ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସହିଦ ସପ୍ତାହ ପାଳନ ପାଇଁ ନିୟମଗିରିରେ ମାଓ ପୋଷ୍ଚର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମ ଗିରି ପାରସାଲି ପଞ୍ଚାୟତ ରେ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରିବା ପାଇଁ ନିୟମଗିରିରେ ପାଞ୍ଚଟି ପୋଷ୍ଟର ସହ ଗୋଟିଏ ବ୍ୟାନର ଲଗାଇଛି ସିପିଆଇ ମାଓବାଦୀ ବାଘୁନା ଡିଭିଜନ କମିଟି ବୋଲି ଉଲେଖ ରହିଛି ।

ଏହି ପଷ୍ଚୋରଟି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ର ପାର୍ସାଲି ପଞ୍ଚାୟତରେ ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟର ଓ ବ୍ୟାନେରରେ ଉଲ୍ଲଖ ରହିଛି ଜେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ ଗାଁ ଗାଁ ରେ ସହିଦ ସପ୍ତାହ ପାଳନ ନିମନ୍ତେ ଓ ସହିଦ ମାନଙ୍କ ଅଧୁରା ସପ୍ନ, ଶଷଣ ମୁକ୍ତ ସମାଜ କାର୍ଯ୍ୟକୁ ପୁରଣ କରନ୍ତୁ । ସିପିଆଇ ମାଓବାଦୀର ପ୍ରତିଷ୍ଟାତା କର୍ମେଡ ଚାରୁ, କ.କହ୍ନାଇ, ନିୟମଗିରିର ବିର ସହିଦ କର୍ମେଡ ପଦ୍ମା ( ମିଞ୍ଜା), ଲଳିତ ରିତୁ, କାମଲା,ପଦ୍ମା, ଅଞ୍ଜଳି, ନନ୍ଦୁ, ଗୀତା ଅମର ରହେ ବୋଲି ଉଲ୍ଲେଖ ରହିଛି । ଶହିଦ ମାନେ ସତ୍ୟ ର ଜୟ ସିପିଆଇ ମାଓବାଦୀ ବାଘୁନା ଡିଭିଜନ କମିଟି ପକ୍ଷରୁ ଉଲ୍ଲେଖ କରି ପୋଷ୍ଟର ବ୍ୟାନରେ ଉଲ୍ଲେଖ କରି ଜାହିର କରିଛନ୍ତି । ଉକ୍ତ ବ୍ୟାନରଟି ପାର୍ସାଲି ପଞ୍ଚାୟତର ନୃତନ ଡଙ୍ଗରିଆ କନ୍ଧ ଉନୟନ କାର୍ଯାଳୟ ଫାଟକରେ ଲାଗିଥିବାବେଳେ ଅନ୍ୟ ପୋଷ୍ଟର ଗୁଡାକ ଆମ୍ବ ଗଛରେ ଓ ରାଜୀବ ଗାନ୍ଧି ସେବା କେନ୍ଦ୍ରରେ ଲଗାଯାଇଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଆଇନ ଗଂଜେଇ ବେପାରୀଙ୍କୁ ବାନ୍ଧିଲା ରାଇରଙ୍ଗପୁର ଟାଉନ ପୋଲିସ

masiha

ବହଳଦା ଅବକାରୀ ବିଭାଗ ଯନ୍ତାରେ ଦୁଇ ଧଳା ଜହର ମାଫିଆ,୧୩ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଏବଂ କଳା ସ୍ପ୍ଲେଣ୍ଡର ଜବତ

Sunil Chandra Nayak

ବ୍ୟାଟେରୀ ଚୋରି ସନ୍ଦେହରେ ୨ଯୁବକ ଅଟକ

masiha

Leave a Comment

error: Content is protected !!