ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଣପୁର ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଯୁବକ ଗିରଫ !!!

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଲଜ୍ୟ। ଜନକ ଘଟଣା ଦେଖିବାକୁ ମିଳିଛି। ବାଣପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଜଣେ ଯୁବକକୁ ବାଣପୁର ପୋଲିସ ଗିରଫ କରିଛି। ସୂଚନା ମୁତାବକ ବାଣପୁର ଅଞ୍ଚଳରେ ଜଣେ ଜନୈକ ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତି ବଳାତ୍କାର କରିବା ସହିତ ତାଙ୍କ ଆପତ୍ତିଜନକ ଫୋଟୋ ଓ ଭିଡ଼ିଓ କୁ ଜଣେ ଯୁବକ ସୋସିଆଲ ମିଡିଆରେ ଅପଲୋଡ଼ କରି ତାଙ୍କୁ ବ୍ଲାକ ମେଲିଙ୍ଗ କରୁଥିବାର ବାଣପୁର ଥାନାରେ ବିବାହିତ ମହିଳା ଜଣଙ୍କ ଏକ ଲିଖିତ ଅଭିଯୋଗ କରିଥିଲେ। ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗତକାଲି ରାତ୍ରି ସମୟରେ ଏକ ନିର୍ଦିଷ୍ଟ ଅଞ୍ଚଳରୁ ଯୁବକୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଣପୁର ପ୍ରତାପ ଗ୍ରାମର ସୁକୁଟା ନାୟକଙ୍କ ପୁଅ ପ୍ରକାଶ ନାୟକ(୨୪) କୁ ଗିରଫ କରିବା ସହିତ ଅଭିଯୁକ୍ତ ବିରୁଦ୍ଧରେ ବାଣପୁର ଥାନା କେସ ନମ୍ବର ୬୫/୨୩ ରେ ବଳାତ୍କାର ଓ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇ ଥିବାର ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ପୁର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧ କୁ ଭୁଜାଲି ମାଡ଼

ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ:୪ ମାମଲା ରୁଜୁ 

Sunil Chandra Nayak

ଗୋ ଚାଲାଣ ସନ୍ଦେହରେ କଙ୍ଗାରୁ କୋର୍ଟ ମାମଲାରେ ନଅ ଅଟକ,ତଦନ୍ତ ଜାରି 

masiha

Leave a Comment

error: Content is protected !!