ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିକାଶ ଦିବସ ପାଳନ

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିକାଶ ଦିବସ ପାଳନ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲାଙ୍କ ତତ୍ତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଭୋଇରମୁଣ୍ଡା ଗ୍ରାମର ଗଜାନନ ଯୁବକ ସଂଘର ମିଳିତ ସହଯୋଗରେ ବିକାଶ ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୁବ ସମାଜ ସେବୀ ଶ୍ରୀ ନୀଳମାଧବ ସିଂ ଦେଓ, ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରୀ ସନତ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ ଭୂମିସୁତା କୁମାର, ୱାର୍ଡ ମେମ୍ବର ଶ୍ରୀଯୁକ୍ତ ଉସ୍ତ ସାହୁ, ଗାଁ ସାଥି ଭିକାରି କୁମାର ଉପସ୍ଥିତ ରେ ଗଜାନନ ଯୁବକ ସଂଘ ର ସଭାପତି ଗିରିଧାରୀ ସାହୁ, ଜଳନ୍ଧର ସାହୁ, ରାଜେଶ ସାହୁ, କୈଳାଶ ସାହୁ ତଥା ଗଜାନନ ଯୁବକ ସଂଘ ସମସ୍ତ କର୍ମକର୍ତ୍ତା ଓ କୁସୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘ ର ସଭ୍ୟ ହରପ୍ରସାଦ ସାହୁ ଙ୍କ ସହଯୋଗ ରେ ଗାଁ ରାସ୍ତା, ନଳକୂଅ ପରିସର ସଫେଇ, ବିକାଶ ଦିବସ ରେ ନିଜ ଅଞ୍ଚଳର ତଥା ଦେଶର ବିକାଶ ଦିଗରେ ଯୁବକ ମାନଙ୍କର ଭୂମିକା କଣ ରହିଛି ତାହା ଉପରେ ଆଲୋଚନା କରିଥିଲେ l ପରେ ଏକ ପଦଯାତ୍ରା କରି ଗାଁ ପରିଭ୍ରମଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଟିକୁ ଜେମନ୍ତ ସାହୁ ମଞ୍ଚପରିଚାଳନା କରିଥିବାବେଳେ ସମ୍ପାଦକ ଅଶୋକ ସାହୁ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ନବନିର୍ମିତ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣାହୁତୀ 

Sunil Chandra Nayak

କାମାକ୍ଷାନଗରର ବହୁ ପ୍ରାଚୀନ ଶିଵୁଳାପଶି ସ୍ଵପ୍ନେଶ୍ଵର ମନ୍ଦିରରେ ନବବର୍ଷ ଧାର୍ମିକ ଆଡ଼ମ୍ବର ସହ ପାଳନ 

masiha

ଶାଳବଣର କବି ସାମ୍ବାଦିକ ଗୌରବ ଗିରୀଶ ନନ୍ଦଙ୍କ ତୁତୀୟ ଶ୍ରାଦ୍ଧବାର୍ଷିକ

masiha

Leave a Comment

error: Content is protected !!