ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁରର ବହୁ ଚର୍ଚିତ ଭିକି ମହାନ୍ତି ହତ୍ୟାରେ ସଂପୃକ୍ତ ହତ୍ଯାକାରୀ ଟାଟାନଗରର ଦମ୍ପିତି ପରିବାରର ସ୍ତ୍ରୀ ଖୁସବୁ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ସ୍ୱାମୀ କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ 

ରାଇରଙ୍ଗପୁରର ବହୁ ଚର୍ଚିତ ଭିକି ମହାନ୍ତି ହତ୍ୟାରେ ସଂପୃକ୍ତ ହତ୍ଯାକାରୀ ଟାଟାନଗରର ଦମ୍ପିତି ପରିବାରର ସ୍ତ୍ରୀ ଖୁସବୁ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ସ୍ୱାମୀ କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ 

ମୟୂରଭଂଜ – ୩୦/୦୮ —  ରାଇରଙ୍ଗପୁରର ବହୁ ଚର୍ଚିତ ଡମ୍ବରୁଧର ମହାନ୍ତି( ଭିକି) ହତ୍ୟାକାଣ୍ଡର ସଂପୃକ୍ତ ହତ୍ୟାକାରୀଙ୍କୁ ରାଇରଙ୍ଗପୁର କୋର୍ଟରେ ଆଜି ଶନିବାର ଦିନ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡଃ ଭି ସୁଜାତା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।ସୂଚନାଯୋଗ୍ୟ ରାଇରଙ୍ଗପୁର ଗଢ ଗ୍ରାମର ଡମ୍ବରୁଧର ମହାନ୍ତି( ଭିକି) (୩୦)ସହିତ ଜାମସେଦପୁରର ସୋନାରୀ ଅଞ୍ଚଳର ଦମ୍ପତି ଖୁସବୁ ସାଗର(୩୫) ଏବଂ ସ୍ବାମୀ କମଳାକାନ୍ତ ସାଗର(୪୦) ଙ୍କ ସହ ବହୁତ ଦିନରୁ ସମ୍ପର୍କ ରହି ଆସିଥିଲା । ୨୦ ମାର୍ଚ ୨୦୨୩ ତାରିଖ ଦିନ ଖୁସୁବୁ ସାଗର,ଭିକି ମହାନ୍ତି,ଦୁଇ ଜଣ ମହିଳା,ଜଣେ ଯୁବକ ଵହଳଦା ବଜାରର ଏକ ଲଜରେ ରହିଥିଲେ ।ସେଠାରେ ଖୁସୁବୁ ସାଗର ଙ୍କ ସହିତ ଭିକି ମହାନ୍ତିର ଗଣ୍ଡଗୋଳ ହୋଇଥିଲା ।ଲଜରେ ଗଣ୍ଡଗୋଳ ଘଟିଥିବାରୁ ଲଜ ମାଲିକ ସେମାନଙ୍କୁ ଲଜ ରୁ ତଡ଼ି ଦେଇଥିଲେ ।ଯାହାଫଳରେ ଖୁସବୁ ସାଗର,ଭିକି ମହାନ୍ତି ଏବଂ ଜଣେ ମହିଳା ଟାଟା ନଗରର ସୋନାରୀ ଅଞ୍ଚଳକୁ ଯାଇଯାଇ ଏକ ଲାଜରେ ରାତି ବିତାଇଥିଲେ ।ଆଉ ତାଙ୍କ ସହିତ ଜନୈକ ଯୁବକ ଏବଂ ମହିଳା ରାଇରଙ୍ଗପୁରକୁ ପଳାଇ ଆସିଥିଲେ ।୨୧/୦୩/୨୩ ତାରିଖ ଦିନ ଖୁସବୁ ଏବଂ ଭିକି ଖୁସବୁ ର ସୋନାରୀ ଅଞ୍ଚଳର ଖୁସବୁ ରହୁଥିବା ସ୍ବର୍ଣମହଲ ଘରକୁ ଯାଇଥିଲେ ।ସେଠାରେ ଖୁସଵୁ ପ୍ରତିଶୋଧ ନେବାପାଇଁ ଚକ୍ରାନ୍ତ କରି ଭିକି କୁ ନିଶା ପାନୀୟ ଦେଇ କାବୁ କରିବା ସହ‌ ନିଶାଗ୍ରସ୍ତ କରାଇ ଦେଇଥିଲା ।୨୦ ତାରିଖ ଘଟଣାର ପ୍ରତିଶୋଧ ନେବା ପାଇଁ ଏକାକି ଏକ ଧାରୁଆ ଛୁରୀରେ ଭିକିକୁ ବିଭତ୍ସ ଭାବରେ ପେଟ,ହାତ ବେକ,ମୁଣ୍ଡ, ଛାତି,ଜଙ୍ଘକୁ ଛୁରୀ ଭୁଷି ଵିଭତ୍ସ ଭାବରେ ହତ୍ୟା କରିବା ସହ ଖଣ୍ଡ ଖଣ୍ଡ କରି ଦେଇଥିଲା ।ଘରଟି ରକ୍ତ ରଞ୍ଜିତ ହୋଇଥିଲା ।