ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୬ ପାଳିତ
ଢେଙ୍କାନାଳ : ତା.୦୭.୦୪.୨୦୨୬ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟଅତିଥି ରୂପେ ଯୋଗଦେଇ ବରିଷ୍ଠ ପ୍ରଫେସର୍ ଡ଼ା.ତୁଷାରକାନ୍ତି ନାୟକ ସ୍ୱୀୟ ବକ୍ତବ୍ୟରେ ଜୀବନ ଶୈଳୀର ପରିବର୍ତ୍ତନ ଦ୍ବାରା ଅନେକ ବ୍ୟକ୍ତି ଡାଇବେଟିସ୍,ଉଚ୍ଚ ରକ୍ତଚାପ,ମେଦବହୁଳତା ଆଦି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବା ସହିତ ତତ୍ ସଂଲଗ୍ନ ସ୍ନାୟୁ ରୋଗ,କିଡନୀ ରୋଗ ଓ ହୃଦ୍ ରୋଗ ଆଦି ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏହାର ନିରାକରଣ ନିମନ୍ତେ ସୁଷମ ଖାଦ୍ୟ ଖାଇବା,ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ନଖାଇବା,ଶରୀର ପାଇଁ ଉପଯୁକ୍ତ ଖାଇବା ତେଲର ବ୍ୟବହାର,ସମୁଦ୍ର ଲୁଣ ପରିବର୍ତ୍ତେ ସୈନ୍ଧବ ଲବଣର ବ୍ୟବହାର,ଭିଟାମିନ ଡ଼ି ଓ କ୍ୟାଲସିୟମଯୁକ୍ତ ଆହାର ବ୍ୟବହାର ସହିତ,ଧାର୍ମିକ ଭାବନା ସହିତ ଜଡ଼ିତ ଅନ୍ଧ ବିଶ୍ୱାସରୁ ଦୂରେଇ ରହି ବିଜ୍ଞାନ ସମ୍ମତ ଚିନ୍ତାଧାରା ଆପଣେଇବା ପାଇଁ ସୁପରାମର୍ଶ ଦେଇଥିଲେ।ସମସ୍ତ ବକ୍ତା ୨୦୨୬ ମସିହା ସମସ୍ତଙ୍କର ସ୍ୱାସ୍ଥ୍ୟର ସର୍ବାଙ୍ଗୀନ ବିକାଶର ବର୍ଷ ହେଉ ଓ ସ୍ବାସ୍ଥ୍ୟ ସଚେତନତା ହିଁ ସୁରକ୍ଷା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ କଟକରୁ ଯୋଗଦାନ କରି ଉଫୁନାର ମହାସଚିଵ ଦୀପାୟନ ପଟ୍ଟନାୟକ ସ୍ଵୀୟ ବକ୍ତବ୍ୟରେ ମୋ ସ୍ବାସ୍ଥ୍ୟ,ମୋ ଦାୟୀତ୍ଵ।ସ୍ବାସ୍ଥ୍ୟ ସଚେତନତା ହିଁ ସୁରକ୍ଷା ଓ ସୁରକ୍ଷା ହିଁ ଜୀବନ ରକ୍ଷା,ସମସ୍ତଙ୍କର ସ୍ୱାସ୍ଥ୍ୟର ଉନ୍ନତିରେ ହିଁ ସମାଜର ପ୍ରଗତି ସମ୍ଭବ ବୋଲି ଦୃଢ଼ ମତପୋଷଣ କରିଥିଲେ।ଅନ୍ୟତମ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି କଟକରୁ ଅଧ୍ୟାପିକା ମୀରା ବେଉରା ସ୍ଵୀୟ ବକ୍ତବ୍ୟରେ ସୁସ୍ଥ ଶରୀର,ସୁସ୍ଥ ମନର ଜନକ।ସୁସ୍ଥ ମନ ଉନ୍ନତ ବିଚାରର ଜନକ,ଉନ୍ନତ ବିଚାର ବିବେକର ସମର୍ଥକ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ପୂର୍ବତନ ସି.ବି.ଆଇ ଜଜ୍ ଭିକାରୀ ଚରଣ ରାଉତ,ଉଫୁନାର ସାଧାରଣ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ, ନାରୀନେତ୍ରୀ ସ୍ମିତାରାଣୀ ସାମଲ,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ ଆଜି ଲୋକମାନଙ୍କ ଶାରୀରିକ ସୁସ୍ଥତା କ୍ଷେତ୍ର ପାଇଁ ସରକାର, ସରକାରୀ ଚିକିତ୍ସାଳୟରେ ଆବଶ୍ୟକୀୟ ସମସ୍ତ ପ୍ରକାର ଭିତ୍ତିଭୂମିର ପୂର୍ଣ୍ଣାଙ୍ଗ ବିକାଶର ଆବଶ୍ୟକତା ରହିଛି।