ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ଜିଲାର ବୁଢ଼ାମରା–ଚାକୁଳିଆ ନୂଆ ରେଳଲାଇନ୍ ପ୍ରକଳ୍ପରେ ବଡ଼ ଅଗ୍ରଗତି ଓ ଜମି ଅଧିଗ୍ରହଣ ପାଇଁ ସରକାରୀ ଅଧିସୂଚନା ଜାରି

ମୟୂରଭଞ୍ଜ ଜିଲାର ବୁଢ଼ାମରା–ଚାକୁଳିଆ ନୂଆ ରେଳଲାଇନ୍ ପ୍ରକଳ୍ପରେ ବଡ଼ ଅଗ୍ରଗତି ଓ ଜମି ଅଧିଗ୍ରହଣ ପାଇଁ ସରକାରୀ ଅଧିସୂଚନା ଜାରି

 ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରହ୍ଲାଦ ପୂର୍ତ୍ତିଙ୍କ ଧନ୍ୟବାଦ ଓ ସାଧୁବାଦ ଜଣାଇଛନ୍ତି 

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଆଶା ଓ ଦାବି ଥିବା ବୁଢ଼ାମରା–ଚାକୁଳିଆ ନୂଆ ରେଳଲାଇନ୍ ସଂଯୋଗୀକରଣ ପ୍ରକଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ପ୍ରକଳ୍ପ ପାଇଁ ଜମି-ଅଧିଗ୍ରହଣ ନିମନ୍ତେ ଭାରତ ସରକାର ଙ୍କର ରେଳ ମନ୍ତ୍ରାଳୟ ଦ୍ଵାରା ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ସରକାରୀ ଅଧିସୂଚନା-ଜାରି ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ପ୍ରକାଶ ପାଇଛି।

ଏହି ପ୍ରକ୍ରିୟାକୁ ଆଗେଇ ନେବାରେ ସହଯୋଗ ଓ ପ୍ରଶାସନିକ ତତ୍ପରତା ପ୍ରଦର୍ଶନ କରିଥିବାରୁ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମାକାନ୍ତ ସାୟ, IASଙ୍କୁ ପୂର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ହୃଦୟରୁ ବଧାଇ, ଅଭିନନ୍ଦନ, ଧନ୍ୟବାଦ ଓ ସାଧୁବାଦ ଜଣାଇଛନ୍ତି।

ଶ୍ରୀ ପୂର୍ତ୍ତି କହିଛନ୍ତି ଯେ, ପୁର୍ବରେ ମୟୁରଭଞ୍ଜ ଜିଲାପାଳଙ୍କୁ ସାକ୍ଷାତ କରି ଅତିଶୀଘ୍ର ଜମି-ଅଧିଗ୍ରହଣ ଆଗେଇବାକୂ ଦାବୀ କରିଥିଲେ। ବର୍ତମାନ ବୁଢ଼ାମରା–ଚାକୁଳିଆ ରେଳଲାଇନ୍ କେବଳ ଏକ ରେଳ ପ୍ରକଳ୍ପ ନୁହେଁ; ଏହା ମୟୁରଭଞ୍ଜର ଯୋଗାଯୋଗ, ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ ଓ ଆର୍ଥିକ ବିକାଶ ପାଇଁ ଏକ ନୂଆ ସମ୍ଭାବନାର ଦ୍ୱାର ଖୋଲିବ।

ସେ ଆହୁରି କହିଛନ୍ତି ଯେ, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଆଜିର ଏହି ଅଗ୍ରଗତି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ଏକ ଆଶାଜନକ ପଦକ୍ଷେପ। ଆଗାମୀ ଦିନରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରି ରେଳଲାଇନ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ରେଳ-ମନ୍ତ୍ରାଳୟ, ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ, ଦକ୍ଷିଣ ପୂର୍ବ ରେଳବାଇର ସମ୍ପୃକ୍ତ ଅଧିକାରୀବୃନ୍ଦ ଏବଂ ପ୍ରକଳ୍ପ ପାଇଁ ସହଯୋଗ କରିଥିବା ସମସ୍ତ ଜନପ୍ରତିନିଧି ଓ ଅଞ୍ଚଳବାସୀଙ୍କୁ ମଧ୍ୟ ଶ୍ରୀ ପୂର୍ତ୍ତି ଧନ୍ୟବାଦ ଓ ସାଧୁବାଦ ସହିତ ଜୁହାର ଜଣାଇଛନ୍ତି।

“ବୁଢ଼ାମରା–ଚାକୁଳିଆ ରେଳଲାଇନ୍ — ମୟୁରଭଞ୍ଜର ବିକାଶର ନୂଆ ଦିଗ ଓ ବିକାଶର ମୁଖ୍ୟ-ଧାରାରେ ଜୂଡୀ ହେବ ।” ଏହି ରେଳ ପ୍ରକଳ୍ପ ସହିତ ବାକି ଆଉ ଦୁଇଟି ପ୍ରକଳ୍ପ ବାଦାମପହାଡ଼ ଠାରୁ କେନ୍ଦୁଝରଗଡ଼ ଓ ଗୋରୁମାହିଷାଣି ଠାରୁ ବାଙ୍ଗରିପୋଷୀ ନୁତନ ରେଳପଥ ସଂଯୋଗୀକରଣ କୁ ଅତିଶୀଘ୍ର ଜମି-ଅଧିଗ୍ରହଣ ତଥା ନିର୍ମାଣ କାର୍ୟ୍ଯ ପାଇଁ ଜିଲା ପ୍ରଶାସନ ଓ ଭୁ-ରାଜସ୍ବ ଅଧିକାରୀ ଓ ରେଳ ପ୍ରଶାସନର ଅଧିକାରୀ ମାନଙ୍କୁ ସହଯୋଗ ପାଇଁ ସମ୍ବନ୍ଧୀତ ଜମି-ମାଲିକ ଓ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ନେତା ପ୍ରତିନିଧି ମାନେ ସହଯୋଗ ପାଇଁ ଆଗେଇ ଆସି ସହଯୋଗ କଲେ ମୟୁରଭଞ୍ଜ ଜିଲାର ଜନସାଧାରଣଙ୍କ ନିଶ୍ଚୟ ବିକାଶ ଧାରାରେ ରାଜଧାନୀ ଭୁବନେଶ୍ୱର ସହିତ ଶୀଘ୍ର ଜୁଡ଼ି ହେବାର ଆଶା ଉଜ୍ଜଳ ରହୁଛି।

— ପ୍ରହ୍ଲାଦ ପୂର୍ତ୍ତି
ପୂର୍ବତନ ବିଧାୟକ, ବହଳଦା ବିଧାନସଭା ନିର୍ବାଚନମଣ୍ଡଳୀ, ଓ ଜାତୀୟ ଆଦିବାସୀ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ

Related posts

ନାରାୟଣ ନଗର ଗ୍ରାମର ଦୈନିକ ବଜାର ଠାରେ ସ୍ୱାଧୀନତା ଦିବସ ପାଳିତ

masiha

ଆଠ ଲକ୍ଷରେ ନିର୍ମିତ ପରିସ୍ରାଗାର ଲୋକଙ୍କ କାମରେ ଲାଗିଲାନି;ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି 

Sunil Chandra Nayak

ମରଣ୍ଡା ଠାରୁ ବାରିପଦାକୁ ମା ଲକ୍ଷ୍ମୀ ନାମକ ନୂତନ ଘରୋଇ ଯାତ୍ରୀବାହୀ ବସ୍ ଚାଲିଲା

Sunil Chandra Nayak

Leave a Comment

error: Content is protected !!