ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ଉପ ନିର୍ବନ୍ଧକଙ୍କ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି, ଲୋକ ମାନେ ହିନସ୍ତା

ଖଇରା ଉପ ନିର୍ବନ୍ଧକଙ୍କ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି, ଲୋକ ମାନେ ହିନସ୍ତା

 ବାଲେଶ୍ଵର,୧୩/୦୨/୨୪- ଜମିଜମା କିଣାବିକା ଉପରେ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଖଇରା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଲୋକେ ମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି । ଖଇରା ଉପ ନିର୍ବନ୍ଧକ କାର୍ଯ୍ୟାଳୟରେ ଜମି କିଣାବିକା, କବଲା ନକଲ, ବିବାହ ପଞ୍ଜିକରଣ ଇତ୍ୟାଦି କାର୍ଯ୍ୟ ହୋଇଥାଏ । ହେଲେ ଏହି ଅଫିସରେ ବର୍ତ୍ତମାନ ସବ୍ ରେଜିଷ୍ଟ୍ରାର, ମୁଖ୍ୟ ସହାୟକ, ହେଡ କିରାଣୀ, କନିଷ୍ଠ ସହାୟକ, ପଦବୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏଠାରୁ ବଦଳି ତଥା ଡେପୁଟେସନରେ ସୋର, ସିମୁଳିଆ ଉପ ନିର୍ବନ୍ଧକ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି, ଯାହା ଫଳରେ କି ଏହି ଅଫିସ ଉପରେ ନିର୍ଭର କରୁଥିବା ଜନ ସାଧାରଣ ସେବା ପାଇବା ପରିବର୍ତ୍ତେ ବହୁ ଅସୁବିଧାରେ ସମୁଖୀନ ହେଉଛନ୍ତି। ବିଭିନ୍ନ କାମରେ ଲୋକ ମାନେ ଏଠାକୁ ଆସି ଫେରୁଛନ୍ତି। ବର୍ତ୍ତମାନ ସବ୍ ରେଜିଷ୍ଟ୍ରାରଙ୍କ ଦ୍ବାୟିତରେ ଥିବା ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣା, ଖଇରା ତହସିଲ୍ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସେ ମଧ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ସହିତ ଶାରୀଶୁଆ ପାହାଡ଼ ମଧ୍ୟ ତାଙ୍କ ଅଧିନରେ ଅଛି, ସରକାର ଉପ ନିର୍ବନ୍ଧକ କାର୍ଯ୍ୟାଳୟକୁ ୫ଟି ଅଧିନକୁ ନେଇଥିବା ବେଳେ ସବ୍ ରେଜିଷ୍ଟ୍ରାର ଓ କର୍ମଚାରୀଙ୍କ ଅଭାବରେ ଏଠାରେ କିପରି କାର୍ଯ୍ୟ ହେଉଛି ଓ ଜନ ସାଧାରଣ କିପରି ସେବା ପାଉଛନ୍ତି, ତାହା ଏଠାରେ ସ୍ପଷ୍ଟ ବାରି ହେଉଛି, ଏ ବିଷୟରେ ଜନ ସାଧାରଣ ବାରମ୍ବାର ଜିଲ୍ଲା ପାଳ, ଏଡିଏମ, ଜିଲ୍ଲା ସବ୍ ରେଜିଷ୍ଟ୍ରାର, ଇନ୍ସପେକ୍ଟର ଜେନେରାଲ ପଞ୍ଜିକରଣ କଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତୁରନ୍ତ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ଦୃଷ୍ଟି ଦେବାକୁ ଖଇରା ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ପଦ୍ମଲୋଚନ ଦାଶ ଓ ଜନଜାଗରଣ ମଞ୍ଚ ଓ ବୁଦ୍ଧିଜୀବୀମାନେ ନିୟମିତ ରେଗୁଲାର ସବ୍ ରେଜିଷ୍ଟ୍ରାର କିମ୍ବା ଅସ୍ଥାୟୀ ଭାବେ ଅତିରିକ୍ତ ତହସିଲଦାରଙ୍କୁ ଦ୍ବାୟିତରେ ରଖାଯିବା ପାଇଁଁ ଦାବି କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୁଶୁର୍ଲା ମକର ମେଳାରେ ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା ପକ୍ଷରୁ ପାଣି ପାଉଜ୍ ବଣ୍ଟନ

masiha

ଦଶଥର ନିର୍ବାଚିତ ପାକ୍ସ ସଭପତି ଙ୍କ ପରଲୋକ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଅନୁମତି ପାଇଁ ଵଡଜାରୀ,ଫୁଲବାଡିଆ ଏବଂ କିତାଵେଡା ଗ୍ରାମବାସୀ ବନଖଣ୍ଡ ଅଧିକାରୀଙ୍କଠାରେ ଦ୍ବାରସ୍ଥ

masiha

Leave a Comment

error: Content is protected !!