ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇଘର ଅଂଚଳ ରୁ ଦୁଇ ମାଓବାଦୀ ଗିରଫ 

ରାଇଘର  // 24/01/2023 // ନବରଙ୍ଗପୁର ଜିଲ୍ଲା ରାଇଘର ରୁ ଦୁଇ ମାଓବାଦୀ ଗିରଫ, ମେନପୁର ନୂଆପଡ଼ା ଡିଭିଜନ ର ଦୁଇ ହାର୍ଡ କର ମାଓବାଦୀ ଙ୍କୁ ଗିରଫ କରିଲା ନବରଙ୍ଗପୁର ପୋଲିସ । ଏନେଇ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ । ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଗିରଫ ହୋଇଛନ୍ତି ଏହି ଦୁଇ ମାଓବାଦୀ । ସିଆରପିଏଫ ଏସଓଜି ଓ ଡିଭିଏଫ ର ମିଳିତ କମ୍ବିଂ ସମୟରେ ଆଜି ସକାଳେ ଏମାନେ ଗିରଫ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ହାର୍ଡ କର ମାଓବାଦୀ ହୋଇଥିବା ବେଳେ ଅନ୍ୟଜଣେ ମିଲିସିଆ ଯିଏ କ୍ୱାକ ଭାବେ କାର୍ଯ୍ୟରତ ଥିଲେ । ହାର୍ଡ କର ମାଓବାଦୀ ହେଲେ ଅନିତା ମାଣ୍ଡଭି ଓ ସମୁଦ୍ର ବାଘ । ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ଅନିତା ମାଣ୍ଡଭି ଙ୍କ ଘର ହୋଇଥିବା ବେଳେ ଓଡିଶା ର ନୂଆପଡା ଜିଲ୍ଲାରେ ସୁମୁଦ୍ର ବାଘ ଙ୍କ ଘର । ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଙ୍ଘଠନ ରେ କାର୍ଯ୍ୟରତ ଥିବା ବେଳେ ସୁମୁଦ୍ର ବାଘ ୨୦୧୭ ରୁ ସକ୍ରିୟ ଅଛନ୍ତି । ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ମରା କାମ ରେ ଜଡିତ ଥିବା ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ଡ଼ିଆଇଜି,ପୂଜା ମାଣ୍ଡଭି ଙ୍କ ଦେହ ଅସୁସ୍ଥ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଯାଉଥିବା ବେଳେ କମ୍ବିଂ ଅପରେସନ ରେ ଧରା ପଡିଥିବା ନେଇ ଡିଆଇଜି ପ୍ରେସ ମିଟ ରେ ସୂଚନା ଦେଇଛନ୍ତି,ପ୍ରେସମିଟ ସରିବା ପରେ ସେହି ଦୁଇଜଣ ଙ୍କୁ ରାଇଘର ଥାନାକୁ ଆଣି ପରେ କୋର୍ଟ ଚାଲାଣ କରାଯାଇ ଅଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଆଜି ଜଣେ ଗର୍ଭବତୀ ମହିଳା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି

Sunil Chandra Nayak

ରସି ଲଗାଈଥିବା ଝୁଲନ୍ତା ଶବ ଉଦ୍ଧାର

Sunil Chandra Nayak

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ : ଦୁଇ ଗିରଫ

masiha

Leave a Comment

error: Content is protected !!