ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ନିରୀହ କେନ୍ଦୁପତ୍ର ତୋଳାଳୀ

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜ଼ିଲ୍ଲା ଡାବୁଗାଁ ବ୍ଲକ ଏକ ଆଦିବାସୀ ଓ ଦଳିତ ଅଧୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ନିରୀହ ମହିଳାମାନେ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରି ବେଶ ଦୁଇ ପଇସା ରୋଜଗାର ଆଶାରେ ନିରୀହ ମହିଳା ମାନେ କେନ୍ଦୁପତ୍ର ତୋଳି ଥାନ୍ତି |ଡହ ଡହ ଖରାରେ ଚାରି ମାସ ଜେନ୍ଦୁପତ୍ର ତୋଳିଥାନ୍ତି ଗରିବ ଖଟିଖିଆ ଲୋକେ lଭୋର ସକାଳୁ ବାହାରି ଯାଇ ଦିପହରରେ ଘରକୁ ଆସିଥାନ୍ତି |ପତ୍ର କୁ ବାନ୍ଧି ଫଡିକୁ ନେଇ ଯାଆନ୍ତି ସୁଖେଇବାକୁ |୪୨ ଟି ପତ୍ର କୁ ନେଇ ଗୋଟାଏ ବିଡ଼ା ବନ୍ଧା ଯାଇଥାଏ |ଏଭଳି ୧00 ଟି ବିଡା କରି ବସ୍ତାରେ ଭର୍ତ୍ତି କରି ଦୁଇ ପଇସା ପାଇବା ଆଶାରେ ନେଇଥାନ୍ତି ବିକିବା ପାଇଁ |ନିରୀହ ଆଦିବାସୀ, ଦଳିତ ମହିଳା ମାନେ ଜୀବନକୁ ବାଜି ଲଗେଇ,ଅଂଶୁଘାତ କୁ ପଛରେ ପକାଇ ଡହ ଡହ ଖରାରେ ତୋଳୁଛନ୍ତି କେନ୍ଦୁ ପତ୍ର |କିନ୍ତୁ ଏ ଯାଏ ସେମାନେ ଗୋଟେ ବିଡ଼ାକୁ କେତେ ପଇସା ଏବଂ ଶହେଟା ବିଡ଼ାକୁ କେତେ ପଇସା ତାହା ଜାଣି ନାହାଁନ୍ତି |ଏଭଳି ଏକ ଖବର ନଜରକୁ ଆସିଛି ନବରଙ୍ଗପୁର ଜ଼ିଲ୍ଲା ଡାବୁଗାଁ ବ୍ଲକ ଅଧିନସ୍ଥ ଡାବୁଗାଁ ସହ ଆଖ ପାଖ ସମସ୍ତ ଅଞ୍ଚଳରେ lକେନ୍ଦୁ ପତ୍ରରେ ସରକାର ଅଧିକ ଲାଭବାନ ହେଇଥିବାରୁ ତୋଳାଳିଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର lହେଲେ ଯୋଜନା କେବଳ କମ୍ପୁଟର, ଲ୍ୟାପଟପ ରେ ହିଁ ସୀମିତ lଚାରି, ପାଞ୍ଚ ବର୍ଷ କେନ୍ଦୁ ପତ୍ର ତୋଳି ମଧ୍ୟ ଯୋଜନାରୁ ବଞ୍ଚିତ ଏଠିକାର ନିରୀହ କେନ୍ଦୁ ପତ୍ର ତୋଳାଳୀ ମହିଳା ମାନେ lମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨0୧୬ ମସିହାରେ ଦେଇଥିବା ପ୍ରତିଶୃତି ସବୁ କୁଆଡେ ଗଲା l୧00 ପ୍ରତିଶତ ବୋନସ ଘୋଷଣା କେବଳ ଘୋଷଣା ରେ ହିଁ ରହିଗଲା lପ୍ରଥମ ପର୍ଯ୍ଯାୟରେ ତୋଳାଳିଙ୍କୁ ମିଳିବ ୧000 ଟଙ୍କା ତାହାବି ନାହିଁ lପରିବାର ଓ କର୍ମଚାରୀର ୨ ଟି ପିଲାଙ୍କୁ ମିଳିବ ବୃତ୍ତି lତାହାବି ନାହଁ lଏହିଭଳି ଅନେକ ସୁବିଧାରୁ ବଞ୍ଚିତ କେନ୍ଦୁପତ୍ର ତୋଳାଳୀ lତା ସାଙ୍ଗକୁ ପାଦକୁ ଜୋତା,ମୁଣ୍ଡ କୁ ଛତା,ବି ଏଠି ନାହଁ lକେନ୍ଦୁ ପତ୍ର ତୋଳି ଚାରି, ପାଞ୍ଚ ବର୍ଷ ବିତି ଯାଉଥିଲେ ହେଁ କୌଣସି ଯୋଜନା ନ ପାଇବା ଓ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଯୋଜନାରୁ ଏହି ଅଂଚଳ ବାସି ଆଢୁଆଳରେ ରହି ଯାଉଥିବା ଦେଖିବାକୁ ମିଳିଛି lତେବେ ଏଠି ପ୍ରଶ୍ନ ଉଠୁଛି ଡହ ଡହ ଖରାରେ ପରିଶ୍ରମ କରିବା ଶ୍ରମ ଖାଉଛି କିଏ lକେନ୍ଦୁ ପତ୍ର ତୋଳାଳିଙ୍କ ପାଇଁ ହେଉଥିବା ଯୋଜନାର ଭାଗିଦାର କିଏ ?