ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାଳ ମଞ୍ଜିର ଅଭାବୀ ବିକ୍ରୀରେ କ୍ଷତି ସହୁଛନ୍ତି ତୋଳାଳି : ମାଲା ମାଲ ହେଉଛନ୍ତି ବେପାରୀ

ନବରଙ୍ଗପୁର–(ମସିହା ) ଲଘୁ ବନଜାତ ଦ୍ରବ୍ୟର ଦର ଧାର୍ଯ୍ୟ ଏବଂ ବିକ୍ରି କରିବା ପାଇଁ ସରକାର ପଞ୍ଚାୟତ ସମିତିକୁ ଦାୟିତ୍ଵ ଟେକି ଦେଇ ଥିବା ବେଳେ ଲଘୁ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କେବଳ କାଗଜ କଲମ ରେ ସୀମିତ ରହିଯାଉଛି l ଦର ତାଲିକା ପଞ୍ଚାୟତର ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହକାରୀ ଙ୍କ ପାଖରେ ଅପହଞ୍ଚ ହୋଇ ରହି ଯାଉଛି l ଦ୍ରବ୍ୟର ମୂଲ୍ୟ ବେପାରୀଙ୍କ ଉପରେ ନିର୍ଭର କରୁଛି l ବେପାରୀ ତାଙ୍କ ମନ ମାଫିକ ଦର ତାଙ୍କୁ ସୁହାଇଲା ଭଳି ଦର ତାଲିକା ଧାର୍ଯ୍ୟ କରୁଛନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅଞ୍ଚଳରେ l ଝାଲିଆଗୁଡl ଗ୍ରାମର ଆଦିବାସୀ ମହିଳା ଧନଲି ଭତ୍ରା,ଲକ୍ଷ୍ମୀ ଭତ୍ରା,ରତ୍ନା ଭତ୍ରା,ମୂଳା ଭତ୍ରା ପ୍ରମୂଖ କହିଛନ୍ତି,୨ ପ୍ରତିଦିନ ସକାଳୁ ଉଠି ଶାଳ ମଞ୍ଜି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଉଛନ୍ତି l ଘରକୁ ଫେରିବା ବେଳକୁ ସନ୍ଧ୍ୟା ହେଉଛି l ଦିନକୁ ଜଣଙ୍କ ପିଛା ୧୦ ରୁ ୧୫ କେଜି ଶାଳ ମଞ୍ଜି ସଂଗ୍ରହ କରୁଥିବା ବେଳେ ଶାଳମଞ୍ଜିର ନିର୍ଦ୍ଧାରିତ ସରକାରୀ ଦର କେତେ ତୋଳାଳିମାନେ ଜାଣିନାହାନ୍ତି l ହାଟ କୁ ନେଇ ବେପାରୀଙ୍କୁ କେଜି ପିଛା ୧୨ ଟଙ୍କାରୂ୧୫ ଟଙ୍କା ରେ ବିକ୍ରି କରିବାକୁ ବାଧ୍ୟ ହେଇଛନ୍ତି lଟିଡିସିସି ତାଲିକାରେ କିନ୍ତୁ ଶାଳ ମଞ୍ଜି କେଜି ୨୦ଟଙ୍କା ରହିଛି lସେହି ହିସାବରେ କେଜି ପିଛା ୫ ରୁ ୮ଟଙ୍କାର କ୍ଷତିସହୁଛନ୍ତି ଏଇ ଅଶିକ୍ଷିତ ଆଦିବାସୀ ମହିଳାମାନେ l ଏ ସମ୍ପର୍କରେ ଡାବୁଗାଁ ଜିପିଓ ଏ.ଡି. ପ୍ରସାଦ ଙ୍କୁ ପଚାରିବାରୁ, ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକରଦର ପ୍ରତିବର୍ଷ ଅକ୍ଟୋବରରେ ନିର୍ଦ୍ଧାରିତ ହେଉଛି l

