ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର
ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର
ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ବର୍ଣ୍ଣାଢ଼୍ୟ “ଭାରତ କୋ ଜାନୋ” ଓ “ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା -୨୦୨୫ ଅନୁଷ୍ଠିତ
ଢେଙ୍କାନାଳ:ତା.୨୮.୦୮.୨୦୨୫ ରିଖ : ସ୍ଥାନୀୟ ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ରେ ପ୍ରାତଃ ୯ ଘଟିକା ସମୟରେ ଶହୀଦ ବାଜିରାଉତ୍ ଶାଖା,ଭାରତ ବିକାଶ ପରିଷଦ,ଓଡ଼ିଶା ପକ୍ଷରୁ ବର୍ଣ୍ଣାଢ଼୍ୟ ଭାରତ କୋ ଜାନୋ ଓ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା -୨୦୨୫ ଅନୁଷ୍ଠିତ ହୋଇଯାଇଛି।ପ୍ରଥମାର୍ଦ୍ଧରେ ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ,କ୍ଷେତ୍ରୀୟ ମହାସଚିବ, ପୂର୍ବକ୍ଷେତ୍ର,ଭାରତ ବିକାଶ ପରିଷଦ ଉଦ୍ଘାଟନ କରିଥିଲେ। ପର୍ଯ୍ୟବେକ୍ଷକ ରାମଚନ୍ଦ୍ର ଦଳେଇ,ପୂର୍ବପ୍ରାନ୍ତ,ସଙ୍ଗଠନ ସଚିବ, ପୃଷ୍ଠପୋଷକ ଡ.ହରେକୃଷ୍ଣ କର ଓ ଡ.ସମୀର ସାହୁ ପ୍ରମୁଖ ଉପସ୍ଥିତି
ଥିଲେ।ଉଦ୍ ଘାଟକ ସ୍ଵୀୟ ଅଭିଭାଷଣରେ ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର।ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ପରେ ପରେ ୧୧ ଟି ବିଦ୍ୟାଳୟରୁ ଆସିଥିବା ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରୀ ଛାତ୍ର ମାନଙ୍କୁ ନେଇ “ଭାରତ କୋ ଜାନୋ” କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର ଭାବେ ରାଜୀବ କୁମାର ମାହୁନ୍ତ ପରିଚାଳନା କରିଥିଲେ।ଦ୍ୱିତୀୟାର୍ଦ୍ଧରେ ଦଶଟି ବିଦ୍ୟାଳୟର ୧୪୦ ଜଣ ଛାତ୍ରୀ,ଛାତ୍ରମାନଙ୍କୁ ନେଇ ହିନ୍ଦୀ,ସଂସ୍କୃତ ଓ ଓଡ଼ିଆ ଭାଷାରେ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା -୨୦୨୫ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଷଦର ସବିତା ଧୀର ସଞ୍ଚାଳନ କରିଥିଲେ।ବିଚାରକ ଭାବରେ ଯାମିନୀ ରଞ୍ଜନ ଦାଶ,ଜିତେନ୍ଦ୍ର କୁମାର କର,ସୁଶ୍ରୀ ଅଙ୍କିତା ପଣ୍ଡା ପ୍ରମୁଖ
ଉପସ୍ଥିତ ଥିଲେ। ସନ୍ଧ୍ୟା ୫ ଘଟିକା ସମୟରେ ସଭାପତି ସବ୍ୟସାଚୀ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ସଭାପର୍ବ ଓ ଉଦ୍ ଯାପନୀ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ଡା.ପ୍ରୀୟବ୍ରତ ଧୀର,ପ୍ରତିଷ୍ଠାତା,ଅଧ୍ଯକ୍ଷ ସ୍ପର୍ଶ ହେଲଥ୍ କେୟାର୍,ଓଡିଶା ଏବଂ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବରିଷ୍ଠ କର୍ମକର୍ତ୍ତା ତଥା ସମାଜସେବୀ ଶରତ କୁମାର ପାଣିଗ୍ରାହୀ, ଢେଙ୍କାନାଳ ଯୋଗଦାନ କରିଥିଲେ।ମୁଖ୍ୟଅତିଥି ଡା.