ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋଲିସ ର ଚଢ଼ାଉ ୬୨୨ଟି ନିସାଯୁକ୍ତ ଇଂଜେକସନ ଜବତ

ପୋଲିସ ର ଚଢ଼ାଉ ୬୨୨ଟି ନିସାଯୁକ୍ତ ଇଂଜେକସନ ଜବତ 

ନୂଆପଡା,ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖରିଆରରୋଡ଼ ଧୋବି ପଡାରେ ପୋଲିସ ଗତ କାଲି ଅତର୍କିତ ଚଢ଼ାଉ କରି ଜଣଙ୍କ ଘରୁ ୬୨୨ଟି ନିଶାଯୁକ୍ତ ଇଂଜେକସନ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଅକ୍ତର ମହମ୍ମଦ, ସୋହେଲ ମହମ୍ମଦ, ସାରୁଖ ଖାନ। ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଇ ନିଜେ ଏସପି ଜି ଆର ରାଘବେନ୍ଦ୍ର ଗଣ ମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି। ସୂଚନାନୁସାରେ ଏହି ତିନିଜଣ ଅଭିଯୁକ୍ତ ପଡୋଶୀ ରାଜ୍ୟ ଛତିଶଗଡ ର ରାଜଧାନୀ ରାୟପୁର ରୁ ପେନଟାଜୋସିନ ଲାକଟେଟ ଇଂଜେକସନ ବହୁମାତ୍ରାରେ ଆଣି ବେପାର କରୁଥିବାର ସୂଚନା ପୋଲିସର ହସ୍ତଗତ ହୋଇଥିଲା। ନିଜେ ଏସପି ଶ୍ରୀ ରାଘବେନ୍ଦ୍ର ଚଢ଼ାଉ ପାଇଁ ଏକ ଟିମ ଗଠନ କରାଇଥିଲେ। ଯେଉଁଥିରେ ଜୋଙ୍କ ଥାନା ଆଇଆଇସି ପିକେ ଧରୁଆ ଓ ନୂଆପଡା ଆଇଆଇସି ଗଙ୍ଗାଧର ମେହେର ଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଟିମ ଚଢ଼ାଉ କରିଥିଲେ। ସୂଚନାନୁସାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଜୋଙ୍କ ଥାନା କେଶ ନଂ ୮୮ ଏନଡିପିଏସ ଏକଟ ୧୯୮୫ ଅନୁସାରେ କୋର୍ଟ ଚାଲାଣ କରାଯାଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

Breaking – ଅମାଠ ଠାରେ ମହିନ୍ଦ୍ରା ପିକ୍ ଅପ୍ ରୁ ୩୩ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

ଯୁବକ ର ଅପହରଣ ନେଇ ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ, ନିଜକୁ ନିଜେ ଅପହରଣ କରି ପରିବାର ଠାରୁ ଟଙ୍କା ଆଦାୟ ଘଟଣାର ପରଦା ଫାସ କଲା ପୋଲିସ

masiha

ଡକାୟତି ଉଦ୍ୟମ ପଣ୍ଡ : ରାଉରକେଲା ପୋଲିସ୍ ଦ୍ବାରା ୯ ଜଣ ଅପରାଧୀ ଗିରଫ ଏବଂ ଅସ୍ତ୍ରଶସ୍ତ୍ର ଜବତ

Leave a Comment

error: Content is protected !!