ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ଏପ୍ରିଲ ୧୬ରୁ ବହୁଚରା ମାତାଙ୍କ ଷୋହଳ ପୂଜା

ନର୍ଲା (ମନିସ) ଆସନ୍ତା ୧୬ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ନର୍ଲା କିନ୍ନର ସଂଘ ପକ୍ଷରୁ ବହୁଚରା ମାତାଙ୍କ ଷୋହଳ ପୂଜା ନର୍ଲାରୋଡ ବିକ୍ରମ ଲଜ ପାଖରେ ମହାସମାରୋହରେ ପାଳିତ ହେବ ବୋଲି ସେବାକାରୀ କିନ୍ନର ସଂଘର ସଭାନେତ୍ରୀ କାମିନୀ କିନ୍ନର ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ୧୬ ତାରିଖ ଦିନ କଳସ ଯାତ୍ରା,୧୭ ତାରିଖ ଦିନ ପୀଠ ପୂଜା, ୧୮ ତାରିଖ ଦିନ ସଭାକାର୍ଯ୍ୟ ଅନୁଷ୍ଠିତ ହେଉଥିବା ବେଳେ ୧୯ ତାରିଖ ଦିନ ଶୁଭ କଳସର ନଗର ପରିକ୍ରମା କାର୍ଯ୍ୟକ୍ରମ ହେବ ବୋଲି ସଂଘର ଉପସଭାପତି ପାୟଲ କିନ୍ନର ଜଣାଇଛନ୍ତି।ବହୁଚରା ମାତାଙ୍କ ଷୋହଳ ପୂଜା କାର୍ଯ୍ୟକ୍ରମରେ କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର ଓ ରାୟଗଡ଼ା ଜିଲ୍ଲାରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କିନ୍ନର ଯୋଗଦାନ କରିବାକୁ ଥିବା ସଂପାଦକ ଅରୁଣ କୁମାର ପାଢ଼ୀ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସହ ସଂପାଦକ ଶୁକଦେବ ଭୋଇ, କୋଷାଧ୍ୟକ୍ଷ ରାଜୁ ଜୁଏଲ ସହ ଦୁର୍ଗା କିନ୍ନର, ବର୍ଷା କିନ୍ନର,ରିତା କିନ୍ନର,ବୁଲବୁଲ କିନ୍ନର,ବିନୁ କିନ୍ନର ଉପସ୍ଥିତ ଥିଲେ। ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସଂଗଠନ ଏହି କାର୍ଯ୍ୟକ୍ରମକୁ ଆସୁଥିବା ଜଣାପଡିଛି।

ଦୀପକ କୁମାର ଠାକୁର /ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଆଂବେଦକରବାଦ ଏକ ଉଚ୍ଚତମ ଆଦର୍ଶ: ବିକାଶ ଓ ପୂଜ୍ୟ ପୂଜା ସମିତି ସମ୍ବିଧାନର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ଵାନ 

Sunil Chandra Nayak

ରିଷିଡା ରେ ମନ୍ କି ବାତ୍ କାର୍ଯ୍ୟକ୍ରମ 

ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ର ୧୯୯୯ ମାଟ୍ରିକ ବେଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!