ଧୀର ସ୍ଵୀୟ ବକ୍ତବ୍ୟର “ଭାରତ କୋ ଜାନୋ” ଓ “ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା ଭାରତ ବିକାଶ ପରିଷଦର ଏକ ଅଭିନବ ପ୍ରୟାସ ଯାହାଦ୍ଵାରା ଛାତ୍ରୀ,ଛାତ୍ରମାନଙ୍କ ମଧ୍ୟରେ ଭାରତ ସମ୍ପର୍କରେ ସବିଶେଷ ଧାରଣା ଓ ଦେଶପ୍ରେମ ଭାବ ଜାଗ୍ରତ ହୋଇପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ ଭାରତ ବର୍ଷର ଐତିହାସିକ ପୃଷ୍ଠ ଭୂମି ସମ୍ପର୍କରେ ସବିଶେଷ ବହୁ ମୂଲ୍ୟବାନ ତଥ୍ୟାବଳୀ ପ୍ରଦାନ କରି ଏହା ଯେ ପୃଥିବୀରେ ଶ୍ରେଷ୍ଠ ଓ ବିଶ୍ଵଗୁରୁର ଆସନରେ ଅଧିଷ୍ଠିତ ହେବ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ବୋଲି ଦୃଢ଼ ମତପୋଷଣ କରିଥିଲେ।ପ୍ରାକ୍ତନ ପ୍ରତିଷ୍ଠାତା ସଭାପତି ଇଂ.ବାବୁଚାନ୍ଦ ମହାଳିକ ସ୍ୱାଗତଭାଷଣ ପ୍ରଦାନ କରି ସ୍ଵୀୟ ବକ୍ତବ୍ୟରେ ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳର ପାଞ୍ଚ ବର୍ଷର ସଫଳ କାର୍ଯ୍ୟାବଳୀସବୁ ସମସ୍ତଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।”ଭାରତ କୋ ଜାନୋ” ବରିଷ୍ଠ ବିଭାଗରେ ମଣ୍ଟଫୋର୍ଟ ସ୍କୁଲ୍ ର ହୃତିଶ ସାମଲ ଓ ସ୍ୱର୍ଣ୍ଣପ୍ରଭା ସାମଲ ପ୍ରଥମ ସ୍ଥାନ,କନିଷ୍ଠ ବିଭାଗରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍,ଢେଙ୍କାନାଳର ସ୍ମରଣିକା ରାଉତ୍ ଓ ପ୍ରତୀକ୍ଷା ନାୟକ ପ୍ରଥମ ସ୍ଥାନ ଏବଂ “ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା -୨୦୨୫ ରେ ଆଦର୍ଶ ବିଦ୍ୟାଳୟ,ଢେଙ୍କାନାଳ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ରାଜ୍ଯ ପ୍ରାନ୍ତୀୟ ସ୍ତରରେ ଯୋଗଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।”ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା ହିନ୍ଦୀ ଭାଷାରେ ଢେଙ୍କାନାଳର ମଣ୍ଟଫୋର୍ଟ ସ୍କୁଲ୍ ପ୍ରଥମ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ଵିତୀୟ, ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ତୃତୀୟ,ସଂସ୍କୃତ ଭାଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ,ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍ ଦ୍ଵିତୀୟ,ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ତୃତୀୟ,ଓଡ଼ିଆ ଭାଷାରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ପ୍ରଥମ, ମଣ୍ଟଫୋର୍ଟ ସ୍କୁଲ୍ ଦ୍ଵିତୀୟ ଓ ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍ ତୃତୀୟ ସ୍ଥାନ ଅଧିକାର କରି ମଧ୍ଯ ପୁରସ୍କୃତ ହୋଇଥିଲେ।ସେହିପରି “ଭାରତ କୋ ଜାନୋ”ବରିଷ୍ଠ ବିଭାଗରେ ଢେଙ୍କାନାଳର କେନ୍ଦ୍ରୀୟ ବିଦ୍ୟାଳୟ ଦ୍ଵିତୀୟ,ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ତୃତୀୟ,କନିଷ୍ଠ ବିଭାଗରେ ମଣ୍ଟଫୋର୍ଟ ସ୍କୁଲ୍ ଦ୍ଵିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ମଞ୍ଚାସୀନ ଅତିଥିବୃନ୍ଦ ସମସ୍ତ କୃତୀ ପ୍ରତିଯୋଗୀବୃନ୍ଦଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।