ବିଷ ପିଇ ଯୁବକ ର ଆତ୍ମହତ୍ୟା
ଡାବୁଗାଁ, ୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଟିପାଗୁଡା ଗ୍ରାମରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅବିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଟିପାଗୁଡା ଗ୍ରାମର କାଶୀନାଥ ଭତ୍ରା ଙ୍କ ପୁଅ ରାଜମନ ଭତ୍ରା (୩୮) ବୁଧବାର ସକାଳ ୫ ଘ. ସମୟରେ ବିଷ ପିଇ ଦେଇଥିଲେ | ବିଷ ପିଇବାର କିଛି ସମୟ ପରେ ଘରେ ବାନ୍ତି କରିଥିଲେ | ତାଙ୍କ ସ୍ତ୍ରୀ ପଚାରିବାରୁ ବିଷ ପିଇ ଦେଇଛି ବୋଲି କହିଥିଲେ | ବିଷ ପିଇଥିବା କଥା ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ପୂର୍ବାହ୍ନ ପ୍ରାୟ ୯ ଘ. ସମୟରେ ରାଜମନ ଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକଙ୍କ ସାନବାପା ନୀଲମ ଭତ୍ରା ମଧ୍ୟାନ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିବା ସହ ପାଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |