ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚିତାବାଘ ଛାଲ ସହ ବନ୍ଧୁକ ଜବତ: ଜଣେ ଗିରଫ

ଚିତାବାଘ ଛାଲ ସହ ବନ୍ଧୁକ ଜବତ: ଜଣେ ଗିରଫ

କନ୍ଧମାଳ:ତା,୧୩/୦୨:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ଥାନା ଅଧୀନ ଦାସିଙ୍ଗବାଡ଼ିରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ଚିତାବାଘ ଛାଲ ସହିତ ଗୋଟିଏ ଦେଶୀବନ୍ଧୁକ ଜବତ କରାଯାଇଛି। ଘଟଣାରେ ଦାରିଙ୍ଗବାଡି ଥାନା ଅଧୀନ ଗୋହିବାଡ଼ିର ଘନେଶ୍ବର ପ୍ରଧାନ (୩୫) ଙ୍କୁ ଗିରଫ କରାଯାଇଛି। ଘନେଶ୍ବର ନିକଟରେ ବାଘଛାଲ ଓ ବନ୍ଧୁକ ଥିବା ନେଇ ଏସ୍‌ଟିଏଫ୍‌ ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ତାକୁ ଗିରଫ କରାଯାଇ ଦାରିଙ୍ଗିବାଡ଼ି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା।ଏ ନେଇ ଏସ୍‌ଟିଏଫ୍‌ ଟିମ ଏକ ମାମଲା ରୁଜୁ କରିଛି। ଏହି ଚଢ଼ଉରେ ଏସ୍‌ଟିଏଫ୍‌ ସମେତ ଫୁଲବାଣୀ ଏବଂ ବାଲିଗୁଡ଼ା ବନଖଣ୍ଡର କର୍ମଚାରୀ ମ‌ାନେ ସାମିଲ ଥିଲେ। ତେବେ ଜବତ ହେବା ପରେ ଏହି ଚିତାବାଘ ଛାଲର ପରୀକ୍ଷଣ ପାଇଁ ଡେରାଡୁନ୍‌ ସ୍ଥିତ ଡବ୍‌ଲ୍ୟୁଆଇଆଇକୁ ପଠାଯାଇଛି ବୋଲି ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ହୋଇଥିବା ଦେଶୀ ବନ୍ଧୁକକୁ ରସୁଲଗଡ଼ ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ ଲାବୋରେଟୋରିକୁ ପଠାଯାଇଛି। ଏ ସଂକ୍ରାନ୍ତରେ ତଦନ୍ତ ଜାରି ରହିଛି ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବାପା ହତ୍ୟାକାରୀ ପୁଅର ଆତ୍ମହତ୍ୟା,ଏକ ନାଳରୁ ଉଦ୍ଧାର ହେଲା ଶବ

ବିବାହିତ ପୁରୁଷ ଙ୍କୁ ପ୍ରେମ କରି ଜୀବନ ହାରିଲେ ଯୁବତୀ

masiha

ଅବକାରୀ ବିଭାଗର ମାରାଥନ ଚଢାଉ : ଜୟପାଟଣା ଥାନା ଅଞ୍ଚଳରେ 96 ଲିଟର ମୃତ ସଞ୍ଜିବନୀ ବୋତଲ ଜବତ , 4 ଜଣ ଗିରଫ 

masiha

Leave a Comment

error: Content is protected !!