ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ଯା 

ନାବାଳିକା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ଯା 

ନବରଂଗପୁର:(୫|୯)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନସ୍ଥ ଗରୁଡଗୁଡା ଗ୍ରାମର ସମରଥ ଜାନିଙ୍କ ୧୪ ବର୍ଷର ନା ବାଳିକା ଝିଅ କନକ ଜାନି(୧୪) (୯ ମ ଶ୍ରେଣୀର ଛାତ୍ରୀ) କୌଣସି କାରଣରୁ ଭାରସାମ୍ୟ ହରାଇ ନିଜ ଘରେ ଫ୍ୟାନରେ ରଶି ସାହାଯ୍ୟରେ ଆତ୍ମହତ୍ଯା କରିଥିଲା l ଖବର ପାଇ ଡାବୁଗାଁ ଥାନା ଅଧିକାରୀ ଲଚିମ ପରଜା, ସହ ନିରୀକ୍ଷକ ଅକ୍ଷୟ ମିଶ୍ର ଓ ସଦଳବଳେ ସେହି ଗ୍ରାମରେ ପହଞ୍ଚି ଶବ୍ଦ ଜବତ କରି ଶବ୍ଦ ବ୍ୟବଚ୍ଛେଦ ନିମନ୍ତେ ଡାବୁଗାଁ ପଠାଇଥିଲେ l ଘଟଣା ଅପରାହ୍ଣ ତିନିଟା ସମୟରେ ଘଟି ଥିଲେ ହେଁ ତାଙ୍କ ପିତା ଆଜି ରାତି ୯ ଘଣ୍ଟା ସମୟରେ ଏତଲା ଦେଇଥିଲେ l ଶବ୍ଦ ଜବତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ବେଳେ ଆସନ୍ତା କାଲି ଶବ୍ଦ ବ୍ୟବଚ୍ଛେଦ ପରେ ମୃତକର ପରିବାରକୁ ହସ୍ତାନ୍ତର ଜଣାଯିବ l ଏନେଇ ଥାନା ଅପମୃତ୍ୟୁ ମାମଲା ନମ୍ବର ୨୭/୨୦୨୬ ରେ ରୁଜୁ କରାଯାଇ ସହ ନିରୀକ୍ଷକ ଅକ୍ଷୟ ମିଶ୍ର ତଦନ୍ତ ଭାର ନେଇ ତଦନ୍ତ ଜାରି ଅଛି l ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ l ତେବେ ବର୍ତ୍ତମାନ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋ ଚାଲାଣ ସନ୍ଦେହରେ କଙ୍ଗାରୁ କୋର୍ଟ ମାମଲାରେ ନଅ ଅଟକ,ତଦନ୍ତ ଜାରି 

masiha

ବଢୁଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ

masiha

ସିନ୍ଧେକେଲା ଅଞ୍ଚଳରେ ବଢ଼ୁଛି ବାଲି ମାଫିଆଙ୍କ ଦୌରତ୍ମ୍ୟ, ପ୍ରଶାସନୀୟ ନିରବତାକୁ ନେଇ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!