ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଜଗତପୁର,୦୭/୦୭:ଜଗତପୁର ନାନକାର ଗ୍ରାମର ଜଣେ କଲେଜ ଛାତ୍ରୀ ବେକରେ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି | ଖବର ପାଇ ପୁଲିସ ମୃତଦେହକୁ ଜବତ କରିଛି | ମୃତ ଛାତ୍ରୀ ଜଣକ ହେଉଛନ୍ତି ନାନକାର ଗ୍ରାମର ସ୍ମୃତିରେଖା ବାରିକ(୧୯)| ପ୍ରକାଶ ଯେ ସ୍ମୃତିରେଖା କୃଷ୍ଣଦେବୀ କଲେଜର ଯୁକ୍ତ ତିନ ପ୍ରଥମ ବର୍ଷ କଳା ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ | କୌଣସି କାରଣକୁ ନେଇ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଶୁକ୍ରବାର ସଂଧ୍ୟା ସମୟରେ ଘର ଭିତର ପଟରୁ କବାଟ ବନ୍ଦକରି ବେକରେ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲିପଡିଥିଲେ | ସଂଧ୍ୟା ସମୟରେ ପରିବାର ଲୋକେ କବାଟ ବନ୍ଦ ଥିବା ଦେଖି ମନରେ ସନ୍ଦେହ ସୃଷ୍ଟି ହୋଇଥିଲା | କବାଟ ଖୋଲିବାରୁ ଝିଅ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ | ପୁଲିସ ମୃତଦେହକୁ ଜବତକରି ସାବିତ୍ରୀ ସ୍ୱେଛାସେବୀ ଅନୁଷ୍ଠାନ ସହାୟତାରେ ଶବ ବ୍ୟବଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି |

କଟକ ରୁ ସୁକାନ୍ତ ମହାପାତ୍ର ଙ୍କ ରିପୋର୍ଟ 

Related posts

ବେଙ୍ଗାଳୁରୁରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

masiha

ଭିଡିଓ ଭାଇରାଲ୍ ହେବା ପରେ ଦୁଇ ଭଉଣୀ ପରସ୍ପର ବିରୋଧରେ ଦେଲେ ଏତଲା 

masiha

ନର୍ଲା ସ୍ଥିତ ଚିପୁଲ ନଳା ଠାରେ ଭବାନୀପାଟଣା ବ୍ୟବସାୟୀ ଙ୍କ ଲକ୍ଷାଧିକ ଟଙ୍କା ଡ଼କାୟତି ଅଭିଯୋଗରେ ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ 

Sunil Chandra Nayak

Leave a Comment

error: Content is protected !!