ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛତିଶଗଡ ସୀମାନ୍ତରୁ ୩ଶହ ଗଞ୍ଜେଇ ଗଛ ଜବତ , ଅବକାରୀ ଓ ପୋଲିସ ମିଳିତ ଚଢ଼ଉ 

ଜବତ ଗଞ୍ଜେଇର ମୁଲ୍ୟ ୩ଲକ୍ଷ , ଜଣେ ଗିରଫ 

ରାଇଘର (ମ ନି ସ )୨୭/୧୨ ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟ ଓ ଅବକାରୀ ନିରୀକ୍ଷକ ସୁଧୀର କୁମାର୍ ସାହୁ ଅବକାରୀ ନିରୀକ୍ଷକ ହରି ହର ସିଂ ଉମରକୋଟ ରେଞ୍ଜଙ୍କ ପରିଚାଳନା କ୍ରମେ ଉମରକୋଟ ଅବକାରୀ ଥାନା ଅଧିକାରୀ ମନୁ ଆୟଲ୍‌, ଡାବୁଗାଁ ଅବକାରୀ ଅଧିକାରୀ ବିଜୟ ଭୁଷଣ ନାଏକ, ରାଇଘର ଥାନା ଅବକାରୀ ଅଧିକାରୀ ସୁଜିତ କୁମାର୍ ନାଗ ଓ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀଙ୍କ ସହଯୋଗ କ୍ରମେ ସୀମାନ୍ତ କାଉଡୋଳା ପଞ୍ଚାୟତର ରାବନାଗୁଡା ଗ୍ରାମକୁ ଯାଇ ବିଭିନ୍ନ ଚାଷ ଜମିରେ ଚଢ଼ଉ କରି ତଦାରଖ କରିଥିଲେ ଶେଷରେ ଗ୍ରାମର ସୁକବତୀ ଗଣ୍ଡଙ୍କ ଚାଷ ଜମିରୁ ମୋଟ ୩ଶହ ଗଞ୍ଜେଇ ଗଛ ଜବତ କରିଥିଲେ l ଏହାର ଆନୁମାନିକ ମୁଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି l ସଂପୃକ୍ତ ମହିଳାଙ୍କୁ ଗିରଫ କରାଯାଇ ଥିବା ବେଳେ ସୀମାନ୍ତ ଅଞ୍ଚଳରେ ଖୁଲମ୍ ଖୁଲା ଗଞ୍ଜେଇ ଚାଷ ସାମ୍ନାକୁ ଆସିବା ପରେ ଅବକାରୀ ବିଭାଗର ନିଦ ହଜି ଯାଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ନିକଟସ୍ଥ ଗୋଡଭଞ୍ଜା ରାସ୍ତା କଡ଼ରୁ ମୃତ ଦେହ ଉଦ୍ଧାର

Sunil Chandra Nayak

ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବ ରୁ ପୋଷ୍ଟର ଜାରୀ କଲା ମାଓ ସଂଗଠନ

Sunil Chandra Nayak

ଅବକାରୀ ଚଢ଼ାଉ, 40 କୁଇଣ୍ଟାଲ ମହୁଲ ଗାଡି ସହ ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!