ଅଥଚ ସେ ଦର ତାଲିକା ଦେଇ ପାରି ନାହାନ୍ତି l ଏଥିରୁ ଜଳ ଜଳ ହୋଇ ଦିଶୁଛି, କିଭଳି ଦର ତାଲିକା ପ୍ରସ୍ତୁତ କରାଯାଉଚି l ମୋଟା ମୋଟି ସରକାରୀ କର୍ମଚାରୀ ମାନଙ୍କ ଅବହେଳାରୁ ନୀରିହ ଆଦିବାସୀ ଶୋଷଣର ଶିକାର ହେଉଛନ୍ତି l ସୂଚନା ଥାଉକି ୨ ହଜାର ୫୧୯ ବର୍ଗ କିମି ବିସ୍ତୀର୍ଣ୍ଣ ଜଙ୍ଗଲ ରହିଛି lସେଥିରେ ପ୍ରାୟ ୫୦ ପ୍ରତିଶତ ରୁ ଅଧିକ ଶାଳ ବଣ ରହିଛି lଏକଦା ଜିଲ୍ଲାରୁ ପ୍ରତିବର୍ଷ ଏକ ଲକ୍ଷ କ୍ୟୁଣ୍ଟାଲ ଶାଳ ମଞ୍ଜି ବିକ୍ରୀ ହେଉଥିଲା ବୋଲି ଜଣେ ଉଚ୍ଚ ପଦସ୍ଥ ବନ ଅଧିକାରୀ କହିଛନ୍ତି l୨୦ ବର୍ଷ ରୁ ଅଧିକ ହେବ ପଞ୍ଚାୟତ ବିଭାଗକୁ ଲଘୁ ବନଜାତ ଦ୍ରବ୍ୟର ବିକ୍ରୀବଟା ଓ ପରିଚାଳନା ଦାୟିତ୍ଵ ଦିଆଯାଇଛି l ସେବେଠୁ ପଞ୍ଚାୟତ ଗୁଡିକ କେବଳ ବେପାରୀ ମାନଙ୍କୁ ଲାଇସେନ୍ସ ଦେଇ କାମ ସାରି ଦେଇଛନ୍ତି l ଶାଳ ମଞ୍ଜି ଗୋଟାଳି ଉଚିତ ମୂଲ୍ୟ ପାଉଛନ୍ତି କି ନାହିଁ କାହାରି ନଜରରେ ନାହିଁ l ମହୁଲ ସମେତ ୬୪ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଉପରେ ବନ ବାସୀ ନିର୍ଭର କରୁଥିବା ବେଳେ ସରକାର ପଞ୍ଚାୟତ କୁ ଦାୟିତ୍ଵ ଦେଇ ଦିନେବି ଏହାର ସମୀକ୍ଷା କରୁନାହାନ୍ତି l ଏ ସମ୍ପର୍କରେ ନବ ନିର୍ବାଚିତ ଟିଡିସିସି ନିର୍ଦ୍ଦେଶକ ଅଖିଳ ଭତ୍ରା ଙ୍କୁ ପଚାରିବାରୁ କହି ଛନ୍ତି ଟିଡିସିସି ପକ୍ଷରୁ ଶାଳ ମଞ୍ଜି କିଣାଯିବ l ଜିଲ୍ଲାରେ ଟିଡିସିସି କାର୍ଯ୍ୟାଳୟ ର ଭିତ୍ତିଭୂମି ଏବଂ ଗୋଦାମ ନିର୍ମାଣ ଦିଗରେ ଉଦ୍ୟମ କରାଯିବ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ 

masiha

ବଜ୍ରା ଘାତରେ ଦୁଇ ମଇଁସି ମୃତ

Sunil Chandra Nayak

ଓଡିଶାର ପ୍ରଥମ ଆଇଏମଏଫ ଅନୁମୋଦିତ ଟ୍ରେକିଙ୍ଗ ଅଭିଯାନ ରେ କଳାହାଣ୍ଡିର ଦୁଃସାହସିକ ଅଭିଯାତ୍ରୀ ଦଳ

masiha

Leave a Comment

error: Content is protected !!