ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ 

ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ 

ନୂଆପଡା, ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ଜୁଆ ଆଡ୍ଡା ରେ ତିନି ରାଜ୍ୟର ଯୁଆଡି ମାନେ ଖେଳୁଥିବା ଜଣାପଡିଛି। 

ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ରେଡ୍ଡୀ ସାମ୍ବାଦିକ ସମ୍ମିଳନୀ ରେ ୮୧ ଜଣ ଜୁଆଡି ଧରା ପଡ଼ିଥିବା ବେଳେ ସେଥି ମଧ୍ୟରୁ ୬୪ ଜଣ ଛତିଶଗଡ଼, ୧୬ ଜଣ ଓଡ଼ିଶା ଏବଂ ୧ ଜଣ ମହାରାଷ୍ଟ୍ର ର ବୋଲି ଏସ ପି ପ୍ରକାଶ କରିଛନ୍ତି। କୋରାପୁଟ ର ଏକ ସତନ୍ତ୍ର ପୋଲିସ ଦଳ ସହ ଖରୀଆର ରୋଡ ଯୋଙ୍କ ପୋଲିସ ଷ୍ଟେସନ କର୍ମଚାରୀ ଚଢାଉ ରେ ସାମିଲ ହୋଇ ବେ ଆଇନ ଭାବରେ ଜୁଆ ଚାଲି ଥିବା ଘର କୁ ସିଲ କରିଥିଲେ। ପରେ ଘର ଭିତରେ ଯୁଆଡି ଙ୍କୁ ଗିରଫ କରିଥିଲେ। ଘଟଣା ସ୍ଥଳ ରୁ ନଗଦ ୨୯ ଲକ୍ଷ ୪୫ ହଜାର ୪୦୫ ଟଙ୍କା ଜବତ୍ କରିଛନ୍ତି। ୮୮ ଗୋଟି ମୋବାଇଲ୍ ଫୋନ ଜବତ୍ କରିଥିବା ବେଳେ ୨୭ ଗୋଟି ଚାରି ଚକିଆ ଯାନ ଏବଂ ୫ ଗୋଟି ବାଇକ୍ ଜବତ୍ କରିଛନ୍ତି। ଏକ ବଡ ଧରଣ ଜୁଆ ଆଡ୍ଡା ଉପରେ ଚଢାଉ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା, ଖରୀଆର ରୋଡ ଜୋଙ୍କ ଥାନା ଅଧିକାରୀ ଗୁରୁ ଦେବ କର୍ମୀ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୋଖରୀବନ୍ଧ ଛକରେ ପରିବହନ ବିଭାଗର ଧରପଗଡ଼ :   ୧୦ ମଦ୍ୟପ ବାଇକ ଚାଳକଙ୍କୁ ୧ଲକ୍ଷ ୪୫ ହଜାର ଟଙ୍କା ତଣ୍ଡ  

masiha

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

masiha

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

masiha

Leave a Comment

error: Content is protected !!