ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୩ଜଣ ଙ୍କ ନାଁରେ ଚୋରି ଆଖ୍ୟା ଦେଇ ସୋସିଆଲ ମେଡିଆରେ ଅପପ୍ରଚାରକୁ ନେଇ ପରିବାର ପକ୍ଷରୁ ଥାନାରେ ଏତଲା

ଗୋଳାମୁଣ୍ଡା/୨/୬/ନିର୍ଭୟ, ନିରପେକ୍ଷ ମସିହା,// କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁରଫାଣ୍ଡି ଅଧୀନରେ ଥିବା ଦଶପୁର ଗ୍ରାମର ଅନ୍ତଯ୍ୟାମୀ ସରାପ ପିତା ମଧୁସୂଦନ ସରାପ ତା୨୯/୪/୨୩ଦିନ ନିଜ ଦୋକାନରୁ ୧୩୦୦ହଜାର ଟଙ୍କା ତିନି ଜଣ ପିଲା ଚୋରି କରିଛନ୍ତି ବୋଲି ସୋସିଆଲ ମେଡିଆରେ ଟୁନା ସରାପ,(୩୦) ଅନୁଭବ ମେହେର(୧୦)ଓ ଶ୍ରୀ ତମ ମେହେର(୮)ଙ୍କ ନାଁରେ ମିଥ୍ୟା ଅପପ୍ରଚାର କରିଥିବା ଘଟଣା ସମ୍ପର୍କରେ,ଗତ, ତା୧୫/୫/୨୩ଦିନ ଦଶପୁର ଫାଣ୍ଡିରେ ଟୁନା ସରାପ ଓ ଖୀରସିନ୍ଦୁ ମେହେର ଲିଖିତ ଅଭିଯୋଗ କରିଥିଲେ.ହେଲେ ଦଶପୁର ଫାଣ୍ଡି ଅଧିକାରୀ କୌଣସି ତଦନ୍ତ ନକରି ଗୋଳାମୁଣ୍ଡା ଥାନାରେ ଅଭିଯୋଗ ଦରଖାସ୍ତକୁ ନେଇ ଦାଖଲ କରିଥିଲେ।ପୋଲିସଙ୍କ ତଦନ୍ତ ନେବାରେ ବିଳମ୍ବ ଯୋଗୁଁ ଗତ୩୧/୫/୨୩ଦିନ ଅନ୍ତଯ୍ୟାମୀ ସରାପ ପୁଣି ତିନି ଜଣଙ୍କୁ ଗାଳି ଗୁଜବ ଓ ଜୀବନରେ ମାରିଦେବାର ଧମକ ଓ ପୁଷ୍ପା ମେହେରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିବାରୁ ଆଜି ଶୁକ୍ରବାର ଦିନ ଗୋଳାମୁଣ୍ଡା ଥାନାରେ ଉଭୟେ ତିନି ଜଣ ପିଲା ଓ ପରିବାରଙ୍କ ସହ ଯାଇ ଥାନା ଅଧିକାରୀ ରମଣୀରଂଜନ ଦଳାଇଙ୍କୁଏତଲା ପ୍ରଦାନ କରିଛନ୍ତି।ଏତଲା କୁ ଭିତ୍ତିକରି ଏଫ ଆଇ ଆର ନମ୍ବର/୯୯ ତା୦୨/୦୬/୨୦୨୩ରିଖ ରୁଜ୍ଜୁ କରାଯାଇଥିବା ଗୋଳାମୁଣ୍ଡା ଥାନା ଅଧିକାରୀ କହିଛନ୍ତି, ଏହି ପରିପ୍ରେକ୍ଷୀରେ ଉଭୟଙ୍କ ପରିବାର ଗଣମାଧ୍ୟମ ପ୍ରତିନିଧିଠାରେ ଟୁନା ସରାପ, ଠନସୁନ୍ଦର ସରାପ,ଅନୁଭବ ମେହେର, ପୁଷ୍ପା ମେହେର, ଓ ଖୀରସିନ୍ଦୁ ମେହେରଙ୍କ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଯେ,ଅନ୍ତ୍ରଯ୍ୟାମୀ ସରାପ ସୋସିଆଲ ମିଡ଼ିଆ  ରେ ଅପପ୍ରଚାର କରିଛନ୍ତି ତାହା ମିଥ୍ୟା ଅଟେ ,ଏବଂ ପୁଣି ପିଲା ମାନଙ୍କୁ ରାସ୍ତା କଡରେଜୀବନରେ ମାରି ଦେବାର ଧମକ ଦେଉ ଥିବାରୁ ଆଗାମି ଦିନରେ ତିନି ଜଣ ପିଲାଙ୍କର କୌଣସି ପ୍ରକାର ଦୁର୍ଘଟଣା ଘଟେ ତାହା ଅନ୍ତଯ୍ୟାମୀ ସରାପ ଦାୟୀ ବୋଲି ଲିଖିତ ଅଭିଯୋଗ ରେ ଥାନାଅଧିକାରୀ ଙ୍କ ନିକଟରେ ଜଣାଇଛନ୍ତି।

 ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ !

masiha

ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ 

masiha

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

Sunil Chandra Nayak

Leave a Comment

error: Content is protected !!