ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ “ଓଡ଼ିଆ ପକ୍ଷ “ପାଳନ ଅବସରରେ” ଶିଶୁ କଥା ଦିବସ” ଅନ୍ତର୍ଗତ ବର୍ଣ୍ଣ ବୋଧ ଓ ଶିଶୁ ଲେଖା ବଣ୍ଟନ କାର୍ଯ୍ୟକ୍ରମ 

ଜିଲ୍ଲାରେ “ଓଡ଼ିଆ ପକ୍ଷ “ପାଳନ ଅବସରରେ” ଶିଶୁ କଥା ଦିବସ” ଅନ୍ତର୍ଗତ ବର୍ଣ୍ଣ ବୋଧ ଓ ଶିଶୁ ଲେଖା ବଣ୍ଟନ କାର୍ଯ୍ୟକ୍ରମ 

ନବରଙ୍ଗପୁର:( ତା ୭.୪.୧୦୨୬:)(ରବିନାରାୟଣମହାନ୍ତି)ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ସଦାଶିବ ସୁକୁମାର ହାଇସ୍କୁଲ ଠାରେ ଶିଶୁକଥା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଛାତ୍ର ଛାତ୍ରୀ ଏବଂ ପ୍ରଧାନ ଶିକ୍ଷକଙ୍କୁ ବର୍ଣ୍ଣବୋଧ ଏବଂ ଶିଶୁଲେଖା ବଣ୍ଟନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ମହାଳିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଈଶ୍ବର ମାଝୀ, ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା କୁଆଁର ପ୍ରମୁଖ ମଞ୍ଚାସୀନ ଥିଲେ। ସେଭଳି ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାନ କୁସୁମୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ,ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ପ୍ରଧାନଶିକ୍ଷକ ମାନଙ୍କୁ ବର୍ଣ୍ଣବୋଧ ଓ ଶିଶୁଲେଖା ବଣ୍ଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ଵଜିତ ଚନ୍ଦ୍ର ବର୍ମନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ, ସୁପ୍ରିୟା ନାୟକ, ଜଗବନ୍ଧୁ ସଉରା ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗଢ ଗ୍ରାମର ଶ୍ରୀ ଶ୍ରୀ ଐଶ୍ଵାନେଶ୍ବର ଶିବ ମନ୍ଦିର ମୁଖ୍ୟ ପୂଜକ ସଞ୍ଜୟ ପଣ୍ଡା ( ଲିଟୁ ନନା) ଆର ପାରିରେ, ରାଇରଙ୍ଗପୁରରେ ଶୋକର ଛାୟା

masiha

ଫରେଷ୍ଟର ଅଫିସ ଆଗରେ ଗଣ ବିକ୍ଷୋଭ

Sunil Chandra Nayak

ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!