ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନର ହୁଇଲ ର ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ 

ଇନର ହୁଇଲ ର ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ 

ରାଉରକେଲା: ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ରିଭରସାଇଡ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଦାଣ୍ଡିଆ ନୃତ୍ୟ ସହ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରିଭରସାଇଡ ର ସଭାପତି ଅଞ୍ଜଳୀ ହୋତା ଓ ସମ୍ପାଦିକା ମଞ୍ଜୁଳା ପାତ୍ରଙ୍କ ଆବାହକତ୍ୱ ତଥା କାର୍ଯ୍ୟକ୍ରମର ଅଧ୍ୟକ୍ଷା ପ୍ରତିମା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନିତା ନାୟକ,ସିମରନଜିତ ଶେଖନ,ସୈ।ଦାମିନୀ ଶତପଥୀ,ଡ କିଶୋରୀ ଦାଶ,ଡ ନିବେଦିତା ପଟ୍ଟନାୟକ,ଚମ୍ପାବତୀ ପୃଷେଟ, ସୁପ୍ରିୟା ମହାନ୍ତି, ସବିତା ମହାନ୍ତି, ମଞ୍ଜୁ ମହାପାତ୍ର,ଡ ମୀନତି ପଣ୍ଡା,ଭାରତୀ କର, ଝରଣା ଦାସ,ପ୍ରମିଳା ମିଶ୍ର, ମୀନା ଶତପଥୀ, ବିଜୟଲକ୍ଷ୍ମୀ ମିଶ୍ର, କ୍ରିଷ୍ଣା ପଟେଲ,ରୀତାଞ୍ଜଳୀ ରାୟ, ସଂଗୀତା ରାମ, ସୁଜାତା ମହାନ୍ତି,ଡା ସୁଧା ପ୍ରଧାନ,ଡ ସଞ୍ଜୁକ୍ତା ପତି,ବିଜୟଲକ୍ଷ୍ମୀ ତ୍ରିପାଠୀ, ରାଜଲକ୍ଷ୍ମୀ ଧୀର, ସୁଚିତ୍ରା ଦାସ ଙ୍କ ସମେତ ବହୁ ସଦସ୍ୟା ଯୋଗଦେଇ ଦାଣ୍ଡିଆ ନୃତ୍ୟ ସହ ସଂଗୀତ ଓ ସୁସ୍ବାଦୁ ବ୍ୟଞ୍ଜନର ମଜ୍ଜା ଉଠାଇଥିଲେ। କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଏହି ନବରାତ୍ର ସମୟରେ ଦାଣ୍ଡିଆ ନୃତ୍ୟ ରେ ସାମିଲ ହୋଇ ଭାରତୀୟ ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କ ମଧ୍ୟରେ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ସଭାପତି ଶ୍ରୀମତୀ ହୋତା ମତ ରଖିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ମହମ୍ମଦ ଜୟନ୍ତୀ ପାଳିତ

masiha

ଜିଲ୍ଲା ସ୍ତରୀୟ “ଆଦି କର୍ମଯୋଗୀ ଅଭିଯାନ” ଓରିଏଣ୍ଟେସନ୍ ବୈଠକ ଅନୁଷ୍ଠିତ

Sunil Chandra Nayak

ଏକ୍ସ-କ୍ୟାଡର ଜିଲା ପ୍ରାଥମିକ ଶିକ୍ଷକ ସଂଘ ର ଜିଲା ସ୍ତରୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!