିତ ବିପୁଳ ପରିମାଣରେ ଚୋରି ଇଲେକ୍ଟ୍ରି ସାମଗ୍ରୀ ଓ ଚୋରିରେ ବ୍ୟବହାର ହେଉଥିବା ଦୁଇଟି ପିକ୍ଅପ ଭ୍ୟାନ,ମାରୁତି ସୁଇଫ୍ଟ ଡିଜାୟାର,୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ତାର ଚୋରୀ କୁ ଜବତ କରିଛନ୍ତି। ଏହି ଚୋର ଗୋଷ୍ଠୀ ମାନଙ୍କ ମଧ୍ୟରେ କେତେଜଣ ଦିନବେଳେ ଠିକା ଇଲେକ୍ଟ୍ରି କଣ୍ଟ୍ରାକ୍ଟର ଭାବରେ କାମ କରନ୍ତି ଓ ରାତିରେ ପୁଣି ସେମାନେ କିଛି ପିଲାଙ୍କୁ ପାଥେୟ କରି ସେହି ଇଲେକ୍ଟ୍ରି ସାମଗ୍ରୀକୁ ଚୋରି କରି ବିଭିନ୍ନ କବାଡିଖାନା ରେ ବିକ୍ରୀ କରିଥାନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ବାଙ୍ଗିରିପୋଷି ଥାନା ଗୋସାଣୀ ପାଳ ଗ୍ରାମର ଅସିତ୍ କୁମାର ସାହୁ, ବାପୁନ୍ ମାରାଣ୍ଡି,ଯିତେନ୍ ସିଂ,ସୁକୁନ ସିଂ,ରୁଇଟୁ ସିଂ,ଆସିଷ ସିଂ, ଓ କରଞ୍ଜିଆ ଥାନା ଅନ୍ତର୍ଗତ ଘୋସଡା ଗ୍ରାମର ଏମ୍ ଡି ଇମାନିନ୍ ଖାନ୍,ଓ ଜାଭେଦ୍ ଖାନ୍ ସହିତ କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ପୁରୁମୁଣ୍ଡା ଗ୍ରାମର ଚନ୍ଦନ କୁମାର ସାହୁଙ୍କୁ ଗିରଫ କରି କେସ୍ ନମ୍ବର ୭୬/୨୩ରେ ipc ଧାରା ୩୭୯/୪୧୧/୧୨୦/୩୪ରୁଜୁ କରି ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ ହୋଇଥିବା ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବ ବିବାହିତା ଙ୍କୁ ନିର୍ଯ୍ୟାତନା ଅଭିଯୋଗ,ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୁଲିସ ର ତଦନ୍ତ ଜାରି

masiha

ବେକରେ ଦୌଡି ଦେଇ ଜଣଙ୍କର ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ

masiha

ଲାଞ୍ଚୁଆ ରାଜସ୍ବ ନିରୀକ୍ଷିକାଙ୍କୁ ଜେଲ ଦଣ୍ଡ ସହ ଚାକିରିରୁ ବହିସ୍କୃତ

Sunil Chandra Nayak

Leave a Comment

error: Content is protected !!