ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ଏପ୍ରିଲ ୧୬ରୁ ବହୁଚରା ମାତାଙ୍କ ଷୋହଳ ପୂଜା

ନର୍ଲା (ମନିସ) ଆସନ୍ତା ୧୬ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ନର୍ଲା କିନ୍ନର ସଂଘ ପକ୍ଷରୁ ବହୁଚରା ମାତାଙ୍କ ଷୋହଳ ପୂଜା ନର୍ଲାରୋଡ ବିକ୍ରମ ଲଜ ପାଖରେ ମହାସମାରୋହରେ ପାଳିତ ହେବ ବୋଲି ସେବାକାରୀ କିନ୍ନର ସଂଘର ସଭାନେତ୍ରୀ କାମିନୀ କିନ୍ନର ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ୧୬ ତାରିଖ ଦିନ କଳସ ଯାତ୍ରା,୧୭ ତାରିଖ ଦିନ ପୀଠ ପୂଜା, ୧୮ ତାରିଖ ଦିନ ସଭାକାର୍ଯ୍ୟ ଅନୁଷ୍ଠିତ ହେଉଥିବା ବେଳେ ୧୯ ତାରିଖ ଦିନ ଶୁଭ କଳସର ନଗର ପରିକ୍ରମା କାର୍ଯ୍ୟକ୍ରମ ହେବ ବୋଲି ସଂଘର ଉପସଭାପତି ପାୟଲ କିନ୍ନର ଜଣାଇଛନ୍ତି।ବହୁଚରା ମାତାଙ୍କ ଷୋହଳ ପୂଜା କାର୍ଯ୍ୟକ୍ରମରେ କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର ଓ ରାୟଗଡ଼ା ଜିଲ୍ଲାରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କିନ୍ନର ଯୋଗଦାନ କରିବାକୁ ଥିବା ସଂପାଦକ ଅରୁଣ କୁମାର ପାଢ଼ୀ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସହ ସଂପାଦକ ଶୁକଦେବ ଭୋଇ, କୋଷାଧ୍ୟକ୍ଷ ରାଜୁ ଜୁଏଲ ସହ ଦୁର୍ଗା କିନ୍ନର, ବର୍ଷା କିନ୍ନର,ରିତା କିନ୍ନର,ବୁଲବୁଲ କିନ୍ନର,ବିନୁ କିନ୍ନର ଉପସ୍ଥିତ ଥିଲେ। ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସଂଗଠନ ଏହି କାର୍ଯ୍ୟକ୍ରମକୁ ଆସୁଥିବା ଜଣାପଡିଛି।

ଦୀପକ କୁମାର ଠାକୁର /ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଆନ୍ଧ୍ର ରୁ ଅଯୋଧ୍ୟା ବାହାରିଲେ ୭୫ ବର୍ଷୀୟ ବାବାଜୀ ଏବଂ ତାଙ୍କ ସହଯୋଗୀ

masiha

ଫଳକରେ ନାମ ନଥିବାରୁ ସମର୍ଥକ ମାନେ ଫଳକ ଭାଙ୍ଗି ଦେଲେ

Sunil Chandra Nayak

ପୋଖରୀ ରେ ବୁଡି ୫ ବର୍ଷର ଶିଶୁ ମୃତ, ଆଉ ଜଣେ ୫ ବର୍ଷର ଶିଶୁ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!