ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାନକୁଟରୁ ଗାଁରେ ମାଓ ପୋଷ୍ଟର

ଭବାନୀପାଟଣା,୧୦/୦୫(ମନିସ)-ଗତକାଲି ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ତିନି ଜଣ ମାଓବାଦୀଙ୍କୁ ନିହତ କରିଥିଲେ ଯବାନ ! ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିବାବେଳେ ଆଜି ଲାଞ୍ଜିଗଡ ବ୍ଲକ କାନକୁଟୁରୁ ପଞ୍ଚାୟତରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି ! ଏହି ପୋଷ୍ଟର ରେ ସେମାନେ ବିଭିନ୍ନ ଦାବି କରିଛନ୍ତି ! ବିସ୍ତାପନ ବନ୍ଦ କର, କୋଇଲା ଓ ଖଣି ଖନନ ପାଇଁ ବେଦାନ୍ତ, ବିର୍ଲା, ଆଦାନୀ ପରି ବହୁଦେଶୀୟ କମ୍ପାନୀକୁ ଦିଆଯାଉଥିବା ଲିଜକୁ ବାତିଲ କରାଯାଉ ! ଅଙ୍ଗନବାଡି କର୍ମୀ ଆଶା କର୍ମୀ ଓ ଶିକ୍ଷକମାନଙ୍କ ଦାବିକୁ ପୂରଣ କରାଯାଉ ବୋଲି ପୋଷ୍ଟର ରେ ଉଲ୍ଲେଖ ରହିଛି !

ମସିହା ନିୟୁଜ୍ ସର୍ଭିସ୍ 

Related posts

ଯୌତୁକ ନିର୍ଯାତନା ସହିନପାରି ସ୍ତ୍ରୀ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଖରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ଚୋରା ଚାଲାଣ ଉଦ୍ୟମ ପଣ୍ଡ କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ, ୩ ଅଟକ

Sunil Chandra Nayak

ଜୁଆ ରାକେଟର ପର୍ଦ୍ଦାଫାସ : ୨ ଅଭିଯୁକ୍ତଙ୍କ ଗିରଫ ସହ ନଗଦ ୨୮,୩୯,୪୦୦/- ଟଙ୍କା, ୪୦୫ ଗ୍ରାମ ସୁନା, ୬୦୦ ଗ୍ରାମ ରୂପା ଅଳଙ୍କାର, ୩ କାର୍ ଓ ୪ ବାଇକ୍ ଜବତ

Leave a Comment

error: Content is protected !!