ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମ କାଳୀନ ଶିକ୍ଷ୍ୟା ଶିବିର ଅନୁଷ୍ଠିତ

ଜୁନାଗଡ଼,୨/୬(ମ ନି ଶ)ମାନବ ସେବା ସଂସ୍ଥା ଦ୍ୱାରା ପରିଚାଳିତ କଲାବିକାଶ କେନ୍ଦ୍ରର ଗ୍ରୀଷ୍ମ କାଳୀନ ଶିକ୍ଷ୍ୟା ଶିବିର ସଂସ୍ଥା ର ନିର୍ଦ୍ଦେଶକ ମାନସ ସେଠି ଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଚିତ୍ର ଶିଳ୍ପୀ ତଥା ଶ୍ରୀ ଅରବିନ୍ଦ ଚିତ୍ରକଳା ପ୍ରଶିକ୍ଷକ ମୁକୁନ୍ଦ ରେଡ୍ଡୀ ଯୋଗଦେଇଥିଲେ।ସମ୍ମାନୀୟ ଅତିଥିଭାବେ ଅବସର ପ୍ରାପ୍ତ ବିଆରସି କୋରଡ଼ିନେଟର ରାଧେଶ୍ୟାମ ପଣ୍ଡା,ପି ଆଇ ମହାବିଦ୍ୟାଳୟ ଖେଳ ଶିକ୍ଷକ ସମୀର ସାହୁ, କଳା ବିକାଶ କେନ୍ଦ୍ରର ପୃଷ୍ଠ ପୋଷକ ପଦ୍ମାବତୀ ସାହୁ,ସଂସ୍ଥା ଅଧକ୍ଷ୍ୟ ଦିଲ୍ଲୀପ ସାହୁ,ଉପଦେଷ୍ଟା ସନ୍ଦୀପ ସାହୁ,ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ବିନୟ କୁମାର ସାହୁ ପରିଚାଳନା କରିଥିଲେ।କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିରେ ମାନସ ରଞ୍ଜନ ପଣ୍ଡା,ଲିପ୍ସରାଣୀ ବାରିକ,ଆଶିଷ କୁମାର ବିଶୋଇ,ଡି. ବଳରାମ ପ୍ରମୁଖ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିରରେ ଛାତ୍ର ଛାତ୍ରୀ ମାନଙ୍କୁ ଆଧୁନିକ ଓ ପୁରାତନ ନୃତ୍ୟ, ଚିତ୍ରଙ୍କନ ଟାଇକୋଣ୍ଡୋ,ପ୍ରଭୃତି ବିଷୟରେ ଶିକ୍ଷ୍ୟା ପ୍ରଦାନ କରାଯାଇଥିଲା।ଛାତ୍ର ଛାତ୍ରୀ ମାନଙ୍କ ଶାରୀରିକ ,ବୋଧିକ ଓ ମାନସିକ ବିକାଶ ଏହି ଶିକ୍ଷ୍ୟାର ମୂଳ ଉଦ୍ଧେଶ୍ୟ ବୋଲି କେନ୍ଦ୍ରର ନିର୍ଦେଶକ ମାନସ ସେଠୀ ପ୍ରକାଶ କରିଥିଲେ।ଏହି କେନ୍ଦ୍ର ଜିଲ୍ଲାର ଏକ ଅଗ୍ରଣି ଅନୁଷ୍ଠାନ ବୋଲି ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିଥିଲେ।ଶେଷରେ କେନ୍ଦ୍ରର କଳା ଶିକ୍ଷକ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କୋଶଲି କୁଇନ୍ କବୟିତ୍ରୀ ମୀରାଵାଈ ମହାନ୍ତି ପାଣିଗ୍ରାହୀ

Sunil Chandra Nayak

ବୁଥ୍ ମୁହାଁ ପୋଲିଂ କର୍ମଚାରୀ :ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

masiha

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା : ସ୍କୁଲର କୋଠା ସରିଲା ଵିଲ୍ ହେଲା ,ମାସକମଧ୍ୟରେ ଘର ଛାତରୁ ପାଣି ଗଳିଲା

Sunil Chandra Nayak

Leave a Comment

error: Content is protected !!