ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଖାଉଟି ଦିବସ-୨୦୨୨ ନବୋଦୟ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପାଳିତ

 ଫୁଲବାଣୀ ସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ, କଲ୍ୟାଣୀ ଏବଂ ମାପ ବୈଧ ଓ ଓଜନ ବିଭାଗ କନ୍ଧମାଳ ଫୁଲବାଣୀଙ୍କ ମିଳିତ ଆନୁକୁଲ୍ୟରେ ତୁଡ଼ିପାଜୁ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସରକାରୀ କାର୍ଯ୍ୟକ୍ରମ ଜାତୀୟ ଖାଉଟି ଦିବସ-୨୦୨୨ ପାଳିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୌଶଲ୍ୟା କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପଭୋକ୍ତାଙ୍କ କଲ୍ୟାଣ ଓ ସଚେତନତା ନିମନ୍ତେ କେତେଗୁଡ଼ିଏ ତଥ୍ୟ ପ୍ରଦାନ କରିଥିଲେ । ସେ କହିଲେ ଜିନିଷ କିଣିଲାବେଳେ ବିଲ୍ ମାଗିବା ନିହାତି ଆବଶ୍ୟକ । କାରଣ ଦୋକାନୀ ବିଲ୍ ଦେବାକୁ ବାଧ୍ୟ । ବିଲ୍ ଆଣିଲେ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ। ପ୍ୟାକେଟରେ ଲେଖାଥିବା ଏମ୍.ଆର୍.ପି. ଠାରୁ ଅଧିକ ଦାମ୍ ନଦେବାକୁ କହିଥିଲେ । ଏମ୍.ଆର୍.ପି. ହେଉଛି ଜିନିଷର ସର୍ବୋଚ୍ଚ ମୂଲ୍ୟ, ଏହା ଉପରେ ମୂଲଚାଲ କରିହେବ। ନିଜେ ସଚେତନ ହେବା ସହିତ ନିଜ ବାପା ମାଆ ଓ ପଡ଼ୋଶିମାନଙ୍କୁ ସଚେତନ କରିବାକୁ ପିଲାମାନଙ୍କୁ ବୁଝାଇଥିଲେ । ମାପ ବୈଧ ଓ ଓଜନ ବିଭାଗର ଉପ-ନିୟନ୍ତ୍ରକ ରାଜେଶ କୁମାର ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଇଲେକ୍‌ଟ୍ରୋନିକ୍ ଓଜନ୍ ଯନ୍ତ୍ରର ବ୍ୟବହାର ଉପରେ କେତେଗୁଡ଼ିଏ ସୂଚନା ଦେଇଥିଲେ । ସେ କହିଲେ ଇଲେକ୍‌ଟ୍ରୋନିକ୍‌ ଓଜନ୍ ଯନ୍ତ୍ର ବ୍ୟବହାର କରୁଥିବା ଦୋକାନୀ ମୋହର ହୋଇଥିବା ବଟକରା ରଖିବାକୁ ବାଧ୍ୟ କାରଣ ଖାଉଟି ଚାହିଁଲେ ଏହି ବଟକରା ସହାଯ୍ୟରେ ଇଲେକ୍‌ଟ୍ରୋନିକ୍ ଓଜନ୍ ଯନ୍ତ୍ରର ସଠିକତା ଯାଞ୍ଚ କରିପାରିବେ । ’କଲ୍ୟାଣୀ’ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ରାଜଲକ୍ଷ୍ମୀ ସାହୁ ଖାଉଟି ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସମ୍ୟକ ଧାରଣା ଦେଇଥିଲେ । ମାପ ଓ ଓଜନରେ ଖାଉଟିମାନେ କିପରି ଠକାମିର ଶିକାର ହେଉଛନ୍ତି ସେ ବିଷୟରେ ପିଲାମାନଙ୍କୁ ବୁଝାଇବା ସହିତ ସେବା ଯୋଗାଉଥିବା ସଂସ୍ଥାମାନଙ୍କ ଦ୍ୱାରା ଶୋଷିତ ହେଉଥିଲେ, କେଉଁଠାରେ ଓ କାହାଙ୍କୁ ଅଭିଯୋଗ କରିପାରିବେ ଓ ଉପଯୁକ୍ତ ନ୍ୟାୟ ପାଇପାରିବେ ସେ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ। ମାପ ବୈଧ ଓ ଓଜନ ବିଭାଗର ନିରୀକ୍ଷକ ବିକାଶ ଚନ୍ଦ୍ର ସାହୁ, ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନର ପୂର୍ବତନ ସଭାପତି ଅଶୋକ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ସିନ୍ଧୁ, ସହକାରୀ ବେସାମରିକ ଯୋଗାଣ ଅଧିକାରୀ ଦୀପ୍ତିରେଖା ପ୍ରଧାନ, ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖାଉଟି କଲ୍ୟାଣ ବିଭାଗ, କନ୍ଧମାଳ, ଖାଉଟି ସୁରକ୍ଷା ଆଇନ, ଖାଉଟିଙ୍କ ଅଧିକାର ଏବଂ ସର୍ବୋପରି ସଚେତନତା ପାଇଁ ନିଜ ନିଜ ବିଭାଗଦ୍ଵାରା ନିଆଯାଉଥିବା ପଦକ୍ଷେପ ଉପରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ରାଉରକେଲା ମହାବିଦ୍ୟାଳୟରେ (କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ)ସଚେତନତା ବୈଠକ ପାଳିତ

masiha

Rashtriya Ekta Diwas Observed at DRM Office, Rayagada

Sunil Chandra Nayak

ମିକ୍ସଚର ମେସିନ୍ ଓଲଟି ରାଜମିସ୍ତ୍ରୀ ମୃତ

Leave a Comment

error: Content is protected !!