ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ଜୟରାମ ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ଜୟରାମ ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରର ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ଜୟରାମ ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଗଲା, ସଭା ଟି ପରିଚାଳିତ ହୋଇଥିଲା ବ୍ରଜବିହାର ଶିଶୁ ମନ୍ଦିର ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ମୁଣ୍ଡ। ଶ୍ରୀ ଜୟରାମ ସାହୁଙ୍କ ୩୬ ବର୍ଷ ଏହି ଯାତ୍ରା ଆରମ୍ଭ ହୋଇଥିଲା ୧୯୯୦ ମସିହାରୁ। ସେ ଜଣେ ଦକ୍ଷ ସଂଗୀତଜ୍ଞ, ତବଲାବାଦକ, ହାରମୋନିୟମ ବାଦକ। ଶିକ୍ଷା ବିକାଶ ସମିତି ର ପ୍ରାନ୍ତ ସଂଗୀତ ପ୍ରମୁଖ ଏବଂ ଆକାଶବାଣୀ ର ସ୍ୱକୃତିପ୍ରାପ୍ତ କଳାକାର। ପ୍ରଥମେ ଗୁରଜୀ ଭାବରେ ଯୋଗ ଦେଇଥିଲେ ଶ୍ରୀ ବୈରାଗୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଅସୁରାଳୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୂଆ ବଜାର ଭଦ୍ରକ, ଏବଂ ଶେଷରେ ବ୍ରଜବିହାରରେ ରହି ନିଜ କାର୍ଯ୍ୟକାଳ ସମ୍ପର୍ଣ୍ଣ କରିଥିଲେ। ଜୟ ଗୁରୁଜୀ ଜଣେ ମିଷ୍ଟ ଭାଷୀ ଓ ମିଳାପୀ ମଣିଷ ଏବଂ ନିଜ ସୁମଧୁର କଣ୍ଠ ରେ ସମସ୍ତଙ୍କୁ ବାନ୍ଧି ରଖିବାର କଳାରେ ସେ ସିଦ୍ଧହସ୍ତ। ସରକାରଙ୍କ. ନିୟମ ଅନୁଯାୟୀ ଶିକ୍ଷାଦାନ କ୍ଷେତ୍ରରୁ ବିଦାୟ ନେବାକୁ ହେବ କିନ୍ତୁ ଶିକ୍ଷା ବିକାଶ ସମିତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସରସ୍ବତୀ ଶିଶୁ ବିଦ୍ୟମନ୍ଦିରର ପ୍ରଧାନଆଚାର୍ଯ୍ୟ ନିଜ ବକ୍ତବ୍ୟ ରେ କହିଥିଲେ। ସ୍ନେହମମତା ରେ କଟାଇଥିବା ଦୀର୍ଘ ଦିନର ସମ୍ପର୍କକୁ ରୋମଂଥନ କରିଥିଲେ ଗୁରୁଜୀ ଗୁରୁମା ଓ ପରିଚାଳନା କମିଟି ର ସଭାପତି ଶ୍ରୀ ଦୀନବନ୍ଧୁ ମୁଣ୍ଡ ଓ ଶ୍ରୀ କୋଶଲ ଅଗ୍ରୱାଲ ଶେଷରେ ନିଜ ଅନୁଭୂତିକୁ ଜୟ ଭାଇ ଆଦ୍ରକଣ୍ଠରେ ଅଳ୍ପଅଳ୍ପରେ କହିଥିଲେ। ପରିବେଶ ଟି ଅଳ୍ପକେ ବିଦାୟଦେବାକୁ କୁଣ୍ଠାବୋଧ କରୁଥାଏ ତଥାପି ଦେବାକୁ ପଡିଲା ଛଳ ଛଳ ଅଶ୍ରୁରେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଵ୍ଯକ୍ତିଗତ ଜାଗାରେ ଜୋର ଜବରଦସ୍ତ ରାସ୍ତା କାମ, ଵିରୋଧ କଲେ ମିଳୁଛି ଧମକ

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଗୁରୁ ଦିବସ -୨୦୨୬ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ରେ’ ଓଡ଼ିଆ ପକ୍ଷ’ ପାଳନ ଅବସରରେ ଉପଖଣ୍ଡ ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ” ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା’ ରଥ ପରିକ୍ରମା 

masiha

Leave a Comment

error: Content is protected !!