ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜସ୍ୱ ନିରୀକ୍ଷକଙ୍କ ନୂତନ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ କେବେ ?

ଗୋଳାମୁଣ୍ଡା/୨୭/୧୨/ମସିହା ନିଉଜ୍,// କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ତହସିଲ ଅଧୀନରେ ଥିବା ଦଶପୁର ଓ ବୋରଗୁଡା ରାଜସ୍ୱ ନିରୀକ୍ଷକଙ୍କ ନୂତନ ଗୃହ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହେଉଛି । ଗୋଳାମୁଣ୍ଡା ଅଧୀନରେ ତିନୋଟି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନିର୍ମାଣ କାମ ଏକା ସାଙ୍ଗରେ ଆରମ୍ଭ ହୋଇଥିଲା । କେଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦଶପୁର ଓ ବୋରଗୁଡାର କାର୍ଯ୍ୟାଳୟ ଗୃହ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଦଶପୁର କାର୍ଯ୍ୟାଳୟ ବର୍ତ୍ତମାନ ବୃନ୍ଦାବାହାଲ ଠାରେ ପାରିଚାଳିତ ହେଉଥିବା ବେଳେ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରି ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । କାର୍ଯ୍ୟାଳୟ କାମ ବିଳମ୍ବ ଓ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏପଟେ ବୋରଗୁଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏକ ସ୍କୁଲ କୋଠରୀରେ ଚାଲିଛି । ଏ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସମ୍ପାଦନା ହୋଇ ପାରି ନ ଥିବାରୁ ବୋରଗୁଡା ଓ ଦଶପୁର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବିଭାଗୀୟ ଯନ୍ତ୍ରୀ ଲକ୍ଷ୍ମଣ ଟୁଡୁଙ୍କୁ ଫୋନକଲେ ଫୋନ ଉଠାଉ ନାହାନ୍ତି । ଗ୍ରାମ୍ୟ ନିର୍ମାଣ ବିଭାଗ ଉଚ୍ଚକର୍ତ୍ତୃପକ୍ଷ ଏ ଉପରେ ଦୃଷ୍ଟି ଆକର୍ଷଣ କରି ଠିକାଦାରଙ୍କୁ ତାଗିଦ କରିବା ସହ ଶୀଘ୍ର କାମ ସମ୍ପାଦନା କରିବାକୁ ଅଞ୍ଚଳବାସୀଙ୍କ ଦାବି ହେଉଛି ।

ଗୋଳାମୁଣ୍ଡା ରୁ ରାମକୁମାର ସେନାପତିଙ୍କ ରିପୋର୍ଟ, ମସିହା

Related posts

କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମପଞ୍ଚାୟତ ସମିତି ସଭ୍ୟା ଅଯୋଗ୍ୟ ଘୋଷିତ

masiha

ପାଟଣାଗଡ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ପକ୍ଷରୁ ୪୧ ତମ ବାର୍ଷିକ ପ୍ରତୀଷ୍ଠା ଦିବସ ପାଳିତ 

masiha

ଗ୍ରାମରେ ପହଂଚି ପାରିଲାନି ଆମ୍ବୁଲାନ୍ସ |ଜମିହୁଡ଼ାରେ ୨କିଲୋମିଟର ଚାଲି ଆମ୍ବୁଲାନ୍ସ ନିକଟରେ ପହଂଚିଲେ ଗର୍ଭବତୀ 

masiha

Leave a Comment

error: Content is protected !!