ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେନେଇରେ ଯାମଦା ଅଂଚଳର ଯୁବ ଦାଦନ ଶ୍ରମିକ ମୃତ 

ମୟୂରଭଞ୍ଜ-୧୦/୫ (ମସିହା) ଯମ ଜଗିଥିଲା ଚେନେଇରେ ।ପରିବାରକୁ ପୋଷିବାକୁ ଚେନ୍ନାଇ ଯାଇ ଶବ ହୋଇ ଫେରିଲେ । ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକ ଅନ୍ତର୍ଗତ ଯାମଦା ପଞ୍ଚାୟତର ରୁମାପାହାଡି ଗ୍ରାମର ଦାକ୍ଷିଣ ମାରାଣ୍ଡିଙ୍କ ପୁଅ ଏକମାତ୍ର ସାଲାଇ ମାରାଣ୍ଡି(୨୦) ପରିବାର ପ୍ରତିପୋଷଣ ପାଇଁ ମାସେ ହେଲା ଦାଦନ ଖଟିବାକୁ ଚେନ୍ନାଇ ସହରକୁ ଯାଇଥିଲେ । ଚେନ୍ନାଇର ତିରୁମଡିବାକମ ଅଂଚଳର ମାଇକ୍ରୋଟେକ୍ସ କମ୍ପାନୀରେ କାମ କରୁଥିଲେ ।ତାଙ୍କ ସହିତ ଯାମଦା ଅଂଚଳର ୧୦ ଜଣ ଯୁବକ ସେଠାରେ କାମ କରନ୍ତି । ରବିବାର ରାତିରେ ଖାଇପିଇ ଶୋଇଥିଲେ ।ସକାଳେ ସାଙ୍ଗ ସାଥୀ ଡାକିଲା ବେଳକୁ ସେ ଆଉ ଉଠି ନଥିଲେ । ତାଙ୍କର ସାଙ୍ଗସାଥୀ ଘରକୁ ଜଣାଇବା ସହ କାର୍ଯ୍ୟ କରୁଥିବା କମ୍ପାନୀ ମାଲିକଙ୍କୁ ଜଣାଇଥିଲେ । ସେଠାରେ ଶବ ବ୍ୟବଚ୍ଛେଦ କରାଇ ଆମ୍ବୁଲାନ୍ସ ଯୋଗେ ସାଲାଇଙ୍କ ପୈତୃକ ଘର ଯାମଦାକୁ ତାଙ୍କ ସହିତ ପଠାଇବା ବ୍ୟବସ୍ଥା କମ୍ପାନୀ କରାଇଥିଲା ।ଗତକାଲି ରାତିରେ ମୃତ ସାଲାଇର ଶବ ପହଞ୍ଚି ଥିଲା ।ଗ୍ରାମରେ କାନ୍ଦ ବୋବାଳି ପଡି ଯାଇଥିଲା । ବୁଧବାର ଦିନ ସକାଳେ ଗାଁ ସାରା ଲୋକେ ସାଲାଇ ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ବନା ଜଣାଇବା ସହ ଶବ ସତ୍କାର ରେ ସହଯୋଗ କରିଥିଲେ । ପିତା ଦାକ୍ଷିଣୀ ଓ ତାଙ୍କ ପତ୍ନୀ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଖରେ ସଂପୂର୍ଣ୍ଣ ମ୍ରିୟମାଣ ଓ ହତବାକ ହୋଇ ପଡିଛନ୍ତି ।କାନ୍ଦ ବୋବାଳାରେ ତାଙ୍କ ଗାଁ ଉଠୁଥିଲା ପଡୁଥିଲା । ଯାମଦା ସରପଞ୍ଚ ମାଳତୀ କିସ୍କୁ,ଯାମଦା ଅଂଚଳର ବିଶିଷ୍ଟ ଯୁବ ସମାଜସେବୀ ସଚିଦାନନ୍ଦ ମହାନ୍ତ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଶୋକ ପ୍ରକାଶ କରିବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୩୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।ତଦସହ ପ୍ରଶାସନ ଘରର ଏକମାତ୍ର ରୋଜଗାରିଆ ପୁଅର ଅକାଳରେ ମୃତ୍ୟୁ ନେଇ ସାମାଜିକ ସୁରକ୍ଷା ଆଇନ ବଳରେ ବ୍ଳକ ପ୍ରଶାସନ ତାଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡା ଜିଲ୍ଳା ରେ ମହାସମାରୋହରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

masiha

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

masiha

ଜିନ୍ଦଲରେ ଅନୁଷ୍ଠିତ,ଦେବ ଭୂମି ପୂଜନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!