ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ ରେ ଦୁଇ ଦୁର୍ବୁର୍ତ୍ତ ଆସିଲେ ଝାମ୍ପି ନେଲେ ରୂପା ଭର୍ତ୍ତୀ ବ୍ୟାଗ 

ବାଇକ ରେ ଦୁଇ ଦୁର୍ବୁର୍ତ୍ତ ଆସିଲେ ଝାମ୍ପି ନେଲେ ରୂପା ଭର୍ତ୍ତୀ ବ୍ୟାଗ 

କନ୍ଧମାଳ:ତା,୨୪/୦୫:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିରେ ଗୋଟିଏ ରୂପା ବ୍ୟବସାୟୀଙ୍କ ଠାରୁ କିଛି ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଞ୍ଚଳର ପାଟଖଣ୍ଡା ସାହିର ପୁରୁଖା ରୂପା ବ୍ୟବସାୟୀ ସନ୍ୟାସୀ ନାୟକଙ୍କ କହିବା ଅନୁଯାୟୀ ପ୍ରତିଦିନ ଭଳି ଶୁକ୍ରବାର ଦିନ ମଧ୍ୟ ୧୦ ଘଣ୍ଟ ସମୟରେ ନିଜ ସାଇକେଲ ରେ ସେ ଘରୁ ବାହାରି ବେପାର କରିବା କୁ ଯିବାବେଳେ ଦୁଇଟି ବାଇକରେ ଲୁଟେରା ମାନେ ଆସି ଗାଡ଼ିରୁ ପଡ଼ିଗଲା ଭଳି ଅଭିନୟ କରି ଶ୍ରୀ ନାୟକ ଙ୍କ ସାଇକେଲରେ ଲାଗିଥିବା ଦୁଇଟି ରୂପା ବ୍ୟାଗ ଝାମ୍ପୀ ନେଇଥିଲେ। ବ୍ୟାଗ୍ ରେ ୧୦ କେଜିରୁ ଉର୍ଦ୍ଧ୍ବ ରୂପା ଥିବା କହିଛନ୍ତି ବ୍ୟବସାୟୀ ଜଣକ। ଉକ୍ତ ରୂପାର ଆନୁମାନିକ ମୂଲ୍ୟ ୭ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ଶ୍ରୀ ନାୟକ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତନାଘନା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

କନ୍ଧମାଳ ରୁ ସଞ୍ଜୟ କୁମାର ପାଣିଗ୍ରାହି ଙ୍କ ରିପୋର୍ଟ୍ 

Related posts

ବହୁ ଚର୍ଚ୍ଚିତ ୟୁପି ଗଞ୍ଜେଇ ଚାଲାଣ ମାମଲା , ଦୁଇ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୈରାଜଜ୍

Sunil Chandra Nayak

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

୨୨କେଜି ଗଞ୍ଜେଇ ଜବତ; ଜଣେ ଗିରଫ 

Sunil Chandra Nayak

Leave a Comment

error: Content is protected !!