ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଡ଼ିଆଳ ସହର ମଧ୍ୟରେ ଥିବା କୈଳାସ ସୁନା ଗହଣା ଦୋକାନ କୁ ଦିନ ବେଳା ଡକାୟତ ଉଦ୍ୟମ

ନୂଆପଡା // ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆଜାଦ ଛକ ନିକଟରେ ଥିବା କୈଳାସ ସୁନା ଗହଣା ଦୋକାନ ରେ ଡକାୟତ ଉଦ୍ୟମ ହୋଇଥିବା ବେଳେ ଡକାୟତ ମାନେ ବିଫଳ ହୋଇଛନ୍ତି। ତିନି ଜଣ ବ୍ୟକ୍ତି ମୁହଁରେ କନା ବାନ୍ଧି ନିଲ ରଙ୍ଗର ଏକ ବାଇକ ରେ ଆସିଥିଲେ। ବାଇକ ଆରୋହୀ ଧାରୁଆ ଅସ୍ତ୍ର ଦେଶୀ ବନ୍ଧୁକ ନୋଖ ରେ ଡକାୟତ ଉଦ୍ୟମ କରିଥିଲେ। ଦୋକାନୀ ଡକାୟତ କହି ଭିତର କୁ ନିଜ ବନ୍ଧୁକ ଆଣିବାକୁ ଯାଇଥିବା ବେଳେ ଡକାୟତ ମାନେ ବିଫଳ ହୋଇ ଫେରାର ହୋଇଥିଲେ। ତିନି ଜଣ ବାଇକ ଆରୋହୀ ଆଜାଦ ଛକ ପଟୁ ଆସି ସିନାପାଲି ପଟେ ଫେରାର ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳକୁ ଖଡିଆଳ ପୋଲିସ ତୁରନ୍ତ ପହଞ୍ଚିଥିଲେ। ସି ସି ଟିଭି କେମରାରେ ରେକର୍ଡ ହୋଇଥିବା ଭିଡ଼ିଓରେ ଘଟଣାର ତଦନ୍ତ ଜାରି କରିଥିବା ଖଡିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲକ୍ଷାଧିକ ଟଙ୍କା ର ବିଦେଶୀ ମଦ ଜବତ: ଗିରଫ ହେଲେ ବିଜେଡ଼ି ନେତା ସୁବାସ ମାଝୀ

Sunil Chandra Nayak

ଦୁଇ ଜଣ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ। ଗୋଇଠା ମାଡ଼ରେ ଜଣେ ମୃତ୍ୟୁ । ଅଭିଯୁକ୍ତ ଗିରଫ 

Sunil Chandra Nayak

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!