ବିଭାସିନ୍ଧୁ ବାରିକଙ୍କୁ ବ୍ୟାଡମିଣ୍ଟନ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚ ମାନର ପ୍ରଦର୍ଶନ ପାଇଁ,ଡା.ଧ୍ରୁବ ଚରଣ ଜେନାଙ୍କୁ ଆଜୀବନ ଉଚ୍ଚମାନର ନିଃସ୍ଵାର୍ଥପର ଡାକ୍ତରୀ ସେବାପ୍ରଦାନ ନିମିତ୍ତ,ଐରା ଅନୁଷ୍ଠାନର ଡ.ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ସଫଳ ସାମାଜିକ ସେବାକାର୍ଯ୍ୟ ପାଇଁ ପୁଷ୍ପଗୁଚ୍ଛ,ମାନପତ୍ର ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରଯାଇଥିଲା।ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିକୃତିରେ,ଭାରତ ମାତା,ସ୍ଵାମୀ ବିବେକାନନ୍ଦ ଓ ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ,ମଙ୍ଗଳାଚରଣ ଗାନ ଓ ବନ୍ଦେ ମାତରମ୍ ଗାନ କରାଯାଇଥିଲା।ଶାଖାର ସମ୍ପାଦକ ଉଷାରାଣୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।ପରିଶେଷରେ ଭାରତୀୟ ସଙ୍ଗୀତ ନୀଳୟ ପକ୍ଷରୁ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ସରସ୍ଵତୀ ବନ୍ଦନା ଗାନ,ଖେୟାଲ ରାଗ ବାଗେଶ୍ରୀ ଓ ଭଜନ ପରିବେଷଣ କରା ଯାଇଥିଲା ଯାହାକି ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ତଥା ଉଚ୍ଚ ପ୍ରଶଂସିତ ହୋଇଥିଲା।ଏଥିରେ ଅଙ୍କିତା ପଣ୍ଡା,ସ୍ତୁତି ନନ୍ଦ,ଅଦିତ୍ରିକ୍ରୀଷ୍ଣା ପଣ୍ଡା,ପାୟଲ ମହାନ୍ତି, ଚିନ୍ମୟୀ ପ୍ରିୟଦର୍ଶିନୀ ଅଂଶ ଗ୍ରହଣ କରିଥିବା ବେଳେ ଗୁରୁ ଯାମିନୀ ଦାଶ,ଆତ୍ମନ୍ ଦାଶ,ଅଙ୍କିତା ପଣ୍ଡା ପ୍ରମୁଖ ସ୍ୱର ସହଯୋଗ କରିଥିଲେ।ସହଯୋଗୀ ଭାବରେ ଭାୟୋଲିନରେ ଜିତେନ୍ଦ୍ର କର,ତବଲାରେ ଅଶୋକ ସାହୁ,ହାର୍ମୋନିୟମ୍ ରେ ସୁଗତ ନନ୍ଦୀ ଓ ଢୋଲକ୍ ରେ ହରିହର ଜେନା ପ୍ରମୁଖ ବାଦ୍ୟଯନ୍ତ୍ରରେ ସହାୟତା ପ୍ରଦାନ କରିଥିଲେ।ପରିଶେଷରେ ନବଦୀପ ନାୟକ,ଗତିବିଧି ଆବାହକ,ସଂସ୍କାର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାମୁହିକ ଜାତୀୟ ସଂଗୀତଗାନ ପରେ ସଭାକାର୍ଯ୍ୟର ପରିସମାପ୍ତି ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଶାଖା ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ପ୍ରଜ୍ଞା ବଳ,ସମ୍ପର୍କ ସଚିବ ଡ.କବିତା ମହାନ୍ତି,ସଂଗଠନ ସଚିବ ଅନିଲ ରାଉତ,ଅର୍ଥ ସଚିବ ସୂର୍ଯ୍ୟକାନ୍ତ ନାୟକ,ମୋନାଲିସା ମାହୁନ୍ତ,ସମୀର ପରିଡା,ମାନସ ମହାପାତ୍ର,ପ୍ରଯତ୍ନ ସାହୁ,ରତିକାନ୍ତ ବେହେରା,ସମାଜସେବୀ ଦୀପକ ପ୍ରସାଦ ପଟ୍ଟନାୟକ,ଡ.କୁଞ୍ଜ ବିହାରୀ ସାହୁ,ଇଂ କିଶୋର ଚନ୍ଦ୍ର ମିଶ୍ର,ଅଧ୍ୟାପିକା ରଶ୍ମି ଦାଶ,ଅଳ୍ପନା ଦାସ,ସୁନୀତା ମହାରଣା, ପ୍ରଶାନ୍ତ ଧଳ,ଆନନ୍ଦ ଚନ୍ଦ୍ର ଲେଙ୍କା,ମଞ୍ଜିଲ୍ ପ୍ରିୟଙ୍କର ପ୍ରିୟରଞ୍ଜନ ମାହୁନ୍ତ,ଅଭିମନ୍ୟୁ ବେହେରା,ବିକାଶ ଦାସ,ସମୀତ ସାହୁ, ସୁମିତ୍ରା ମହାରଣା,ଶେଷଦେବ ମିଶ୍ର, ପ୍ରଶାନ୍ତ ସାହୁ,ରାହୁଲ କୁମାର କରଣ,ୟାନୁଶ୍ରୀ ନାୟକ ପ୍ରମୁଖ ସମସ୍ତ ସଦସ୍ୟା, ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।
ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍
