ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ରାଉରକେଲା: ସ୍ଥାନୀୟ ଡେଲି ମାର୍କେଟ ସ୍ଥିତ ଟାଉନ ହାଇସ୍କୁଲର କାର୍ଯ୍ୟରତ ଦୁଇ ସହକାରୀ ଶିକ୍ଷୟିତ୍ରୀ ନମିତା ମହାନ୍ତି ଓ ଅଞ୍ଜଳି ପଣ୍ଡା ଚାକିରୀରୁ ଅବସର କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଅମିତା କୁମାରୀ ଗଡ଼ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତି ଓ ଶ୍ରୀମତୀ ପଣ୍ଡା ଙ୍କୁ ଉପଢୌକନ,ମେମୋଣ୍ଟୋ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଶ୍ରା ଓ କୁଆଁରମୁଣ୍ଡା ବ୍ଲକ୍ ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସତ୍ୟଭାମା ବେହେରା, କୃପାସିନ୍ଧୁ ପତି, ଆଭା ଅନ୍ବେଷା ସଭାପତି ଆର୍ତ୍ତତ୍ରାଣ ଜେନା ପ୍ରମୁଖ ବକ୍ତବ୍ୟ ରଖି ଉଭୟ ଶିକ୍ଷୟିତ୍ରୀ ଙ୍କ ଅଧ୍ୟାପନା ପ୍ରତି ପ୍ରତିବଦ୍ଧତା,ଛାତ୍ରବତ୍ସଳତା, ସମୟାନୁବର୍ତ୍ତିତା ତଥା ତାଙ୍କ ସହ କାଟିଥିବା ମୁହୁର୍ତ୍ତର ସ୍ମୃତିଚାରଣ କରିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀମତୀ ମହାନ୍ତି ଓ ଶ୍ରୀମତୀ ପଣ୍ଡା ତାଙ୍କ ଶିକ୍ଷୟିତ୍ରୀ ଜୀବନର କାର୍ଯ୍ୟକଳାପ ସ୍ମରଣୀୟ ହେବ ବୋଲି କହିବା ସହ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସଏମସି ପରିଚାଳନା କମିଟିର ଅଧ୍ୟକ୍ଷ ସରୋଜ ଜେନା, ଉଦିତନଗର ସିଆରସିସି ଦୀପ୍ତିମୟୀ ପରିଡ଼ା,ଆରଇସି ସିଆରସିସି ସିପ୍ରା ସାହୁ ପ୍ରମୁଖ ବକ୍ତବ୍ୟ ରଖି ଉଭୟ ଶିକ୍ଷୟିତ୍ରୀ ଙ୍କ ଗୁଣଗାନ କରିଥିଲେ। ପ୍ରାରମ୍ଭରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରିଥିଲାବେଳେ ପ୍ରମୋଦ କୁମାର ବଡାତ୍ୟା କାର୍ଯ୍ୟକ୍ରମ ପରିଚାଳନା ଓ ପୁଷ୍ପାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଦିଲ୍ଲିପ ପଟେଲ ସୁଭାଷିନୀ ବାଇ ଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ସରକାରୀ ଜମିରେ ଅବୈଧ ଘର ନିର୍ମାଣ ପ୍ରଶାସନରୁ ବନ୍ଦ କରେଇବା ପରେ ମଧ୍ୟ ଘର କାମ ଜାରିରହିଛି 

Sunil Chandra Nayak

ସେଲ ଅଧିକାରୀଙ୍କ ଦରମା ସଂଶୋଧନ ବିଜ୍ଞପ୍ତି ପ୍ରକାଶ

Sunil Chandra Nayak

କବି ଭାରତୀ ସ୍ବର୍ଗତ ବାସୁଦେବ ପlତ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!