ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗାଁରେ ଠାକୁରାଣୀ ଯାତ୍ରା ଚାଲିଥିବାବେଳେ ଜଣେ ନାବାଳିକାକୁ ଅପହରଣ ଉଦ୍ୟମ, ଅଭିଯୁକ୍ତ ଅଟକ

ଲାଞ୍ଜିଗଡ଼,୧୦/୦୫(ମନିସ): ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ପଞ୍ଚାୟତ ସିନ୍ଧିବାହାଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ମାଁ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ବେଳେ ଏକ ଅଘଟଣ ଘଟିଛି। ରୀତିନୀତି ଅନୁସାରେ ଘରେ ପୂଜାର୍ଚ୍ଚନା ସାରି ଗାଁରୁ ପାଖାପାଖି ୨୦୦ ମିଟର ଦୂର ବଲେନଭଟ୍ଟା ପୂଜାସ୍ଥାନକୁ ଜଣେ ୧୧ବର୍ଷୀୟ ଝିଅ ତା ବାପା, ମାଆ ସହ ଯିବା ସମୟରେ ଜଣେ ଯୁବକ ହଠାତ୍ ଧରି ତାକୁ ଟେକି ନେଇଯାଉଥିବାବେଳେ ଝିଅର ଚିତ୍କାର ଶୁଣି ତାଙ୍କ ବାପା ଦୌଡ଼ି ଦୌଡ଼ି ଧରିଥିଲେ। ସେ ଧରିବା ମାତ୍ରେ ଯାତ୍ରାରେ ସାମିଲ ଥିବା ଲୋକେ ସଂପ୍ରୁକ୍ତ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରି ଗାଁରେ ରାତିସାରା ଅଟକ ରଖିଥିଲେ । ଯୁବକ ଜଣକ ଗୁଣ୍ଡୁରି ପଞ୍ଚାୟତ ଜାମକନା ଗାଁର ବୋଲି ଜଣାପଡ଼ିଛି। ଏ ସଂପର୍କରେ ଆଜି ଖବର ପାଇ ବିଶ୍ବନାଥପୁର ପୁଲିସ ଗାଁରେ ପହଞ୍ଚି ଅଟକ ଥିବା ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ଜଣାପଡ଼ିଛି ! ଏନେଇ ତଦନ୍ତ ଜାରି ଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ବିଜାତଳା ବ୍ଳକ ! ରାୟହରି ପଞ୍ଚାୟତ ର ପ୍ରାକ୍ତନ ମହିଳି ସରପଞ୍ଚ ଗୀର୍ଥ ସୋରେନ ଙ୍କ ଘର ଭିତରେ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ସିଆରପିଏଫର କୁମ୍ବିଂ ବେଳେ ବହୁ ସାମଗ୍ରୀ ଜବତ, ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ: ପଚରାଉଚରା ଜାରୀ 

Sunil Chandra Nayak

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ରେ ଫେରାର ୩ ଅଭିଯୁକ୍ତ ଗରିଫ 

masiha

Leave a Comment

error: Content is protected !!