ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର: କୋଟି କୋଟି ଟଙ୍କା ଖର୍ଚ୍ଚା ସ୍ବତ୍ବେ, ବିକାଶ ବିକଳାଙ୍ଗ ସମସ୍ୟାରେ ଜର୍ଜରିତ, ସାଧାରଣ ଜନତା ହନ୍ତସନ୍ତ

ଥୁଆମୂଳ ରାମପୁର: କୋଟି କୋଟି ଟଙ୍କା ଖର୍ଚ୍ଚା ସ୍ବତ୍ବେ, ବିକାଶ ବିକଳାଙ୍ଗ

ସମସ୍ୟାରେ ଜର୍ଜରିତ, ସାଧାରଣ ଜନତା ହନ୍ତସନ୍ତ

ଥୁଆମୁଳ ରାମପୁର:୧୫/୧୦ – (ମନିସ):- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି। କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିବା ସତ୍ବେ ଅଧିକାଂଶ ଅଞ୍ଚଳରେ ଆଜିବି ଲୋକଙ୍କ ପାଖକୁ ମୌଳିକ ସୁବିଧା ପହଞ୍ଚି ପାରୁନାହିଁ। ଯାହାଫଳରେ ଦୁର୍ଗମ ଅଞ୍ଚଳର ଲୋକେ ଏବେ ମଧ୍ୟ ପାନୀୟ ଜଳ, ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ ସମସ୍ୟା ମଧ୍ୟ ବସବାସ କରିଥିବା ବେଳେ ସରକାରୀ ଯୋଜନାର ଫାଇଦା ନେଉଛନ୍ତି ମୁଷ୍ଟିମେୟ ଲୋକ, କୁହାଯାଉଛି ଯେ, ଗରିବ ଯୋଜନା ମୁଷ୍ଟିମେୟ ଲୋକଙ୍କ ଲାଭ। ହଁ ଆଜ୍ଞା ଦୀର୍ଘ ବର୍ଷରୁ ସରକାରଙ୍କ ଅନେକ ଯୋଜନା ଦୁର୍ଗମ ଅଞ୍ଚଳ ମାନଙ୍କରେ କାର୍ଯ୍ଯକାରୀ ହେଉଛି ତଥାପି ଯୋଜନା ଅନୁପାତରେ ଅଞ୍ଚଳର ଉନ୍ନତି ହୋଇପାରୁନାହିଁ। ତେଣୁ କୁହାଯାଉଛି ସରକାରଙ୍କ ଯୋଜନାକୁ ଯଦି ସଫଳତା କରିବାକୁ ହେଲେ ସ୍ଥାନୀୟ ପ୍ରଶାସନ,ଓ ଜନପ୍ରତିନିଧିଙ୍କ ସମେତ୍ ଲୋକଙ୍କ ସହଯୋଗ କରିବେ ତେବେ ନିଜର ଅଞ୍ଚଳ ବିକାଶ କରିବ ବୋଲି ଅଞ୍ଚଳର କିଛି ଚିନ୍ତାଶୀଳ ବ୍ଯକ୍ତି ଆଲୋଚନା କରୁଛନ୍ତି। ଯୋଜନା ଅନେକ ସମସ୍ୟା ମଧ୍ୟ ବହୁତ ଏଭଳି ଅଞ୍ଚଳର ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ। ଏହି ବ୍ଳକ ଏକ ଉନ୍ନତ ଅଞ୍ଚଳ ଭାବରେ ବିଖ୍ୟାତ, ସେଅନୁସାରେ ସରକାରଙ୍କ ମାଳମାଳ ଯୋଜନା ଏହି ବ୍ଳକରେ ହିଁ କାର୍ଯ୍ୟକାରୀ ହେଉଛି।। ହେଲେ ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ଲାଭଖୋର ମନୋବୃତ୍ତିଯୋଗୁଁ ଅଞ୍ଚଳର ଉନ୍ନତିରେ ବାଧାପ୍ରାପ୍ତ ହେଉଥିବା ବୋଧହୁଏ। ଏଭଳି ଯୋଜନାକୁ ବାଟବଣା କରାଯାଏ ତେବେ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ ନାହିଁ। ଯଦିଓ ସରକାରୀ ଯୋଜନାକ କୁ ଠିକ୍ ବାଟରେ ଲଗାଯାଇପାରିବ ସେଦିନ ହିଁ ଥୁଆମୁଳ ରାମପୁର ବ୍ଳକ ଉନ୍ନତିର ବାଟ ଫିଟି ଆଗକୁ ଯାଇପାରିବ, ଏଥିରେ ଦ୍ବିମତ ନାହିଁ ବୋଲି କୁହାଯାଉଛି। ସେଥିପାଇଁ ଅଞ୍ଚଳର ବିକାଶ ପ୍ରତି ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି ସମସ୍ତେ ଚାହିଁଲେ ଥୁଆମୁଳ ରାମପୁର ବ୍ଳକର ଉନ୍ନତି କ୍ଷେତ୍ରରେ ଆହୁରି ଆଗକୁ ବଢିପାରିବ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସ୍ବେଚ୍ଛାସେବୀ’ଙ୍କ ପକ୍ଷରୁ ଖଡିଆ ମାନଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

ଡ. ଜଗନ୍ନାଥ ପ୍ରସାଦ ଦାସ ଓ ଡ. ପଲଉ ପ୍ରଧାନ କଳାହାଣ୍ଡିଆଙ୍କ ସ୍ମୃତିରେ ଚିରଦିନ ରହିବେ

Sunil Chandra Nayak

Leave a Comment

error: Content is protected !!