ଅପ୍ରେଲ ସାତ ତାରିଖ ରୁ ଏଗାର ଯାଏଁ
ମ,ରାମପୁର,୬/୪(ମସୀହା):- ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅପ୍ରେଲ ସାତ ତାରିଖ ରୁ ଏଗାର ତାରିଖ ଯାଏଁ ଚାଲିବ ଶ୍ରୀ ରାମ ଲୀଳା ମହୋତ୍ସବ । ଓଡ଼ିଶା ପ୍ରସିଦ୍ଧ ଏଇ ରାମଲୀଳା ମହୋତ୍ସବ ରେ ଆଦ୍ୟ କାଣ୍ଡ, ଅଯୋଧ୍ୟା କାଣ୍ଡ, ଆରଣ୍ୟକ କାଣ୍ଡ, କିଷ୍କିନ୍ଧ୍ୟା କାଣ୍ଡ, ସୁନ୍ଦରା କାଣ୍ଡ ଓ ଲଙ୍କା କାଣ୍ଡ ମଞ୍ଚସ୍ଥ ହେବ। ପ୍ରତ୍ୟହ ରାତ୍ର ୯ ଘଣ୍ଟା ସମୟ ରେ ପାଇକ ପଡା ସ୍ଥିତ ରାମ ମନ୍ଦିର ପରିସର ରେ ରାମ ଲୀଳା ମହୋତ୍ସବ ହେବା ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା କହିଛନ୍ତି ସଭାପତି ଜୀବେଶ କୁମାର ପଣ୍ଡା ଓ ସମ୍ପାଦକ ବୀରେନ୍ଦ୍ର ରଥ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତ୍ୟାଧୁନିକ ମଞ୍ଚ, ଶବ୍ଦ ଧ୍ଵନୀ, ଓ ଆଲୋକ ବ୍ୟବସ୍ଥା ସହ ବରିଷ୍ଠ ସଙ୍ଗୀତ ନିର୍ଦେଶକ ମହେଶ୍ୱର ସାହୁ ( ଭୁବନେଶ୍ୱର) ଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ ଏବଂ ସାଥୀ ଙ୍କ ସଙ୍ଗୀତ ପରିବେଷଣ ସମସ୍ତ ଙ୍କୁ ଆକର୍ଷିତ କରିବ । ଏଥର ରାମ ଲୀଳା ମହୋତ୍ସବ ରେ ଶ୍ରୀ ରାମ ଭୂମିକା ରେ ଅମନ ରାୟଗୁରୁ, ଲକ୍ଷ୍ମଣ ଭୂମିକା ରେ ଶାଶ୍ଵତ କୁମାର ଦଣ୍ଡିଆ, ସୀତା : ବିପ୍ର ମାଝୀ, ରାବଣ: ସାଇ ପ୍ରସାଦ ମହାରଣା ଙ୍କ ସମେତ ଅନେକ ଅଭିଜ୍ଞ କଳାକାର ଅଭିନୟ କରିବେ ବୋଲି ରାମ ଲୀଳା ନାଟକ ର ଲେଖକ ଓ ନିର୍ଦେଶକ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି । ନୂତନ କଳାକାରଙ୍କ ଯୋଗ ଦାନ ଏହି ମହୋତ୍ସବ ର ଅନ୍ୟ ଏକ ଆକର୍ଷଣ ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ ଓ ଜୟନ୍ତ କୁମାର ନାୟକ ମତ ବ୍ୟକ୍ତ କରିଛନ୍ତି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ପ୍ରତିଭାବାନ କଳାକାର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ଏବଂ ଅନେକ ଦର୍ଶକ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି କାର୍ଯ୍ୟକ୍ରମ ପରିଚାଳନା ର ସୁବନ୍ଦୋବସ୍ତ କରାଯାଉଛି ବୋଲି ଉପସଭାପତି ଲଳିତ ମହାଲିକ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।