ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ବିକାଶ କେନ୍ଦ୍ର ଉଦଘାଟିତ

ମୟୂରଭଞ୍ଜ- ୨୭/୭ ( ମସିହା) ଚାଷୀ ହସିଲେ ଦେଶ ହସିବ ।କୃଷକ ତଥା ଅନ୍ଦଦାତା ହେଉଛନ୍ତି ଦେଶର ମେରୁଦଣ୍ଡ । କୃଷକଙ୍କ ଆର୍ଥିକ ଉନ୍ନତି ଓ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଅର୍ଥ ଅନୁମୋଦନ କରୁଛନ୍ତି । କେନ୍ଦ୍ର ସାର ଓ ରସାୟନିକ ମନ୍ତ୍ରାଳୟ ତରଫରୁ ସାରା ଭାରତରେ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନା ନିଆଯାଇଛି ।ସାରା ଭାରତରେ ଏକ ଲକ୍ଷ ପଚିଶ ହଜାର(୧,୨୫,୦୦୦) ପ୍ରଧାନମନ୍ତ୍ରୀ କୃଷକ ସମୃଦ୍ଧି କେନ୍ଦ୍ର ଖୋଲାଯାଇଛି ।ଆଜି ରାଇରଙ୍ଗପୁର ସମବାୟ କେନ୍ଦ୍ର ( ଲାମ୍ପ) ରେ ଏହି କେନ୍ଦ୍ରର ଶୁଭ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ଯୋଗ ଦେଇଥିଲେ ।ସଭାପତିତ୍ବ ଭାବେ ଏଆରସିସି ରାମଚନ୍ଦ୍ର ବିଶ୍ବାଳ, କରମଣ୍ଡଳ ଇଣ୍ଟରନସନାଲର ସିନିୟର ଆଗ୍ରୋନୋମିଷ୍ଟ ଆଦିତ୍ଯ ପାତ୍ର,କରମଣ୍ଡଳ ଇଣ୍ଟର ନେସନାଲ ବିପଣନ ଅଧିକାରୀ ମନଜିତ ସାହୁ, ରାଇରଙ୍ଗପୁର ଲାମ୍ପ ମେନେଜିଂ ଡାଇରେକ୍ଟର ଲୋପାମୁଦ୍ରା ମହାନ୍ତ ପ୍ରମୁଖ ଯୋଗ ଦେଇ ପ୍ରଦିପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ ।ଅତିଥିଗଣ ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଧାନ୍ଯ‌ ଦେଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ସାରା ଭାରତରେ ଏକ ଲକ୍ଷ ପଚିଶ ହଜାର ପ୍ରଧାନମନ୍ତ୍ରୀ କୃଷକ ସମୃଦ୍ଧି କେନ୍ଦ୍ର ଶୁଭ ଉଦ୍ଘାଟନ କରିଛନ୍ତି ।ଚାଷୀମାନେ କୃଷି ସମ୍ବନ୍ଧୀୟ ସମସ୍ତ ଜ୍ଞାନ,କୌଶଳ,ସାର ,ବିହନ ,ଉତ୍ପାଦନ ଓ ବିକ୍ରୟ ଉପରେ ସବିଶେଷ ତଥ୍ୟ ପାଇବେ ।ତଦସହ ୟୂରିଆ ଗୋଲ୍ଡ(ସଲଫର ଯୁକ୍ତ) ସାର ମଧ୍ୟ ଉଦଘାଟନ କରାଯାଇଥିଲା ।କାର୍ଯ୍ୟକ୍ରମରେ ବହୁ ଚାଷୀ ଯୋଗ ଦେଇଥିଲେ । ସାରା ଭାରତରେ ଚାଷୀମାନଙ୍କୁ ୧୭ ହଜାର କୋଟି ଟଙ୍କା ଚାଷୀ ସହାୟତା ରାଶି  ପଂଜିକୃତ ଚାଷୀଙ୍କ ଖାତାକୁ ଆଜି ପଠାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟରେ ଦ୍ଵିତୀୟ ଅଭିଭାବକ , ଶିକ୍ଷକ ବୈଠକ 

Sunil Chandra Nayak

ଶିଶୁ ଅନୁକୂଳ ପରିବେଶ ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ‘ନର୍ଚରିଂ ନେବରହୁଡସ୍ ୨.୦’ ଅଧୀନରେ ବହୁ-କ୍ଷେତ୍ରୀୟ ସମ୍ମିଳନୀ ଅନୁଷ୍ଠିତ

masiha

କଲନାରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!