ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନରେ ରକ୍ତଦାନ ଶିବିର

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ,ସରିଆଁ ଆନୁକୁଲ୍ୟରେ ହିମାଂଶୁ ଭୋଇ ଓ ଝିଲି ଭୋଇଙ୍କ ସୁପୁତ୍ର ଆୟାଂଶର ଜନ୍ମଦିନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଶିବିରରେ ଅନୁଷ୍ଠାନର ଉପଦେଷ୍ଟା ସ୍ୱାଧୀନ କୁମାର ଭୋଇ,ସରୋଜ ମହାପାତ୍ର, ରାମେଶ୍ୱର ଭୋଇ,ଦେବରାଜ ଧ.ମାଝୀ, ଜ୍ୟୋତିଷ ସାହୁଙ୍କ ସମେତ ୪୦ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଜୋନ ୨ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ହରିଶଙ୍କର ମାଝୀ ଏବଂ ସମ୍ମାନିତ ଅତିଥି ସଭାପତି ଦୁର୍ବାଦଲ ଭୋଇ ଯୋଗଦାନକରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ନେତାଜୀ କ୍ଲବ ବଲବସପୁର, ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସାପଡା ଏବଂ ଅର୍ଜୁନ ଗାଁ, ବଡ଼ଗୁଣ୍ଡରି, ବଡ଼ବ୍ରାହ୍ମଣୀ, ଟୋଲବ୍ରାହ୍ମଣୀ ପ୍ରମୁଖ ଗ୍ରାମରୁ ରକ୍ତଦାତା ଆସି ରକ୍ତଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ ,ଉପସଭାପତି ସୁକଦେଵ ସାହୁ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅସୀମ ଭୋଇ ,ପ୍ରତ୍ୟୁଷ ଭୋଇ,ସୁନନ୍ଦ ଭୋଇ, ଅଜିତ ସାହୁ ,ସୌରଭ ଭୋଇ,ଭକ୍ତ ବିଶ୍ୱାଳ, ପପୁ ସାହୁ,ପ୍ରଶାନ୍ତ ସାହୁ ,ସଲିଲ ଡାକୁଆ,ପ୍ରବୀଣ ସେଠୀ,ଅଚ୍ୟୁତାନନ୍ଦ ଭୋଇ ,ସମୀର ଥନାପତି , ଅଞ୍ଚଳର ରକ୍ତଦାତା ନରେଶ ନାଏକ,ସୁଶାନ୍ତ ବିଶ୍ୱାଳ,ମଣ୍ଟୁ ମାଝୀ, ଶେଷଦେଵ ଯାନୀ ,ପପୁ ଗଉଡ଼,ପ୍ରଶାନ୍ତ ସୁନା ପ୍ରମୁଖ ସହଯୋଗ କରିଥିଲେ। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ଅଫିସର ଡ଼. ଅନୁଜା ପାଣ୍ଡେଙ୍କ ଉପସ୍ଥିତରେ ଭବାନୀପାଟଣା ରକ୍ତଭଣ୍ଡାରର କର୍ମଚାରୀ କୃଷ୍ଣଚନ୍ଦ୍ର ସାହୁ, ଗିରିଷ ନାଏକ, ସଂଜୀବ ମହାକୁଡ଼ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଝାଡ଼ାବାନ୍ତି ଘଟଣା ଅନୁଧ୍ୟାନ କରିବାକୁ ଟିର୍ଲିଆମ ଗାଁରେ ପହଞ୍ଚଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ

Sunil Chandra Nayak

ମାରୱାଡି ଯୁବା ମଞ୍ଚର ମେଗା ରକ୍ତଦାନ ଶିବିର  , ୧୧୧ ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!