କେନ୍ଦୁପତ୍ର ବିଡା ପ୍ରତି ୨ଟଙ୍କା ଅଶୀ ପଇସା ତୋଳାଳି ପାଉଛନ୍ତି ନା ଅଧା ବାଟମାରଣା ହେଉଛି lକାହିଁକି ନା ତୋଳାଳି ଜାଣି ନାହାଁନ୍ତି ଗୋଟେ ବିଡା କେତେ ପଇସା ?ଗରିବ ଆଦିବାସୀ ମାନେ କିଛି ଜାଣି ନ ପାରୁଥିବାରୁ ଏହାର ଫାଇଦା କିଏ ନେଉଛି ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି Iଖବର ପ୍ରସାରଣ ହେବା ପରେ ରେଞ୍ଜ ଅଫିସର ଓ ବ୍ଲକ ପ୍ରଶାସନ ଏହାର କି ପ୍ରକାର ସମାଧାନ କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ଉଠିଛି I ଖାଲି ଦେଖିବାକୁ ବାକି ରହିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୧- ଦଶୀପୁର ଅଞ୍ଚଳରେ ହାତୀ ଉପଦ୍ରବ ଧାନକ୍ଷେତ ଉଜୁଡ଼ିଲା,ଚିନ୍ତାରେ ଚାଷୀ , ୨- ନୂଆ ଏସପି ଏବେ ଆକ୍ସନ ମୁଡ୍‌ରେ,ନଷ୍ଟ କରାଗଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର , ୩-ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ,୨ ଆହତ , ୪- ୪ ଗାଡ଼ି ଜବତ,୩୬ ହଜାର ଜରିମାନା ଆଦାୟ ନାବାଳକଙ୍କ ପାଇଁ ୨୫ ହଜାର ତଣ୍ଡ ଗଣିଲେ ଅଭିଭାବକ , ୫- ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ , ୬- ପୋଲିସ ହେପାଜତ ରୁ ଖସି ପଳାଇବା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ , ୭- ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ବୟସ୍କ ନାଗରିକଙ୍କ ସହ ଭାବ ବନ୍ଧନ କାର୍ଯ୍ୟକ୍ରମ , ୮- ୪୨ତମ ପିଙ୍ଗୁଆ କପ ୨0-୨0 କ୍ରିକେଟ ଟୁର୍ନାମେଣ୍ଟ  ୧୯ ଅକଟୋବର ୨0୨୬ରୁ ଉଦଘାଟନ , ୯- ସାପ କାମୁଡ଼ାରେ ବାଳିକା ର ମୃତ୍ୟୁ  , ୧୦- ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି : ୧୦୦ ଟି ଅଭିଯୋଗରୁ ୬ ଟି ସମାଧାନ , ୧୧-ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ , ୧୨- ବିଜେଡି ପକ୍ଷରୁ ନାଗିଆପଶି ପଞ୍ଚାୟତ କମିଟି ବୈଠକ, ୧୩- ସହିଦ ବାଜିରାଉତ ବଳିଦାନ ଦିବସ ପାଳିତ , ୧୪-ବିଜେଡି ସଦର ବ୍ଲକ କମିଟି ନୂତନ କର୍ମକର୍ତ୍ତା ଚୟନ ଓ ବୈଠକ , ୧୫ – ନିଜର ନେତ୍ର ଦାନ କରି ଉଦାହରଣ ସାଜିଲେ ଉଦୟ , ୧୬-ଅଜଗର ଉଦ୍ଧାର

Sunil Chandra Nayak

ବେସାହାରା ବୃଦ୍ଧା ଙ୍କୁ ଆଶ୍ରୟ ଦେଲେ ଦାସୀଗାଁ ରାଜସ୍ବ ନିରୀକ୍ଷକ

Sunil Chandra Nayak

ସର୍କଲ ଓ ଏସକେ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

Leave a Comment

error: Content is protected !!