ପରେ ପ୍ରମାଣ ଲୁଚାଇବା ପାଇଁ ତାଙ୍କର ସ୍ବାମୀ କମଳାକାନ୍ତ କୁ ଡାକି ବସ୍ତାରେ ଖଣ୍ଡ ଖଣ୍ଡ ଦେହାବଶେଷ ପୁରାଇ ତାହାକୁ ଆଟାଚି ମଧ୍ଯରେପୁରାଇ ଜାମସେଦପୁର ସହର ରୁ ବାହାର ଅଞ୍ଚଳ ୧୦ କିମି ଦୂରଦୁର୍ଗମ ଅଞଲ ତଳର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ ।ରକ୍ତ ରଞ୍ଜିତ ଘରଟିକୁ ଧୋଇଧୁଆ କରି ସଫା କରି ଦେଇଥିଲା । ଅପରପକ୍ଷରେ ଭିକି ଘରକୁ ନ ଫେରିବାରୁ ଏବଂ ଫୋନ ସୁଇଚ ଅଫ ଯୋଗୁଁ ତାଙ୍କ ସ୍ତ୍ରୀ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏହାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ମାମଲା କେଶ ନମ୍ବର୧୩୧/୨୩ ରୁଜୁ ହୋଇଥିଲା ।ଘଟଣାକୁ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ଥାନାଧିକାରୀ ପ୍ରମୁଖ ତଦନ୍ତ ଜୋରଦାର କରିଥିଲେ ।ରାଇରଙ୍ଗପୁର ଟାଉନ ଥାନାର ଏଏସଆଇ ଡମ୍ବରୁଧର ମହାନ୍ତ ତଦନ୍ତର ଦାୟିତ୍ବ ନେଇଥିଲେ । ପୋଲିସ ତରଫରୁ ଖୁସବୁ ସାଗର ଏବଂ କମଳାକାନ୍ତ ସାଗରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଭିକି ମହାନ୍ତିଙ୍କୁ ଏକାକୀ ହତ୍ୟା କରିଥିବା ମହିଳା ଖୁସବୁ ସାଗର ସ୍ବିକାର କରିଥିଲା । ରାଇରଙ୍ଗପୁର କୋର୍ଟରେ ଆଜି ଶନିବାର‌ଦିନ ମୃତ ଭିକି ମହାନ୍ତି ଘଟଣାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡଃ ଭି ସୁଜାତା ପୋଲିସର ତଦନ୍ତ ରିପୋର୍ଟ,ପାରିପାର୍ଶ୍ବିକ ଘଟଣା ଏବଂ ୩୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମୁଖ୍ୟ ଆସାମୀ ଖୁସବୁ ସାଗରକୁ ୩୦୨ ଦଫା ହତ୍ୟାକାଣ୍ଡ,୨୦୧ ପ୍ରମାଣ ନଷ୍ଟ ପାଇଁ ଆଜୀବନ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଥିବାବେଳେ ତାଙ୍କ ସ୍ବାମୀ କମଳାକାନ୍ତ ଙ୍କୁ ୨୦୧,୧୨୧( ବି) ପ୍ରମାଣ ନଷ୍ଟ ରେ ସହଯୋଗ କରିଥିବାରୁ ୫ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।ଟାଟା ନଗରର ଦମ୍ପତି ପରିବାରଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିବାରୁ ମୃତ ଭିକି ମହାନ୍ତିଙ୍କ ପରିବାର ଲୋକେ ଆଶ୍ବସ୍ତ ହୋଇଛନ୍ତି ।ଅତିରିକ୍ତ ଇ ପିପି ଆଡଭୋକେଟ ପଙ୍କଜ ଦାସ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୫୦୦ଶହକୁ ୧୦୦ଟଙ୍କିଆ ନୋଟ୍ ରେ ବଦଳ କରିବା ଘଟଣା ୯ଲକ୍ଷ ୯୦ହଜାର ବଦଳରେ ୧୨ଲକ୍ଷ ଦାବୀ

masiha

ଡକାୟତି ଉଦ୍ୟମ ପଣ୍ଡ : ରାଉରକେଲା ପୋଲିସ୍ ଦ୍ବାରା ୯ ଜଣ ଅପରାଧୀ ଗିରଫ ଏବଂ ଅସ୍ତ୍ରଶସ୍ତ୍ର ଜବତ

ଅପରାଧ ନିୟନ୍ତ୍ରଣ ପାଇଁ ରାଉରକେଲା ପୁଲିସ୍ ପକ୍ଷରୁ ପ୍ରୋଜେକ୍ଟ ଶିଲଡ୍ ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!