ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସୁଧ କାରବାରର ପର୍ଦ୍ଦାଫାଶ: ଆସିକା ପୋଲିସ ଜାଲରେ ଅଭିଯୁକ୍ତ, ୨୦ ରୁ ଅଧୂକ ବାଇକ ସହ ନଗଦ ଟଙ୍କା, ମୋବାଇଲ ଓ ଦଲିଲ ଜବତ

ସୁଧ କାରବାରର ପର୍ଦ୍ଦାଫାଶ: ଆସିକା ପୋଲିସ ଜାଲରେ ଅଭିଯୁକ୍ତ, ୨୦ ରୁ ଅଧୂକ ବାଇକ ସହ ନଗଦ ଟଙ୍କା, ମୋବାଇଲ ଓ ଦଲିଲ ଜବତ

ଆସିକା, ୨୭/୬/୨୬(ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଦ୍ବାରା ଜଣେ ସୁଧ ବେପାରି ଗିରଫ ହୋଇଥିବାର ଜଣାପଡିଛି । ଗିରଫ ହୋଇଥିବା ସୁଧ ବେପାରି ଜଣକ ଲକ୍ଷ୍ମଣ ପାଣି ବୋଲି ଜଣାପଡିଥିବା ବେଳେ ତା ଘର ମାମୁଁଡିହ ଗ୍ରାମରେ ବୋଲି ଜଣାପଡିଛି । ସୁଧ ବେପାରି ଲକ୍ଷ୍ମଣ ପାଣି ଗଲା ଅନେକ ବର୍ଷ ହେବ ନିଜ ଅଂଚଳରେ ଲୋକ ମାନଙ୍କୁ କମ ଟଙ୍କା ଦେଇ ଅଧୂକ ସୁଧଅ। ଦାୟ କରୁଥିଲା । ଏଥିସହ ଲୋକଙ୍କ ଘର ଜମିବାଡି , ଗାଡି ଓ ମୋବାଇଲ ଫୋନ ବନ୍ଧକ ରଖ୍ ହଇରାଣ କରୁଥିଲା । ଏ ନେଇ ପୋଲିସ ପାଖରେ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗିରଫ ହୋଇଥ‌ିବା ସୁଧ ବେପାରି ଲକ୍ଷ୍ମଣ ପାଣି ଠାରୁ ୧୭ ଟି ମୋଟର ସାଇକେଲ, ୧୮ ଟି ମୋବାଇଲ ଫୋନ, ୩୧ ହଜାର ଟଙ୍କା, ୨୫ ଟି ଡ୍ରାଇଭିଙ୍ଗ ଲାଇସେନ୍ସ, ୧୦ ଏଟିଏମ କାର୍ଡ ସହ ଗୋଟେ ଡାଏରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ଅ।ସିକା ଏସଡିପିଓ l ଏହି ଅଭିଯୋଗର ତଦନ୍ତ ପରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆସିକା ପୋଲିସ ଚଢ଼ାଉ କରି ଅଭିଯୁକୁ ଲକ୍ଷ୍ମଣ ପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ସମ୍ପର୍କରେ ଆସିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ , ବିପୁଳ ପରିମାଣର ଦେଶୀ ମଦ ସହ ଜଣେ ଗିରଫ

masiha

ବିଶୋଇ ଅଂଚଳରେ ଟ୍ରାନ୍ସଫର୍ମର ତାର ଚୋରୀ ମାମଲାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

ଗୋହତ୍ୟାକାରି କୁ ରଙ୍ଗେହାତ୍ କାବୁ କଲେ ଗୋରକ୍ଷକ 

Sunil Chandra Nayak

Leave a Comment

error: Content is protected !!