ତେନ୍ତୁଳିଖୁଣ୍ଟି ୨୪/୦୧/୨୩। ଗତକାଲି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ନବରଙ୍ଗ ପୁର ଜିଲ୍ଲା ଓ ୟୁ ଜେ ର ସାଧାରଣ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ ହୋଇଥିଲା। ଗତକାଲି ସଭାପତି ଓ ସଧାରଣ ସମ୍ପାଦକ ନିର୍ବାଚନ ସମ୍ପନ୍ନ ହୋଇଥିଲା। ପୂର୍ଣ୍ଣାଙ୍ଗ କର୍ମକର୍ତ୍ତା ଓ ଅନ୍ୟାନ୍ୟ କମିଟି ଚୟନ ପାଇଁ ଏକ କୋର କମିଟି ଗଠନ କରା ଯାଇଥିଲା। ଆଜି ଉକ୍ର କୋର କମିଟି ଏକ ବୈଠକ କରି ସମସ୍ତ କମିଟି ଓ କର୍ମକର୍ତ୍ତା ଚୟନ କରିଥିଲେ। ସ୍ୱତନ୍ତ୍ର ଭାବେ ଏକ ମୋବାଇଲ ଉଇଙ୍ଗ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଉକ୍ତ କମିଟି ରେ କିଶୋର ପଟ୍ଟନାୟକ, ଫାଲ ଗୁନି ପାତ୍ର, ପି ପ୍ରକାଶ ,ବିକାଶ ସୁଆର ଏ ସତୀଶ, ଗୌତମ ଅଗ୍ରୱାଲ ଙ୍କୁ ଚୟନ କରାଯାଇଛି। ଜିଲ୍ଲା ଓ ୟୁ ଯେ ଅଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ସାହୁ ,ଉପ ସଭାପତି ଭାବେ ସୁମିତ ଘଣ୍ଟ ,ଫାଲ ଗୁନି ପ।ତ୍ର ,ଚିଦାନନ୍ଦ ସାହୁ ,ମନୋନୀତ ହୋଇଥିଲେ। କାର୍ଯ୍ୟକାରୀ ସଭାପତି ଭାବେ ନଳିନୀ ମିଶ୍ର ଓ କିଶୋର ପଟ୍ଟନାୟକ ଙ୍କୁ ଚୟନ କରାଯାଇଛି। ଜିଲ୍ଲା ଓ ୟୁ ଯେ ସମ୍ପାଦକ ଭାବେ ପ୍ରଶାନ୍ତ ପାଣିଗ୍ରାହୀ ଓ ପି ପ୍ରକାଶ ଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରା ଯାଇଛି। ଯୁଗ୍ମ ସମ୍ପାଦକ ଭାବେ ସଞ୍ଜୀବ ଜାନୀ , ତ୍ରିନାଥ ଧରୁୁଆ,ଗୌତମ ଅଗ୍ରୱାଲ ଓ ଲକ୍ଷ୍ମୀକାନ୍ତ ପଣ୍ଡା ମନୋନୀତ ହୋଇଥିଲେ। ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କିରଣ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ରବି ପଟ୍ଟନାୟକ, ଶିବ ଶଙ୍କର ପାଢ଼ୀ ଓ ମନୋଜ ପାଣ୍ଡି ମନୋନୀତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ରାମଚନ୍ଦ୍ର ଦଳେଇ ଓ ଆଇନ ପରାମର୍ଶ ଦାତା ଭାବେ ରାମ ନାୟକ ଙ୍କୁ ଚୟନ କରାଯାଇଛି। ରାଇଘର ବ୍ଲକ ସମ୍ପାଦକ ଅମୀୟ ମହାପାତ୍ର ,ଚନ୍ଦ।ହାଣ୍ଡି ବ୍ଲକ ସମ୍ପଦକ ମୁକୁନ୍ଦ ବେସ୍ର୍ରା ,ଉମରକୋଟ ର ବୁନି ପଟନାୟକ, ଝରିଗାଁ ର ଗିରି ମାଝୀ,ଡାବୁଗାଁର ସଞ୍ଜୀବ ପାଢ଼ୀ, କୋଷଗୁମୁଡ଼ା ର ସନ୍ତୋଷ ସିଂ ଦେବ ,ପାପଡା ହାଣ୍ଡି ର ସ୍ବପ୍ନଜିତ ପଟନାୟକ , ନବରଙ୍ଗପୁରର ଶ୍ରୀଧର ପାତ୍ର, ତେନ୍ତୁଳିଖୁଣ୍ଟି ର ଦିଲିପ ସୁନା ,ନନ୍ଦାହାଣ୍ଡି ର ସମ୍ପାଦକ ହେଲେ ଶୁଭ୍ରଜିତ ତ୍ରିପାଠୀ। ସେହିଭଳି କାର୍ଯ୍ୟକାରୀ କମିଟି ରେ ଦେବେନ୍ଦ୍ର ମିଶ୍ର , ଏମ ଡି ହୁସେନ , ଅଜିତ ନାୟକ ,ଜନାର୍ଦ୍ଦନ ରାଓ , ଏ ସତିଶ, ଗୋପାଳ କୃଷ୍ଣ ନାୟକ , ପ୍ରଶଦ ବିଶୋଇ , ଅମ୍ବିକା ଦାସ , ମନୋହର ମହାନ୍ତି , ଜୟଶ୍ରୀ ଦାସ ମନୋନୀତ ହୋଇଥିଲେ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି