ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ଇନ୍ଦ୍ରଶିଷ, ସମ୍ପାଦକ ଅମିତ ଓ ଉପସଭାପତି ଭାବେ ଅଞ୍ଜଳି ବିଜୟୀ

ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ଇନ୍ଦ୍ରଶିଷ, ସମ୍ପାଦକ ଅମିତ ଓ ଉପସଭାପତି ଭାବେ ଅଞ୍ଜଳି ବିଜୟୀ

ଜୁନାଗଡ଼, ୧୫/୧୦ (ମନୀସ ): ସ୍ଥାନୀୟ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ବାଜିମାତ୍ କରିଛି। ଆଜି ଅପରାହ୍ନ ୨ଟାରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହେବା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା। ମହାବିଦ୍ୟାଳୟର ମୋଟ ୫୯୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩୮ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ।

ଘୋଷିତ ଫଳାଫଳ ଅନୁଯାୟୀ, ସଭାପତି ପଦବୀରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଇନ୍ଦ୍ରଶିଷ ବେହେରା ୩୪୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜୋଗିନ୍ଦ୍ର ଦଳପତି ୧୮୪ ଭୋଟ ପାଇଥିଲେ। ଏହି ପଦବୀରେ ୮ଟି ଭୋଟ ନାକଚ ହୋଇଛି। ଉପ-ସଭାପତି ପଦରେ ଅଞ୍ଜଳି ନାୟକ ୩୩୮ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତପସ୍ୱିନୀ ଦୁର୍ଗା ୧୯୧ ଭୋଟ ପାଇ ପରାଜିତ ହୋଇଛନ୍ତି ।ସେହିପରି ସାଧାରଣ ସମ୍ପାଦକ ପଦବୀରେ ଅମିତ ବାଗ ୨୪୫ ଭୋଟ ପାଇ ବିଜୟ ହାସଲ କରିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଗଣେଶ ସାହୁ ୨୦୬ ଭୋଟ ଓ ଅବନିକାନ୍ତ ଛତ୍ରପାଳ ୭୬ ଭୋଟ ପାଇଥିଲେ (୧୧ଟି ଭୋଟ ବାତିଲ)। ଏହି ନିର୍ବାଚନରେ ବିସିଜେଡି ସମସ୍ତ ପ୍ରମୁଖ ପଦବୀ ଅକ୍ତିଆର କରିବା ପରେ କ୍ୟାମ୍ପସ ପରିସରରେ ସମର୍ଥକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି।ସମସ୍ତ ବିଜିୟୀଙ୍କୁ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଭା ଅବସରରେ ମା’ ଠାକୁରାଣୀଙ୍କ ରଥ ବିଭିନ୍ନ ଅଞ୍ଚଳରେ ପରିକ୍ରମା 

Sunil Chandra Nayak

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

Sunil Chandra Nayak

ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ କରିବା ଘଟଣାକୁ ନେଇ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

Sunil Chandra Nayak

Leave a Comment

error: Content is protected !!