ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆସିକାରେ ବିଧାୟକଙ୍କ ‘ଚା ଖଟି’: ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା

ଆସିକାରେ ବିଧାୟକଙ୍କ ‘ଚା ଖଟି’: ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା

ଆସିକା, ୨୭/୬/୨୬ (ଶିବ ଶଙ୍କର ମିଶ୍ର ) ଆସିକା,ଗଞ୍ଜାମ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ସେମାନଙ୍କ ସମସ୍ୟା ଓ ଅଞ୍ଚଳର ବିକାଶ ସମ୍ପର୍କରେ ମତାମତ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ଆସିକା ସ୍ଥିତ ଉପଖଣ୍ଡ ମେଡିକାଲ ଛକ ନିକଟରେ ଏକ ସାଧାରଣ ଚା ଦୋକାନରେ ‘ଚା ଖଟି’ କରି ସେ ସ୍ଥାନୀୟ ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ଖୋଲାଖୋଲି ଆଲୋଚନା କରିଥିଲେ।

ଏହି ଅବସରରେ ବିଧାୟକ ଆସିକା ଅଞ୍ଚଳର ବିଭିନ୍ନ ସମସ୍ୟା, ନାଗରିକ ସୁବିଧା, ପାନୀୟ ଜଳ, ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା ଓ ସହରର ସାମଗ୍ରିକ ବିକାଶ ନେଇ ଉପସ୍ଥିତ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲେ। ଲୋକମାନେ ମଧ୍ୟ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇବା ସହ ଉନ୍ନତିମୂଳକ ପ୍ରକଳ୍ପ ସମ୍ପର୍କରେ ନିଜର ପ୍ରସ୍ତାବ ରଖିଥିଲେ l ଏହାପରେ ବିଧାୟକ ସରୋଜ କୁମାର ପାଢ଼ୀ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥ‌ିବା ଏକ ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧାରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।

Related posts

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ , ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଭଜପା ର ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଜିଲ୍ଲା ଭାଜପା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!