ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମୂହ ଛୁଟିରେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ : ଦ୍ୱନ୍ଦ ରେ ହିତାଧିକାରୀ ଉନ୍ନୟନ ,କାର୍ଯ୍ୟ ଠପ 

ତେନ୍ତୁଳିଖୁଣ୍ଟି : ୦୩/୦୯/୨୩ //   ରାଜ୍ୟ ପି ଇ ଓ ସଂଘ ଆହ୍ୱାନରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ କାର୍ଯ୍ୟରତ ସମସ୍ତ ୬ଜଣ ପଂଚାୟତ ନିର୍ବାହୀ ଅଧିକାରୀ ଗତ 17 ତାରିଖ ରୁ ସମୂହ ଛୁଟିରେ ଯାଇଛନ୍ତି । ଏଣେ ଯୋଗାଣ ସହାୟକ ମଧ୍ୟ ନିୟମିତ କର୍ମଚାରୀ ର ମାନ୍ୟତା , ଦରମା ହାର ବୃଦ୍ଧି ଓ ଯୋଗାଣ ସହାୟକ ଙ୍କ ନାମରେ ଲାଇିସେନ୍ସ ପ୍ରଦାନ ଦାବୀରେ 29 ଅଗଷ୍ଟ ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ। 

ପଂଚାୟତ କାର୍ଯ୍ୟାଳୟ ପରିଚାଳନା ରେ ବାଧା ସୃଷ୍ଟି ହୋଇଛି । ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ। ଏପଟେ ଯୋଗାଣ ସହାୟକ ମାନେ ମଧ୍ୟ ଆନ୍ଦୋଳନରେ ଥିବା ବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜଣାନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନବର ନୂଆ ଷ୍ଟକ କିଏ ଗ୍ରହଣ କରିବ ଦ୍ବନ୍ଦ୍ୱରେ । 

 ପଂଚାୟତ ନିର୍ବାହୀ ଅଧିକାରୀ ମାନେ ସରକାର ଙ୍କ ନିକଟରେ ପୂର୍ବରୁ ସେମାନଙ୍କ ଦାବି କରିଥିଲେ ହେଁ ଏଯାବତ କାର୍ଯ୍ୟକାରୀ ନହେବାରୁ ଛୁଟିରେ ରହିଥିବା ଜଣାପଡିଛି ! ପଂଚାୟତ ନିର୍ବାହୀ ଅଧିକାରୀ ଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ 2 ରୁ ସ୍ନାତକ କରିବା ସହ ପେ ଲେବେଲ 5 ର 21700 ରୁ ପେ କେବେଲ 9 ର 35400 ମଂଜୁର କରିବା । ସେହିପରି 10 ବର୍ଷରୁ ଉର୍ଦ୍ଧ ଚାକିରୀ କ୍ଷେତ୍ରରେ ନିୟୋଜିତ ଥିବା ପିଇଓ ଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ସେମାନଙ୍କୁ ଅବସ୍ଥାପିତ କରିବା,ଜିପିଇଓ ପଦବୀ କୁ ଶତ ପ୍ରତିଶତ ପଦନ୍ନୋତି କରିବା ଏବଂ ପଂଚାୟଜରାଜ ଓ ପାନୀୟ ଜଳ ବିଭାଗ ର ପ୍ରଚଳିତ କ୍ୟାଡର ରୁଲରେ ଅନ୍ତର୍ଭୁକ୍ତ କରିବା ନେଇ ଦାବି ହୋଇଥିଲା । ଏହି ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ପିଇଓ ସଙ୍ଘ ସମୂହ ଛୁଟିରେ ଯାଇଥୁବା ବେଳେ ବିଭନ୍ନ ଭତ୍ତା ଯୋଜନା ର ମାସିକ ରିପୋର୍ଟ କିଏ ଦେବ କିଏ ଭତ୍ତା ପ୍ରଦାନ କରିବ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ଅସ ହା ୟ ଙ୍କୁ ଚଳିତ ମାସ ର ଭତ୍ତା । 

ପିଇଓ ମାନେ 7 ରୁ 17 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରୁଥିଲେ ।ରାଜ୍ୟ ସରକାର ପି ଇ ଓ ତଥା ଯୋଗାଣ ସହାୟକ ଙ୍କ ଦାବୀପ୍ରତି କର୍ଣ୍ଣପାତ ନ କରିବା ଯୋଗୁଁ ପଂଚାୟତ ର ବିବିଧ କାର୍ଯ୍ୟ ପରିଚାଳନା ରେ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଲଡୁଗାଁ ଠାରେ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ

ତାରାଗାଁ ରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

masiha

ପବିତ୍ରା ଦେବୀ ଶିଶୁଭବନର ୩୮ତମ ବାର୍ଷିକ ଉତ୍ସବ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ

masiha

Leave a Comment

error: Content is protected !!