ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ଭାତୃ ବିୟୋଗରେ ଶୋକର ଛାୟା

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲାରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁରଙ୍କ ଭାଇ ମନୋଜ ଠାକୁର (୩୫)ଙ୍କ ମଙ୍ଗଳବାର ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିବା ବେଳେ ଗୁରୁତର ଅବସ୍ଥାରେ ମଙ୍ଗଳବାର ନର୍ଲା ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି। ସୂଚନା ମତେ ଭାଇର ଅବସ୍ଥା ଗୁରୁତର ଦେଖି ସାମ୍ବାଦିକ ଦୀପକ ନର୍ଲା ଡାକ୍ତରଖାନା ପହଞ୍ଚାଇଥିଲେ। ହେଲେ ଡାକ୍ତରଖାନା ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଗତ ଦେଢ ବର୍ଷ ମଧ୍ୟରେ ସାମ୍ବାଦିକ ଶ୍ରୀ ଠାକୁରଙ୍କ ସ୍ତ୍ରୀ,ଭାଇ ଓ ପିତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସାନଭାଇ ମନୋଜର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃସମୟରେ ନର୍ଲା ସାମ୍ବାଦିକ ଏସୋସିଏସନ୍ ଓ ଜନସାଧାରଣ ସାମ୍ବାଦିକ ଦୀପକ ଠାକୁରଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କରି ବିୟୋଗରେ ପରିଜନଙ୍କ ମହଳରେ ଶୋକର ଛାୟା ଖେଳିଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ଆଲୋଚନାଚକ୍ର…

Sunil Chandra Nayak

ଜିଲ୍ଲାରେ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ

masiha

ପ୍ରକୃତିପ୍ରେମୀ ସନତ କୁମାର ସାହୁ ପାଇଲେ ପ୍ରକୃତି ମିତ୍ର ସମ୍ମାନ

masiha

Leave a Comment

error: Content is protected !!