ଭାରତ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ସଦସ୍ୟ ଦେଶ ଏବଂ ବିଶ୍ବ ସ୍ବାସ୍ଥ୍ୟ ଦିବସର ଚଳିତ ବର୍ଷର ବିଷୟବସ୍ତୁ ରହିଛି “ସ୍ୱାସ୍ଥ୍ୟ ପାଇଁ ଏକତ୍ର,ବିଜ୍ଞାନ ସହିତ ଠିଆ ହୁଅ”।ବରିଷ୍ଠ ଶିକ୍ଷାବିତ୍, ୟୁନେସ୍କୋର ଆଜୀବନ ଶୁଭେଚ୍ଛୁ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର,ଉଫୁନାର ମହାସଚିଵ ଦୀପାୟନ ପଟ୍ଟନାୟକ ଓ ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ଆଜିର ଦିନ ୭ ଏପ୍ରିଲରେ ପାଳନ କରାଯାଇଥାଏ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’।୧୯୪୮ ମସିହାରେ ପ୍ରଥମ ବିଶ୍ବ ସ୍ବାସ୍ଥ୍ୟ ଆସେମ୍ୱଲି ପକ୍ଷରୁ ପ୍ରଥମ ଥର ପାଇଁ ଏପ୍ରିଲ ୭ ତାରିଖକୁ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା।ମାତ୍ର ଏହା କାର୍ଯ୍ୟକାରୀ ହୋଇଥିଲା ୧୯୫୦ ମସିହାରୁ,ଯାହା ଅଦ୍ୟାବଧି ପାଳନ କରାଯାଇ ଆସୁଛି।ଉକ୍ତ ସଭାରେ ୟୁନେସ୍କୋର ରାଜ୍ୟ ସଂଯୋଜକ ତଥା ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ସ୍ୱୀୟ ବକ୍ତବ୍ୟରେ କହିଥିଲେ ଯେ ଉଫୁନା ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ସ୍ବାସ୍ଥ୍ୟ ସଚେତନତାର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ବିଶ୍ୱରେ ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି ବୋଲି ଦୃଢ଼ ମତପୋଷଣ କରିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ, ନନ୍ଦୀକେଶ୍ୱରୀ ନାଥ,ଡ.ମାନସୀ କର,ଦଧୀଚି ସମ୍ମାନପ୍ରାପ୍ତ ଶୈଳବାଳା ମିଶ୍ର,କବୀ ସୁକାନ୍ତି ସାହୁ,ଜିତାମିତ୍ରା ଶତପଥି, ହିନ୍ଦୋଳରୁ ସାଦତ୍ ଖାନ୍,ଯାମିନୀକାନ୍ତ ହୋତା,ଚିତଲପୁରରୁ ଲିଙ୍କୁ ପତି,ଦୀପ୍ତି ରଞ୍ଜନ ପଣ୍ଡା,ରାମଚନ୍ଦ୍ର ଦେବତା,ଧୀରେନ୍ ମିଶ୍ର,ଶିକ୍ଷାବିତ୍ ଡ.ସମୀର ସାହୁ,ଶିକ୍ଷାବିତ୍ ଡ.ତାରା ପ୍ରସନ୍ନ ଶତପଥୀ,ଡ.ଅନୁପମା ମିଶ୍ର,ବରିଷ୍ଠ ଶିକ୍ଷାବିତ୍,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୬ ପାଇଁ ତିନୋଟି ଇଂରାଜୀ ଓ ଗୋଟିଏ ଓଡ଼ିଆ ସନେଟ୍ ପାଠ କରିଥିଲେ ଓ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ।ସମାଜସେବୀ ଯାଜ୍ଞସେନୀ ଜେନା,ପୁଷ୍ପାଞ୍ଜଳି ଜେନା,ବିଚିତ୍ରାନନ୍ଦ ମହାନ୍ତି, ତ୍ରିନାଥ ବେହେରା,ଇଂ.ଲଳିତ ମୋହନ ବେହେରା,ବିପିନ ବିହାରୀ ବେହେରା,ରୁଦ୍ର ପ୍ରକାଶ ଶରଣ,ମନୋଜା ମଞ୍ଜରୀ ଦାଶ,ତରୁଣ କୁମାର ବିଶ୍ୱାଳ ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ସର୍ବୋଦୟ ନେତା ଇଂ.ଲଳିତ ମୋହନ ବେହେରା,ସ୍ବାସ୍ଥ୍ୟ ସମ୍ପର୍କରେ ଗୋଟିଏ ଓଡ଼ିଆ କବିତା ପାଠ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

