ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ସୁସ୍ଥ ସମାଜ ଗଠନ ପାଇଁ କ୍ରାନ୍ତିଯାତ୍ରା

 କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ କ୍ରାନ୍ତିଯାତ୍ରା ଆୟୋଜନ କରାଯାଉଛି । ଏହି କ୍ରମରେ ଚଳିତ ଡିସେମ୍ବର ୩୦ ତାରିଖରେ ଭବାନୀପାଟଣା ଟାଉନହଲ୍‌ଠାରେ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରାଯିବ । ପୂର୍ବାହ୍ନ ୧୦ଟାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପୂର୍ବତନ କୃଷିମନ୍ତ୍ରୀ ତଥା ଲେଖକ ରାସବିହାରୀ ବେହେରା ଉଦ୍‌ଘାଟନ କରିବେ । ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବରେ ଗବେଷକ ଅନିଲ ଧିର୍‌, ମୁଖ୍ୟଅତିଥି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି, ସମ୍ମାନନୀୟ ଅତିଥି ପୁରୀ ସର୍ବୋଦୟ ସାହିତ୍ୟ ସଂସଦର ଇଂ.ମୀନକେତନ ଏବଂ ମୁଖ୍ୟବକ୍ତା ଭାବରେ ଭାରତୀୟ ଶିକ୍ଷଣ ମଣ୍ଡଳର ବିସ୍ତାରକ ରାଜୀବ ନୟନ ଓଝା ଯୋଗଦେବେ । କାର୍ଯ୍ୟକ୍ରମ ପରେ କ୍ରାନ୍ତି ପତାକା ଉତ୍ତୋଳନ ସହିତ କ୍ରାନ୍ତି ଯାତ୍ରା ଆରମ୍ଭ ହେବ । ଏହା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର୧୮ଟି ବ୍ଳକରେ ପଦଯାତ୍ରା କରି ୨୩ ଜାନୁଆରୀ ୨୦୨୩ରେ ପରାକ୍ରମ ଦିବସରେ ଉଦ୍‌ଯାପିତ ହେବ । ଜନସାଧାରଣ ଏହି ମହତ୍ ଅଭିଯାନରେ ସାମିଲ୍ ହୋଇ ବିକଶିତ କଳାହାଣ୍ଡି ଗଠନରେ ସହଭାଗୀ ହେବାକୁ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ.ସୁନୀତି ମୁଣ୍ଡ୍ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନୂତନ ଭାରତର ନୂତନ ଆଇନ ସମ୍ପର୍କରେ ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

masiha

ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର ପକ୍ଷରୁ ୧୯ତମ ସ୍ଵନକ୍ଷତ୍ର ଉତ୍ସବ ଓ ଓଡିଶା ପ୍ରତିଭା ସମ୍ମାନ ୨୦୨୬ ପ୍ରଦାନ

Sunil Chandra Nayak

ଏମଜିଏନଆରଏଜିଏରେ ପ୍ରଶାସନିକ କଣ୍ଟିଜେନ୍ସି କିଣାରେ ଅନିୟମିତତାର ତଦନ୍ତ ଦାବି 

masiha

Leave a Comment

error: Content is protected !!